ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ବିଦ୍ୟାଦାତ୍ରୀ ମା ‘ସରସ୍ବତୀ ଦେବୀ ଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କର ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଟାଉନର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷା ନିକେତନ, ଓ ମିଡ଼ିଆକିଆ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବଡଗାଁର ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପୂଜା ଓ ସାଜସଜ୍ଜା ତଥା ଆଲୋକ ତୋରଣ ମନଲୋଭା ସହ ଆକର୍ଷଣୀୟ ହୋଇ ପାରିଥିଲା l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି l ଦିନ ତମାମ ସମସ୍ତ ପୂଜାସ୍ଥଳରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା l ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିଲା l ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାଲିଗୁଡା ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସମଗ୍ର ସହରରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା l