Odisha news

ଖରିଫ ଧାନ କ୍ରୟ ନିମନ୍ତେ ପ୍ରସ୍ତୁତି ବୈଠକ : ଏଫ ଏ କ୍ୟୁ ମାନ ଉଛେଦ ଏବଂ ଟୋକେନ ଅବଧି ବଢ଼ାଇବା ନିମନ୍ତେ ଦାବୀ, ଯୋଗ ଦେଲେ ବିଧାୟକ 

0
ଛତ୍ରପୁର, ୨୧/୧୨: ଛତ୍ରପୁର ବ୍ଲକ ସ୍ତରୀୟ ଖରିଫ ଧାନ ୨୦୨୪-୨୫ କ୍ରୟ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ଅଧ୍ୟକ୍ଷତା ରେ ବ୍ଲକ ଓସ୍ୱାନ ହଲ ଠାରେ ଅନୁଷ୍ଠିତ ହୋଈଯାଈଛି। ଅଦିନିଆ ଲଗାଣ ବର୍ଷା ଯୋଗୁଁ ଚାଷୀ ର ଫସଲ ବ୍ୟାପକ ନଷ୍ଟ ହେବାର ସମ୍ଭାବନା ରହିଛି, ଏଣୁ ଚାଷୀ କୁଳ ଦୁଃଖ ଏବଂ ଚିନ୍ତା ରେ ପଡିଛନ୍ତି,   ଚଳିତ ବର୍ଷ କିପରି  ଧାନ ର ଏଫ ଏ କ୍ୟୁ ମାନ କୁ କୋହଳ କରିବା କିମ୍ବା ଉଛେଦ କରିବା , ଟୋକେନ ର ଅବଧି  କୁ ବଢ଼ାଇବା ଏବଂ ଚାଷୀ କୁ ଅଖା ଟଙ୍କା କିମ୍ବା ଅଖା ଫେରାଇବା ଉପରେ   ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସୁନ୍ଦରପୁର ସରପଞ୍ଚ ଗଗନ ବେହେରା, ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ. କିଶୋର ରେଡ୍ଡୀ, ମାଗୁଣି ବିଷୋୟୀ, କିଶୋର ବେହେରା, ରାଜେନ୍ଦ୍ର ନାହାକ, ଏନ. ମୁନପାତ୍ର, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ ଙ୍କ ସମେତ ବହୁ ଚାଷୀ ମାନେ ବୈଠକ ରେ ଦାବୀ କରିବା ସହିତ ଛତ୍ରପୁର ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ନଚେତ ଚାଷୀ ବହୁତ କ୍ଷତି ସହିବ, ବର୍ଷାଯୋଗୁଁ ବିଲ ଶୁଖିବାକୁ ମାସ ଲାଗିବ,   ଏନେଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ  ଚାଷୀ କୁଳ ର ହିତ ନିମନ୍ତେ ବିଭିନ୍ନ ବିଷୟରେ ଆଲୋକପାତ କରିବା ସହିତ ଏ ସମସ୍ତ ବିଷୟ ନେଇ ଗଞ୍ଜାମ ଜିଲ୍ଲାପାଳ, ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବି ବୋଲି ବୈଠକ ରେ କହିଥିଲେ,   ଚଳିତ ବର୍ଷ ଡିସେମ୍ବର ୨୩ ତାରିଖ ରୁ ପର୍ଯ୍ୟାୟ କ୍ରମେ ୬୬୧୩ ପଞ୍ଜିକୃତ ଚାଷୀ ଙ୍କ ଠାରୁ  ୨୨ଟି ମଣ୍ଡି ମାଧ୍ୟମରେ ରୁ ୨ଲକ୍ଷ ୫୦ହଜାର ରୁ ଉର୍ଦ୍ଧ୍ବ କ୍ବିଣ୍ଟାଲ ଧାନ କ୍ରୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚାଷୀ ମାନଙ୍କ ସୁବିଧା ଲାଗି ମଣ୍ଡି ରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ଏବଂ ଗତବର୍ଷ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟା ର ପୁନରାବୃତ୍ତି ନଘଟିବା ଲାଗି ବିଭାଗୀୟ ଅଧିକାରୀ ମାନେ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ବିଣ୍ଟାଲ ପିଛା ୨୩ ଶହ ଟଙ୍କା ଏବଂ ଗ୍ରେଡ ଏ ମୂଲ୍ୟ ୨୩୨୦ ଟଙ୍କା ରଖାଯାଇଛି ।
