Odisha news

ଭାରତ-ଇଂଲଣ୍ଡ ଅନ୍ତର୍ଜାତିକ ଦିନିକିଆ ମ୍ୟାଚ଼ରେ ସରୋଜଙ୍କୁ ଗୁରୁଦାୟିତ୍ଵ।

0
ନୁଆପଡ଼ା – ୫/୨(ସୁରେନ୍ଦ୍ର ତିୱାରୀ) ଆସନ୍ତା ୯ ଫେବୃଆରି କଟକ ବାରବାଟି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ନୂଆପଡ଼ା  ଜିଲ୍ଲା କ୍ରିକେଟ ଏସୋସିଏସନ ର ସଂପାଦକ ତଥା ବିଶିଷ୍ଟ ସମାଜସେବୀ ସରୋଜ କୁମାର ସାହୁ (ଭୈରବ) ଘରୋଇ ଦଳର ମ୍ୟାନେଜର୍ ନିଯୁକ୍ତ ହୋଇଛନ୍ତି । ତାଙ୍କ ପ୍ରସଂଶକ ମହଲ ରେ ଆନନ୍ଦ ର ଲହରୀ ଖେଳି ଯାଇଛି। କ୍ରିକେଟ ଖେଳାଳିମାନେ ଭୁବନେଶ୍ବରରେ ପହଞ୍ଚିବା ପରଠୁ ସେମାନଙ୍କର ରହିବା, ଖାଇବା, ଷ୍ଟାଡିୟମ୍‌କୁ ଗସ୍ତ ଇତ୍ୟାଦିଠୁ ଆରମ୍ଭ କରି ଓଡ଼ିଶା ଛାଡ଼ିବା ପର୍ଯ୍ୟନ୍ତ ଦଳର ଭଲମନ୍ଦ ବୁଝିବା ଗୁରୁ ଦାୟିତ୍ଵ ସରୋଜଙ୍କ କାନ୍ଧରେ ରହିବା, ଅନ୍ୟପକ୍ଷରେ ସରୋଜ ତୃତୀୟ ଥର ପାଇଁ କୌଣସି ଆନ୍ତର୍ଜାତିକ ମ୍ୟାଚ଼ ରେ ଭାରତୀୟ ଦଳର ମ୍ୟାନେଜର ଦାୟିତ୍ଵରେ ରହିବା ପୂର୍ବରୁ ୨୦୧୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ଵେଣ୍ଟି-୨୦ ମ୍ୟାଚ୍‌ରେ ସେ ସଫଳତାର ସହ ନିଜ ଦାୟିତ୍ଵ ନିର୍ବାହ କରି ପ୍ରସଂଶା ସାଉଁଟି ଛନ୍ତି।

Leave A Reply