ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର
ପାୱାର ହାଉସ ଛକ ନିକଟରେ ବିଜେପି କାର୍ଯ୍ୟକର୍ତାଙ୍କ ଗଣବିକ୍ଷୋଭ
ଏହି ଆକ୍ରମଣ କେବଳ ଜନ ପ୍ରତିନିଧିଙ୍କ ଉପରେ ନୁହେଁ ବରଂ ଗଣତନ୍ତ୍ର ମନ୍ଦିର ଉପରେ ଆକ୍ରମଣ: ମନମୋହନ ସାମଲ
ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ବଦଳରେ ଉପହାସ କରାଯାଇଛି
ଭୁବନେଶ୍ୱର,ତା.୨୦/୧୨: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସର ତଥାକଥିତ ବା ସ୍ୱଘୋଷିତ ଯୁବନେତା ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଏହି ଘଟଣାକୁ ସାରାଦେଶ ନିନ୍ଦା କରିଛି । ଏହାଦ୍ୱାରା ୭୫ ବର୍ଷ ପୂର୍ତି କରିଥିବା ଆଧୁନିକ ଭାରତର ଗଣତନ୍ତ୍ରର ଛବି ଆଜି ସାରା ବିଶ୍ୱରେ ଖରାପ ହୋଇଛି । ଏହାର ପ୍ରତିବାଦ କରି ବିଜେପି କାର୍ଯ୍ୟକର୍ତାମାନେ ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗଣବିକ୍ଷୋଭ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏଥିସହ ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏଥିରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗଦେଇ କହିଛନ୍ତି ଯେ, ଗତକାଲି ପବିତ୍ର ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେପରି ଆଚରଣ ପ୍ରଦର୍ଶିତ କରି ଗୁଣ୍ଡାଗର୍ଦ୍ଦି କଲେ ତାହାକୁ ଯେତେ ନିନ୍ଦା କଲେ କମ୍ ହେବ । ତାଙ୍କ ଯୋଗୁ ଓଡ଼ିଶାର ସାଂସଦ ଶ୍ରୀ ଷଡ଼ଙ୍ଗୀ ଆହତ ହୋଇ ଆଇସିୟୁରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଗଣତନ୍ତ୍ରର ସର୍ବେର୍ାଚ୍ଚ ମନ୍ଦିର ସଂସଦରେ ବିଜେପିର ୨ ଜଣ ସାଂସଦଙ୍କୁ ରକ୍ତାକ୍ତ କରି ରାହୁଲ ଗାନ୍ଧୀ ଯେଉଁ ରକ୍ତର ଛିଟା ପକାଇଲେ ଏହା ଇତିହାସରେ ଲିପିବଦ୍ଧ ହୋଇ ରହିବ । ତାଙ୍କର ଏହି ଆକ୍ରମଣ କେବଳ ଜନପ୍ରତିନିଧିଙ୍କ ଉପରେ ନୁହେଁ ବରଂ ଗଣତନ୍ତ୍ର ମନ୍ଦିର ଉପରେ ଆକ୍ରମଣ । ଏହି ଘଟଣା ନିର୍ବାଚିତ ପ୍ରତିନିଧିଙ୍କ ସୁରକ୍ଷା ପ୍ରତି ଏକ ବିପଦପୂର୍ଣ୍ଣ ସଂକେତକୁ ଆହ୍ୱାନ କରୁଛି । ଓଡ଼ିଆ ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ଏହି ଆକ୍ରମଣ ଓଡ଼ିଆ ଲୋକଙ୍କ ଭାବନାକୁ ଗଭୀର ଭାବରେ ଆଘାତ ଦେଇଛି । ଏପରି ଅସମ୍ମାନକୁ ଓଡିଶା କେବେବି ସହ୍ୟ କରିବ ନାହିଁ । କଂଗ୍ରେସ ଦଳର କାର୍ଯ୍ୟ ଏବଂ ଭାଷଣବାଜି ବିଭାଜନକାରୀ ଏବଂ ହିଂସାତ୍ମକ ରାଜନୀତିର ଇତିହାସକୁ ଏହା ପ୍ରତିଫଳିତ କରେ । ଏହାର ପ୍ରତିବାଦ କରି ଗତକାଲି ଯୁବମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କର କୁଶପୁତଳିକା ଦାହ କରାଯାଇଥିବା ବେଳେ ଆଜି ବିଜେପି କାର୍ଯ୍ୟକର୍ତାମାନେ ଗଣାଧାରଣା ଦେଇଛନ୍ତି । ଏଥିସହ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଦେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ଯେ, ଏଭଳି କାର୍ଯ୍ୟ କରି କଂଗ୍ରେସ ଦଳ ଭାରତବର୍ଷର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି । ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ବଦଳରେ ଉପହାସ କରାଯାଇଛି ।
ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିଧାୟକ ପ୍ରଶାନ୍ତ ଜଗଦେ୍ଦବ, ଛବି ମଲ୍ଲିକ, ବାବୁ ସିଂ, ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ବରିଷ୍ଠ ନେତା ଅରବିନ୍ଦ ଢ଼ାଲି, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ମହେଶ୍ୱର ମହାନ୍ତି, ମୁରଲୀ ଶର୍ମାଙ୍କ ସମେତ ବହୁ ନେତୃବୃନ୍ଦ ଓ କର୍ମକର୍ତା ଉପସ୍ଥିତ ଥିଲେ ।