Odisha news

ଏମକେସିଜି କ୍ୟାମ୍ପସ ଅଶାନ୍ତ : ପିଜି ଡାକ୍ତରଙ୍କୁ ମାଡ, ସିନିୟରଙ୍କ ସଂପୃକ୍ତି ଅଭିଯୋଗ

0
ବ୍ରହ୍ମପୁର,୨୧।୧୨: ଏମକେସିଜି ମେଡିକାଲ କଲେଜର ଜଣେ ପିଜି ୨ୟ ବର୍ଷ ଡାକ୍ତରଙ୍କୁ ମାଡ ମରାଯାଇଛି ା କିଛି ସିନିୟର ପିଜି ଛାତ୍ର ଓ ଡାକ୍ତର ଦଳଗତ ଭାବେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ା ୩ ନଂ ପିଜି ହଷ୍ଟେଲରେ ଘଟିଥିବା ଏହି ଆକ୍ରମଣ ଯୋଗୁ ଶିଶୁ ବିଭାଗର ଏହି ପିଜି ଡାକ୍ତର ଜଣଙ୍କ ଆହତ ହୋଇଛନ୍ତି ା ତେବେ ଏଥିରେ ସେ ମର୍ମାହତ ହୋଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ବୋଲି ଶୁଣିବାକୁ ମିଳୁଛି ା ସୂଚନାପ୍ରକାରେ, କିଛି ଦିନ ତଳେ ଏମକେସିଜି ପିଜି କ୍ୟାଣ୍ଟିରେ ଜଣେ ସିିନୟର ରେସିଡେଣ୍ଟ ଡାକ୍ତର ଓ ତାଙ୍କ ବାନ୍ଧବୀ ବସିଥିବା ବେଳେ କୌଣସି କଥାକୁ ନେଇ ଆକ୍ରମଣର ଶିକାର ହୋଇଥିବା ଶିଶୁ ବିଭାଗର ପିଜି ଡାକ୍ତରଙ୍କ ସହ ପାଟିତୁଣ୍ଡ ହୋଇଥିଲା ା ପରବର୍ତ୍ତୀ ସମୟରେ ଏହାର ଆପୋଷ ସମାଧାନ ହୋଇଥିଲା ା ହେଲେ ଗତକାଲି ରାତିରେ ସଂପୃକ୍ତ ପିଜି ଡାକ୍ତରଙ୍କୁ ୩ନଂ ପିଜି ହଷ୍ଟେଲକୁ ଡାକି କିଛି ସିନିୟର ରେସିଡେଣ୍ଟ ଡାକ୍ତର ଓ ଅନ୍ୟ ସିନିୟର ଡାକ୍ତରମାନେ ମିଳିମିଶି ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଛି ା ମାଡ ମାରିଥିବା ଡାକ୍ତରମାନେ ଅସ୍ଥିଶଲ୍ୟ ବିଭାଗ ବୋଲି ଜଣାପଡିଛି ା ତେବେ ଆକ୍ରମଣରେ ପିଜି ଡାକ୍ତର ଜଣଙ୍କ ଆହତ ହେବା ସହ ତାଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା ା ତାଙ୍କର କିଛି ସହଯୋଗୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କାଜୁଆଲିଟିକୁ ନେଇଥିଲେ ା ଏପରିକି ଘଟଣା ସମ୍ପର୍କରେ ସୂଚନା ପାଇବା ଶିଶୁ ବିଭାଗର ବରିଷ୍ଠ ଅଧିକାରୀ ମାଡ ଖାଇଥିବା ପିଜି ଡାକ୍ତରଙ୍କୁ ନିକଟକୁ ଯାଇ ବୁଝାସୁଝା କରିଥିଲେ ା  ହେଲେ ମାଡ ମାରିଥିବା ଡାକ୍ତରମାନେ ତାଙ୍କୁ ମଧ୍ୟ ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି ା ଯାହାକୁ ନେଇ ଗତକାଲି ରାତିରେ ମାଡ ଖାଇବା ପିଜି ଡାକ୍ତ ଓ ବରିଷ୍ଠ ଡାକ୍ତର ଜଣଙ୍କ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ା ତେବେ ଘଟଣାକୁ ନେଇ ସୋମାବର  ଏମକେସିଜି କର୍ତ୍ତୃପକ୍ଷ ଓ ପୁଲିସ ଉପସ୍ଥିତିରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ା   ପୂର୍ବରୁ ଏମକେସିଜିରେ ବାରମ୍ବାର ରେଗିଂ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ମେଡିକାଲ କଲେଜ ଓ ହସପିଟାଲରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି

Leave A Reply