ଖରାରେ ଅଧିକ ସମୟ ରହିବା ଦ୍ୱାରା ହଲିଉଡ଼ କଳାକାର ହେଲେ ସ୍କିନ କ୍ୟାନ୍ସରରେ ପୀଡିତ, ସୂର୍ଯ୍ୟଙ୍କ କିରଣ କେତେ ଭୟଙ୍କର ଆମ ଶରୀର ପାଇଁ
ଆମେ ସାଧାରଣ ଭାବରେ ଜାଣିଚୁ ଯେ ସୂର୍ଯ୍ୟ ଙ୍କ ଆଲୋକ ରେ ଅଧିକ ରହିବା ଦ୍ୱାରା ଶରୀର କୁ ଭିଟାମିନ ଡି ମିଳିଥାଏ, ହାଡ଼ ମଜବୁତ ହୋଇଥାଏ l କିନ୍ତୁ ଅନ୍ୟ ପକ୍ଷରେ ଅଧିକ ଖରା ସ୍କିନ କ୍ୟାନାର ର କାରଣ ମଧ୍ୟ ହୋଇଥାଏ l ହଲିଉଡ଼ କଳାକାର ଯେସନ ଚେମବର୍ଷ ନିକଟରେ ସ୍କିନ କ୍ୟାନ୍ସର ର ଭୁତାଣୁ ମିଳିଛି, ଯାହାକୁ ନେଇ ସୂର୍ଯ୍ୟ ଙ୍କ ଆଲୋକ ଏବଂ ସ୍କିନ କ୍ୟାନ୍ସର ର ସମ୍ଭାବନା କୁ ନେଇ ଚର୍ଚା ହେଉଛି l
ହଲିଉଡ଼ କଳାକାର କିପରି ହେଲେ ସ୍କିନ କ୍ୟାନ୍ସର ରେ ପୀଡିତ –
ଯେସନ ଚେମବର୍ଷ ନିଜ ସୋସିଆଲ ମେଡିଆ ରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ‘ ମୁଁ ଗୋଟିଏ ପ୍ରକାରର ସ୍କିନ କ୍ୟାନ୍ସର ରେ ପୀଡିତ, ମୁଁ ଏଭଳି ଗୋଟିଏ ସ୍କିନ କ୍ୟାନ୍ସର ରେ ପୀଡିତ ମଣିଷ ଅଟେ, ଯିଏକି ଅଧିକ ସମୟ ଖରାରେ ବା ସୂର୍ଯ୍ୟ ଙ୍କ ଆଲୋକ ରେ ଅତିବାହିତ କରିଥାଏ, ମୁଁ ଛୋଟ ବେଳେ ଖରାରେ ଖେଳୁ ଥିଲି ଓ ସମୁଦ୍ର କୂଳରେ ଅଧିକ ସମୟ ଅତିବାହିତ କରୁଥିଲି ଏବଂ ଖରାରେ ଅଧିକ ସମୟ କାମ କରୁଥିଲି l ମୁଁ ଜାଣି ନଥିଲି ଯେ ସୂର୍ଯ୍ୟ ଙ୍କ ଆଲୋକ ମୋର ଏଭଳି କ୍ଷତି କରିବ l ମୋତେ ଖରା ଖୁବ ପସନ୍ଦ କିନ୍ତୁ ଆଜି ମୁଁ କ୍ୟାନ୍ସର ରେ ପୀଡିତ ଅଟେ l
ସ୍କିନ ରେ ଦେଖା ଯାଇଥାଏ ଏହିସବୁ ଲକ୍ଷଣ –
– ସ୍କିନ ରେ କିଛିଟା ବିଶେଷ ଧରଣ ର ଦାଗ ଦେଖିବାକୁ ମିଳିଥାଏ, ଯଦି ଏଭଳି କିଛି ଦେଖା ଯାଉଛି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l
– ଯଦି ଏହି ଦାଗ ଦୀର୍ଘଦିନ ରହୁଛି ତେବେ ଏହା ୬ମାସ ମଧ୍ୟରେ ସ୍କିନ କ୍ୟାନ୍ସର ରେ ପୀଡିତ ହେବାର ସମ୍ଭାବନା ରହିଥାଏ l
– ଯଦି ଆପଣ ଦୀର୍ଘ ସମୟ ସୂର୍ଯ୍ୟ ଙ୍କ ସଂସ୍ପର୍ଶ ରେ ଆସୁଛନ୍ତି ତେବେ କେମିକାଲ ଫ୍ରୀ ସନସ୍କ୍ରିନ ଲସନ ଲଗାନ୍ତୁ l
– ସୂର୍ଯ୍ୟଙ୍କ ନିକଟରୁ ଅଲଟ୍ରାଭାଈଓଲେଟ (UV ) କିରଣ ସଂସ୍ପର୍ଶ ରେ ଆସିଥିବା ବ୍ୟକ୍ତି ଗମ୍ଭୀର ଭାବରେ ସ୍କିନ କ୍ୟାନ୍ସର ରେ ପୀଡିତ ହୋଇଥାଏ l