Odisha news

ଭାରତରେ କେତେ ସୁରକ୍ଷିତ ସନାତନ ଧର୍ମ ? ଉତ୍ତରପ୍ରଦେଶ ରେ ୩୦ ବର୍ଷ ଧରି ବନ୍ଦ ରହିଥିବା ହନୁମାନ ମନ୍ଦିର ଖୋଲିଲା ପୋଲିସ

0

ଉତ୍ତରପ୍ରଦେଶ ର  ଯେଉଁ ସମ୍ଭାଲ ରେ କିଛିଦିନ ପୂର୍ବରୁ ଦଙ୍ଗା କୁ ନେଇ ଚର୍ଚ୍ଚା ହୋଇଥିଲା ସେଠାରେ ପୋଲିସ ପହଂଚିଥିଲା ବିଜୁଳି ଚୋରି କେଶ ତଦାରଖ କରିବା ପାଇଁ , କିନ୍ତୁ ଏଠାରେ ପୋଲିସ କୁ ମିଳିଥିଲା ବଡ଼ ସଫଳତା l ସମାଜବାଦୀ ପାର୍ଟି ସାଂସଦ ବର୍କ ଙ୍କ ଗଳି ରେ ବନ୍ଦ ପଡିଥିବା ୩୦ ବର୍ଷ ପୁରୁଣା ହନୁମାନ୍ ମନ୍ଦିର ପୋଲିସକୁ ମିଳିଥିଲା l ପ୍ରଶାସବ ଯେତେବେଳେ ଏହି ମନ୍ଦିର ଖୋଲିଥିଲା ସେତେବେଳେ ତାହା ଅପରିଷ୍କାର ହୋଇ ପଡିଥିଲା ପବିତ୍ର ଶିବ ଲିଙ୍ଗ ଓ ହନୁମାନଙ୍କ ମୂର୍ତ୍ତି l ଦଙ୍ଗା  ଚାଲିଥିବା ଅଞ୍ଚଳ ରେ ପୋଲିସ ହନୁମାନ ମନ୍ଦିର ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିଲା l ପୋଲିସ ପକ୍ଷରୁ ହନୁମାନ ମନ୍ଦିର ଖୋଲା ଯାଇଥିଲା ଏବଂ ପୋଲିସ ଶିବ ଲିଙ୍ଗ ଏବଂ ହନୁମାନ ମନ୍ଦିର କୁ ହାତରେ ସଫା କରିଥିଲା l

ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ବିଜୁଳି ଚୋରୀ ତଦାରଖ କରିବାକୁ ଯାଇ ପୋଲିସ ପାଇଲା ୩୦ ବର୍ଷ ତଳର ବନ୍ଦ ପଡିଥିବା ଶିବ ଓ ହନୁମାନ ଙ୍କ ମନ୍ଦିର l ସମାଜବାଦୀ ସାଂସଦ ବର୍କ ଙ୍କ ଗଳିରୁ ୩୦ ବର୍ଷ ପୁରୁଣା ବନ୍ଦ ମନ୍ଦିର ଦେଖି ଖୋଲିଥିଲା ପୋଲିସ l ଏହାପରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା l

ଏହି ସ୍ଥାନୀୟ ଅଞ୍ଚଳ ର ଲୋକେ କହିଛନ୍ତି ଯଦି ଏଠାରେ ଯଦି ଆମେ ପୂଜା ପାଠ ଏବଂ ଭଜନ କୀର୍ତନ କରିଥାଉ ତେବେ ଆମକୁ ଜୀବନ ରୁ ମାରି ଦେବାକୁ ଧମକ ଦିଆଯାଇ ଥାଏ l ଏବଂ ଆମକୁ ଡରାଇ ଧମକାଇ ମନ୍ଦିର କୁ ବନ୍ଦ କରିଦିଆ ଯାଇଥିଲା l

ବର୍ତମାନ ପ୍ରଶ୍ନ ଉଠୁଛି ଯେ ଖୋଦ ଭାରତରେ କେତେ ସୁରକ୍ଷୀତ ହିନ୍ଦୁ ଧର୍ମ ଏବଂ ହିନ୍ଦୁ ମନ୍ଦିର , ଯଦି ନିଜ ଦେଶରେ ଏହି ଅବସ୍ଥା ତେବେ ବିଦେଶ କଥାବା କଣ କହିବା ?

Leave A Reply