Odisha news

WHO ର ଆଶ୍ଚର୍ଯ୍ୟ କଲାଭଳି ସୂଚନା : ଭାରତୀୟ ଖାଦ୍ୟ ଶସ୍ୟ ବିଶ୍ୱକୁ ଦୁରେଇ ରଖିବ ରୋଗ ନିକଟରୁ  

0

ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବାଜରା ଶରୀର ପାଇଁ ଖୁବ ଲାଭଦାୟକ l ଏହା ମୋଟା ଶସ୍ୟ ଭାବରେ ଜଣାଶୁଣା ଅଟେ l ବାଜରାକୁ ଗୋଟିଏ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଶସ୍ୟ ଭାବରେ ଦେଖାଯାଇ ଥାଏ l ଏଥିରେ ଆଣ୍ଟି ଅକ୍ସିଡେଣ୍ଟ , ଡାଏଟ୍ରି ଫାଇବର ଓ ଓ ପ୍ରୋଟିନ ମିଳିଥାଏ l ଏହାଛଡା ଆଇରନ, ଜିଙ୍କ, ଭିଟାମିନ ବି 3, ବି 6, ଓ ବି 9 ଭରପୁର ମାତ୍ରାରେ ରହିଥାଏ l କିନ୍ତୁ କଣ ଆପଣ ଜାଣିଛନ୍ତି ଗୋଟିଏ ମାସ ଯଦି ବାଜରା କୁ ନିଜ ଖାଦ୍ୟ ରେ ସାମିଲ କରିବେ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ l

– ଆଜିକାଲି ଅଧିକାଂଶ ଲୋକେ ହାର୍ଟ ଆଟାକ ରେ ପ୍ରଭାବିତ ହେଉଛନ୍ତି, ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତରେ ମଗ୍ନେଶୀୟମ ରେ ଭରପୁର ବାଜରା ହାର୍ଟ ପାଇଁ ଖୁବ ପ୍ରଭାବଶାଳୀ l  ହାର୍ଟ କୁ ସୁସ୍ଥ ରଖିବାରେ ଖୁବ ସାହାଯ୍ୟ କରିଥାଏ ଏବଂ ହୃଦଘାତ ରୁ ଦୁରେଇ ରଖିଥାଏ l

– ବାଜରା ଫାଇବର ର ଗୋଟିଏ ଭଲ ସ୍ରୋତ ଅଟେ l ଯାହାକି କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ ଓ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ l ପେଟ ବିଭିନ୍ନ ପ୍ରକାର ସଂକ୍ରମଣ ରୁ ଦୁରେଇ ରୁହେ ଏବଂ ବାଜରା ରୁଟି ଲିଭର ପାଇଁ ମଧ୍ୟ ଖୁବ ପ୍ରଭାବଶାଳୀ l

– ଯଦି ଆପଣ ହାଇପର ଟେନ୍ସନ ରେ ପ୍ରଭାବିତ ରହୁଛନ୍ତି ତେବେ ବାଜରା ରୁଟି ନିୟମିତ ଖାଇବା ତୁରନ୍ତ ଆରମ୍ଭ କରିଦିଅନ୍ତୁ l ବାଜରା ରକ୍ତଚାପ ନିୟନ୍ତ୍ରଣ କରି ବ୍ଲଡ଼ ଶୁଗର କୁ ମଧ୍ୟ ସନ୍ତୁଳିତ ରଖିଥାଏ l ଏହା ଶରୀର ପାଇଁ ଖୁବ ପ୍ରଭାବଶାଳୀ ଅଟେ l

– ବାଜରା ରହିଥିବା ଆଣ୍ଟି ଅକ୍ସିଡେଣ୍ଟ ତ୍ୱଚା ପାଇଁ ଖୁବ ଉପକାରୀ l ବାଜରା ସେବନ ଦ୍ୱାରା ତ୍ୱଚା ରେ ଚମକ ଆସିଥାଏ ଏବଂ କୁଞ୍ଚନ ଦୂର କରିବାରେ ସାହାଯ୍ୟ କରେ l

Leave A Reply