Odisha news

ଗୋଟିଏ ଛୋଟ ଦେଶ ଯେଉଁଠାରେ ଗରିବ ରହିଲେ ମଧ୍ୟ ଜଣେ ମଧ୍ୟ ଭିକାରୀ ନାହାଁନ୍ତି

0

କୌଣସି ଦେଶ ଯେତେ ଧନୀ ହେଉନା କାହିଁକି କେହିନା କେହି ଭିକାରୀ ନିହାତି ଆପଣଙ୍କୁ ମିଳିବେ l ଖୁବ କମ ଦେଶ ଏଭଳି ଥିବେ ଯେଉଁଠି କେହି ଭିକାରି କମ ମିଳିବେ l କିନ୍ତୁ ଦୁନିଆରେ ଏଭଳି ଗୋଟିଏ ଦେଶ ଅଛି ଯେଉଁଠି କେହି ଭିକାରି ନାହାନ୍ତି, ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଦେଶ କୌଣସି ଧନୀ ତାଲିକା ରେ କିମ୍ବା ଈସାଈ ଦେଶ ତାଲିକାରେ ନାହିଁ l

ଏହି ଦେଶଟି ହେଉଛି ଭାରତର ପଡୋଶୀ ଦେଶ ଭୁଟାନ, ଏହି ଦେଶ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଅଦ୍ଭୁତ ସଂସ୍କୃତି ପାଇଁ ସାରା ବିଶ୍ୱରେ ଜଣାଶୁଣା, ଏହି ଦେଶ ସବୁବେଳେ ଟ୍ରାଭେଲ ଲଭର୍ସ ମାନଙ୍କ ପାଇଁ ଡ୍ରିମ ଡେଷ୍ଟିନେସନ ହୋଇଥାଏ, ଭୁଟାନ ଭାରତ ଓ ଚୀନ ସହିତ ନିଜ ସୀମା ସଂଲଗ୍ନ କରିଛି, ସବୁଠୁ ବିଶେଷ କଥାଟି ହେଲା ଏହି ଦେଶରେ ତୁମକୁ କେହି ଗରୀବ  ମିଳିବେ ନାହିଁ, ଆଜ୍ଞା ହଁ ସତକଥା ଭୁଟାନ ରେ ଆପଣଙ୍କୁ ରାସ୍ତା ପାର୍ଶ୍ୱରେ କୌଣସି ଭିକ୍ଷାବୃତି କରୁଥିବା ବ୍ୟକ୍ତି ମିଳିବେ ନାହିଁ l

ବିଶେଷ କଥାଟି ହେଲା ଭୁଟାନ ସରକାର ଏଠାକାର ଲୋକ ମାନଙ୍କୁ ରହିବା ଓ ଖାଇବାର ଗ୍ୟାରେଣ୍ଟି ଦେଇଥାଏ, ତେଣୁ ଏଠାକାର କୌଣସି ବ୍ୟକ୍ତି ଉପବାସ ରେ ଶୋଇ ନଥାଏ, ଏହାଛଡା ଭୁଟାନ ସରକାର ନିଜ ଜନସାଧାରଣ ଙ୍କ ପାଇଁ ଅନେକ ପ୍ରକାରର ନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି, ଯେଉଁଥିରେ ବିଶେଷ ଭାବରେ କୃଷି ବିକାଶ କାର୍ଯ୍ୟକ୍ରମ, ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ, ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ, ଏବଂ ଶିକ୍ଷା-ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ l ଏହି ସମସ୍ତ କାର୍ଯ୍ୟକ୍ରମ ଏଠାକାର ଲୋକଙ୍କୁ ଆର୍ଥିକ ଭାବରେ ବିଶେଷ ସାହାଯ୍ୟ କରିଥାଏ l ଯେଉଁ କାରଣରୁ ସେଠାରେ ଗରିବୀ ସମସ୍ୟା ନାହିଁ l

ଦୁନିଆରେ ଯେଉଁଠି ସ୍ୱାସ୍ଥ୍ୟ ସେବା ସବୁଠୁ ମାହାଙ୍ଗା ସେଠାରେ ଭୁଟାନ ରେ ଲୋକଙ୍କ ଚିକିତ୍ସା ସମ୍ପୂର୍ଣ ମାଗଣାରେ କରାଯାଇଥାଏ, ଏଠାକାର ସରକାର ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଦେଇଥାଏ, ଭୁଟାନ ସରକାର ଙ୍କର ମତ ହେଲା ଭଲ ସ୍ୱାସ୍ଥ୍ୟସେବା ପ୍ରତ୍ୟେକ ଦେଶବାସୀ ଙ୍କ ମୌଳିକ ଅଧିକାର ଅଟେ, ତେଣୁ ଏହିସବୁ ସୁବିଧା କାରଣରୁ ଏଠାରେ କୌଣସି ବ୍ୟକ୍ତି ଗରିବ ନୁହଁନ୍ତି l

Leave A Reply