ଅନେକ ସମୟ ରେ ସାମାନ୍ୟ ଜ୍ୱର ଓ ଯନ୍ତ୍ରଣା ରୁ ଆରାମ ପାଇଁ ଆମେ ପାରାସେଟାମଲ ଔଷଧ ବୟସ୍କ ମାନଙ୍କୁ ସେବନ କରିବାକୁ ଦେଇଥାଉ l ଏହାକୁ ସେବନ ଦ୍ୱାରା ଡାଇଜେସନ , ହାର୍ଟ ଓ କିଡ୍ନୀ ସମ୍ବନ୍ଧିତ ଗମ୍ଭୀର ଅସୁବିଧା ହୋଇଥାଏ l ଏହାକୁ ପୁଷ୍ଟି କରିଛନ୍ତି ବ୍ରିଟେନ ର ନାତିଙ୍ଗହାମ ବିଶ୍ୱବିଦ୍ୟାଳୟ ର ଗବେଷକ ମାନେ l ଗୋଟିଏ ଅଧ୍ୟୟନ ଅନୁସାରେ ୬୫ ବର୍ଷ କିମ୍ବା ତାଠାରୁ ଅଧିକ ଆୟୁର ଲୋକେ ଏହି ଔଷଧ ସେବନ ଦ୍ୱାରା ଅନ୍ତ , ହାର୍ଟ ଓ କିଡ୍ନୀ ରୋଗରେ ପ୍ରଭାବିତ ହୋଇପାରନ୍ତି l ଏହାଛଡା ଏହାକୁ ଦୀର୍ଘ ସମୟ ଧରି ସେବନ କଲେ ଡାଇଜେସନ ସମସ୍ୟା ଦେଖା ଯାଇଥାଏ ଏବଂ ଅଳସର ସହିତ ବ୍ଲିଡିଙ୍ଗ ସମସ୍ୟା ହୋଇପାରେ l
୧ଲକ୍ଷ ରୁ ଉର୍ଧ୍ଵ ଲୋକଙ୍କୁ ନେଇ ହୋଇଥିଲା ଅଧୟନ –
ଏହି ଅଧୟନ ରେ ୧ଲକ୍ଷ ରୁ ଉର୍ଧ୍ଵ ବ୍ୟକ୍ତିଙ୍କୁ ସାମିଲ କରାଯାଇ ଥିଲା, ଯେଉଁଥିରେ ସେମାନଙ୍କୁ ବାରମ୍ବାର ପାରାସେଟାମଲ ଦିଆଯାଇ ଥିଲା l ଏହି ଅଧ୍ୟୟନ ରେ ପାରାସେଟାମଲ ସେବନ ଦ୍ୱାରା କିଛିଟା ଗମ୍ଭୀର ରୋଗ ଚିହ୍ନଟ କରାଯାଇ ଥିଲା l
୨୪ ରୁ ୩୬ ପ୍ରତିଶତ ପର୍ଯ୍ୟନ୍ତ ବଢିଥାଏ ହେଲ୍ଥ ଇସ୍ୟୁ –
ଏକ୍ସପର୍ଟ ଙ୍କ ମତ ଅନୁସାରେ ଜଣାପଡିଛି ଯେ ପାରାସେଟାମଲ ସେବନ ଦ୍ୱାରା ପାଚନ ସମ୍ବନ୍ଧିତ ଗମ୍ଭୀର ସମସ୍ୟା ଦେଖା ଯାଇଥାଏ , ଯେଉଁଥିରେ ପେପଟିକ ଅଳସର ର ସମ୍ଭାବନା ଅଧିକ ୨୪ ରୁ ୩୬ ପ୍ରତିଶତ ବଢି କଇଥାଏ l ଏହାଛଡା କିଡ୍ନୀ ରୋଗ ୧୯ ପ୍ରତିଶତ ଓ ହାର୍ଟ ଆଟାକ ମଧ୍ୟ ବଢି ଯାଇଥାଏ ୯ ପ୍ରତିଶତ l ଯେବେକି ହାଇ ବିପି ସମସ୍ୟା ୭ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ l
ପାରାସେଟାମଲ ବୟସ୍କ ମାନଙ୍କୁ ଆଦୌ ଦିଆଯିବା ଉଚିତ ନୁହେଁ ବୋଲି ଏହି ଅଧୟନ ରେ କୁହାଯାଇଛି l ନାଟିଙ୍ଗହମ ବିଶ୍ୱବିଦ୍ୟାଳୟ ର ଅଧୟନ ଅନୁସାରେ କିଛିଟା ନିର୍ଦ୍ଧିଷ୍ଟ ଆୟୁ ପରେ କିଛିଟା ଔଷଧ ସେବନ କରିବା ଉଚିତ ନୁହେଁ, ଯଦିବି ଆପଣ ସେବନ କରୁଛନ୍ତି ତେବେ ସୀମିତ ମାତ୍ରାରେ ସେବନ କରନ୍ତୁ l