ଏହା ବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ୮ ଶହ ଟଙ୍କା ର ଅତିରିକ୍ତ ଈନପୁଟ ଆଶିଷ୍ଟାଣ୍ଟ ଦିଆଯିବ। ପ୍ରତ୍ୟେକ ଧାନ ମଣ୍ଡି ରେ ଗୁଣାତ୍ମକ ମାନ ଯାଞ୍ଚ କରିବା ଲାଗି ବ୍ୟବସ୍ଥା କରାଯିବ, ଏଥି ନିମନ୍ତେ ରେଜିଷ୍ଟର ରଖାଯାଈ ମାନ ଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ। ଚଳିତ ବର୍ଷ ୨୨ମଣ୍ଡି ରହିଛି,  ୧୪ଟି ପ୍ୟାକ୍ସ ଏବଂ ୮ଜଣ ଏସ ଏଚ ଜି ଗ୍ରୁପ କୁ ଧାନ କ୍ରୟ ନିମନ୍ତେ ଦାୟିତ୍ୱ ଦିଆଯାଇଛି, ସେମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଚଳିତ ବର୍ଷ ନୂତନ ଭାବେ ମଣ୍ଡି ରେ ନୋଡାଲ ଅଫିସର ଓ ସୁପରଭାଈଜର ମାନେ ରହିବେ।  ବ୍ଲକ ନୋଡାଲ ଅଫିର ଭାବେ ତହସିଲଦାର ଦାୟିତ୍ୱ ରେ ଅଛନ୍ତି,  ସୁନ୍ଦରପୁର ରେ ଏ ପର୍ଯ୍ୟନ୍ତ ମଣ୍ଡି ର ସ୍ଥାନ ଚିନ୍ହଟ ହୋଇନି ବୋଲି ସରପଞ୍ଚ ଅଭିଯୋଗ କରିଥିଲେ, ସେହିପରି ବ୍ଲକ ୭/୮ ଚିନ୍ହଟ କରାଯାଇଥିବା ମଣ୍ଡି ରେ ଟେଣ୍ଟ ଓ ବିଦ୍ୟୁତ ବ୍ୟବସ୍ଥା ହୋଇ ନଥିବା ଜଣା ପଡିଛି,      ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ  ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ଏସ ଶାରଦା ରେଡ୍ଡୀ, ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ତହସିଲଦାର ସ୍ମୃତି ସୁଦର୍ଶନ ସାହୁ, ଭାରପ୍ରାପ୍ତ ବିଡ଼ିଓ ଜୟଶ୍ରୀ ନାୟକ, ସହକାରି ଯୋଗାଣ ଅଧିକାରୀ ନରସିଂହ ପଣ୍ଡା ଙ୍କ  ସମେତ ସେବା ସମବାୟ ସମିତିର ସମ୍ପାଦକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ମିଲର ଓ ମଣ୍ଡି ନୋଡାଲ ଅଫିସର ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭ ରେ ବ୍ଲକ ଯୋଗାଣ ଅଧିକାରୀ ବର୍ଷା ରାଣୀ ପାଢ଼ୀ ପ୍ରାରମ୍ଭିକ ସୂଚନା ଦେଇଥିଲେ,  ସୂଚନା ଯୋଗ୍ୟ ଯେ ଗତ ବର୍ଷ(୨୦୨୩-୨୪) ଛତ୍ରପୁର ବ୍ଲକ ରେ ୬୬୦୦ଚାଷୀ ଧାନ କ୍ରୟ ନିମନ୍ତେ ପଞ୍ଜିକରଣ କରିଥିଲେ, ସେଥି ମଧ୍ୟରୁ ୫୭୯୫ ଜଣ ଚାଷୀଙ୍କ ଠାରୁ  ୨ଲକ୍ଷ ୮ହଜାର  ୮୩୩. ୪୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା

Leave A Reply