ମୋଟାପା ସହିତ ଗଣ୍ଠି ଯନ୍ତ୍ରଣା ର କଣ ରହିଛି ସମ୍ବନ୍ଧ , ଆସନ୍ତୁ ଯାଣିବା
ଓଜନ ବୃଦ୍ଧି ବିଶ୍ୱର ସ୍ୱାସ୍ଥ୍ୟ ଛିନ୍ୱତର କାରଣ ଅଟେ, ଏହାର ପ୍ରଭାବ କାରଣରୁ ମଧୁମେହ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ହାର୍ଟ ସମସ୍ୟା ଭଳି ଗମ୍ଭୀର ସମସ୍ୟା ଦେଖିବାକୁ ମିଳିଥାଏ l ଏହାଛଡା ଅଧିକ ଓଜନ ବୃଦ୍ଧି ଦ୍ୱାରା ଜଏଣ୍ଟ ପେନ, ବ୍ୟାକ ପେନ ପ୍ରଭୃତି ଦେଖିବାକୁ ମିଳିଥାଏ, ଏପରିକି ଅଷ୍ଟ୍ରିୟ ଅର୍ଥାରଇଟିସ ଭଳି ସମସ୍ୟା ମଧ୍ୟ ବଢି ଯାଇଥାଏ l
ମୋଟାପା ସହିତ ଗଣ୍ଠି ଯନ୍ତ୍ରଣା ର କଣ ରହିଛି ସମ୍ବନ୍ଧ –
ଶରୀରରେ ଆବଶ୍ୟକତା ଠାରୁ ଅଧିକ ଓଜନ ବୃଦ୍ଧି ହେଉଥିବା କାରଣରୁ ସମସ୍ତ ଶାରୀରିକ ସମସ୍ୟା ସହିତ ଚଳିବାରେ ଅସୁବିଧା ହୋଇଥାଏ, ମାଂସପେଶୀ ଦୁର୍ବଳ ହୋଇଯାଏ, ଏବଂ ଚାଲି ନପାରିବା କାରଣରୁ ହାଡର ଘନତ୍ଵ ହ୍ରାସ ହୋଇଥାଏ l ଯେଉଁ କାରଣରୁ ଗଣ୍ଠି ଯନ୍ତ୍ରଣା ବୃଦ୍ଧି ହୋଇଥାଏ l
ନିଜ ଗଣ୍ଠି କୁ କିପରି ସୁସ୍ଥ ରଖିବେ –
ନିଜର ଗଣ୍ଠି କୁ ସୁସ୍ଥ ରଖିବା ପାଇଁ ନିୟମିତ କିଛି ସମୟ ଚାଲନ୍ତୁ, ଏବଂ ସ୍ୱଇମିଙ୍ଗ, ସାଇକେଲିଂ କରି ନିଜ ଗଣ୍ଠିର ତୈଳାକ୍ତ ପ୍ରଭାବ କୁ ବୃଦ୍ଧି କରନ୍ତୁ l ବିଭିନ୍ନ ପ୍ରକାର ପନିପରିବା, ଫଳମୂଳ, ଏବଂ ବିଭିନ୍ନ ଶସ୍ୟ ଜାତୀୟ ଜିନିଷ ସେବନ କରନ୍ତୁ l ପ୍ରୋସେସଡ଼ ଫୁଡ ଏବଂ ମିଠା ଜିନିଷ ନିକଟରୁ ଦୁରେଇ ରୁହନ୍ତୁ l
ମୋଟାପା ଶାରୀରିକ ଗତିଶୀଳ କୁ ହ୍ରାସ କରିଥାଏ, ଚିକିତ୍ସକ ଙ୍କ ମତରେ ଯଦି ଜଣେ ବ୍ୟକ୍ତି ନିୟମିତ ବ୍ୟାୟାମ ଦ୍ୱାରା ନିଜ ଓଜନ ୫ରୁ ୧୦ ପ୍ରତିଶତ ହ୍ରାସ କରିଥାଏ ତେବେ ଗଣ୍ଠି ଯନ୍ତ୍ରଣା ରୁ ଅନେକ ଆରାମ ମିଳିଥାଏ l ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହେବା କିମ୍ବା ଗୋଟିଏ ସ୍ଥାନରେ ବସିବା ଉଚିତ ନୁହେଁ, ନିଜ ଗୋଡ଼କୁ ଆରାମ ଦେଲା ଭଳି ଜୋତା ପିନ୍ଧିବା ଜରୁରୀ l ଯାହାକି ଆଣ୍ଠୁ କିମ୍ବା ଗଣ୍ଠି ଉପରେ କୌଣସି ପ୍ରକାରର ପ୍ରଭାବ ପକାଇବ ନାହିଁ l