କଣ ଆପଣ ମଧ୍ୟ ଖୁବ ଅଧିକ କ୍ରୋଧ କରୁଛନ୍ତି ବା ରାଗୁଚନ୍ତି କି ? କଣ ଛୋଟ ଛୋଟ କଥାରେ ରାଗ ଆସି ଯାଉଛି କି ? ଅଚାନକ କୌଣସି କଥାରେ ଚିଡି ଲାଗୁଚି କି ? ଯଦି ଆପଣ ନିଜ ଭିତରେ ଏଭଳି କିଛି ଦେଖୁଛନ୍ତି ତେବେ ଆପଣ ନିଜ ରାଗ କୁ ସାମାନ୍ୟ ନିୟନ୍ତ୍ରଣ କରିବାକୁ ପଡିବ l
– ଏହାଦ୍ୱାରା ଆପଣ ଅଧିକ ରାଗ ର ସମୁଖୀନ ହେଉଛନ୍ତି ତେବେ ଏହା ଆପଣଙ୍କୁ ଡିପ୍ରେସନ ରେ ଶିକାର ହୋଇପାରନ୍ତି l ଗୋଟିଏ ସୁସ୍ଥ ଜୀବନପାଇଁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ l
– ଆବଶ୍ୟକତା ଠାରୁ ଅଧିକ କ୍ରୋଧ କରିବା ଦ୍ୱାରା ନିଦ ପ୍ରଭାବିତ ହୋଇଥାଏ, ଉଚ୍ଚ ରକ୍ତଚାପ ସମସ୍ୟା, ଚିନ୍ତା ବୃଦ୍ଧି, ଅବସାଦଗ୍ରସ୍ତ, ଉଚ୍ଚ ରକ୍ତଚାପ, ତ୍ୱଚା ସମ୍ବନ୍ଧିତ ସମସ୍ୟା, ଏକ୍ଜିମା, ଷ୍ଟ୍ରୋକ ଭଳି ବଡ଼ବଡ଼ ଶାରୀରିକ ସମସ୍ୟା ହୋଇପାରେ l
– ଯେତେବେଳେ ଆପଣ ଅଧିକ କ୍ରୋଧର ସମୁଖୀନ ହେଉଛନ୍ତି ତେବେ ନିଜ ଉପରେ ନିୟନ୍ତ୍ରଣ ରଖିବା ସବୁଠୁ ଜରୁରୀ ଅଟେ, ତେଣୁ କିଛି ସମୟ ପାଇଁ ନିଜକୁ ଉକ୍ତ ସ୍ଥିତି ଠାରୁ ଦୁରେଇ ରଖନ୍ତୁ l
– କଦାପି କୌଣସି ଭାବନା କୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ, କ୍ରୋଧ ହେଉଛି ମଣିଷର ବଡ଼ ଶତ୍ରୁ ତେଣୁ ସେଥିପ୍ରତି ସତର୍କ ରୁହନ୍ତୁ ଏବଂ ଗୋଟିଏ ଦୀର୍ଘ ନିଶ୍ୱାସ ନିଅନ୍ତୁ ଏବଂ ନିଜ ଆକ୍ଷି କୁ ବନ୍ଦ କରି ନିଅନ୍ତୁ l
– ନିରୋଳା ରେ ବସି ନିଜକୁ ନିଜେ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଆପଣଙ୍କ କ୍ରୋଧ ର କାରଣ କଣ ? ଯେତେବେଳେ କ୍ରୋଧ ଆସୁଛି ସେତେବେଳେ କିଛି ସମୟ ପାଇଁ ବାହାରକୁ ପଳାନ୍ତୁ ଏବଂ ବୁଲି ମନକୁ ପରିବର୍ତ୍ତନ କରନ୍ତୁ l
– କ୍ରୋଧ ଆସିଲେ ନିଜ ଆତ୍ମୀୟ ଙ୍କ ସହିତ କିଛି ସମୟ ଅତିବାହିତ କରନ୍ତୁ ଯିଏକି ଆପଣଙ୍କୁ ସାନ୍ତ୍ୱନା ଦେଇପାରିବେ l