Odisha news

ଶ୍ରୀ ସାଇ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଓ ବିଦାୟ ସମାରୋହ

0
ନୂଆପଡ଼ା -୨/୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ର ଏକ ଅଗ୍ରଣୀୟ ଶିକ୍ଷାନୁଷ୍ଠାନ କୁରୁମପୁରି ଘାଟିପଡ଼ା ସ୍ଥିତ ଶ୍ରୀ ସାଇ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଉତ୍ସବ ଓ ବିଦାୟ ସମାରୋହ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଅଶୋକ କୁମାର ପଟ୍ଟନାୟକଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ ଏଵଂ ଅନୁଷ୍ଠାନର ଖେଳ ପ୍ରଶିକ୍ଷକ ଶ୍ରୀ ସାହୁ ଯୋଗ ଦେଇଥିଲେ l ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କୁ କଠିନ ସଂଘର୍ଷ ପରେ ସଫଳତା ନିଶ୍ଚୟ ପାଇବ ବୋଲି ଉଦବୋଧନ ରେ କହିଥିଲେ l ଭବିଷ୍ୟତରେ ପିଲାମାନେ ନିଜର ଅଧ୍ୟବସାୟ ବଳରେ ଭଲ ମାର୍କ ରଖି ଅନୁଷ୍ଠାନର ଗର୍ବ ଗୌରବ ବଢାଇବେ ବୋଲି ସେ ଆଶା ପ୍ରକାଶ କରିଥିଲେ l ମୂଖ୍ୟ ଅତିଥି ଶ୍ରୀ ପଣ୍ଡା କହିଥିଲେ ସମସ୍ତେ ନିଜ ନିଜ ଜୀବନରେ ଏକ ଲକ୍ଷ୍ୟ ରଖି ତାର ପ୍ରାପ୍ତି ନିମନ୍ତେ ନିରନ୍ତର ପ୍ରଚେଷ୍ଟା ଜାରି ରଖ । ଭାଗ୍ୟ ଉପରେ ଭରସା ନକରି କର୍ମ ମାଧ୍ୟମରେ ନିଜ ଭାଗ୍ୟ ନିଜେ ଲେଖ l ନିଜ ପିତାମାତା, ଶିକ୍ଷକ, ଶିକ୍ଷାନୁଷ୍ଠାନ ଓ ଜନ୍ମଭୂମି ପ୍ରତି ଅନୁରକ୍ତ ରହିବା ପାଇଁ ସେ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ସମ୍ୟକ ଅଭିଭାଷଣ ରେ ଉତ୍ସାହିତ କରିଲେ l ଶ୍ରୀ ବଢ଼େଇ ପିଲାମାନଙ୍କୁ ଭଲ ପାଠ ପଢିବା ସହିତ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଉତ୍କର୍ଷ ପ୍ରତିପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ l
ଉଭୟ +୨ ଓ +୩ ଶ୍ରେଣୀ ଥିବା ଏହି ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତଯୋଗିତାରେ କୃତିତ୍ତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଏଵଂ ଦଳ ମାନଙ୍କୁ ଏଇ ଅବସରରେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନୀତ କରାଯାଇଥିଲା l ଶେଷ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା l  ଶେଷରେ ଛାତ୍ର ଛାତ୍ରୀ ମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l କାର୍ଯକ୍ରମ ସଫଳ ପରିଚାଳନା ରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିଲେ l

Leave A Reply