କୁକିଙ୍ଗ ଅଏଲ ବା ରୋଷେଇ ତେଲ ସେହି ତେଲ ଅଟେ ଯେଉଁଥିରେ ରୋଷେଇ କାର୍ଯ୍ୟ କରାଯାଇଥାଏ l ଆମେ ବିଭିନ୍ନ ପ୍ରକାର ତେଲରେ ଖାଦ୍ୟ ପ୍ରସ୍ତୁତ କରିଥାଉ, ଏବଂ ତାକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଉପାୟ ବଛା ଯାଇଥାଏ l କୁକିଙ୍ଗ ଅଏଲ ର ବ୍ୟବହାର ଵିଶେଷ ଭାବରେ ଖାଦ୍ୟକୁ ରୁଚି ମନ୍ତ କରିବା ପାଇଁ ହୋଇଥାଏ l କିନ୍ତୁ କଣ ଆପଣ ଜାଣିଛନ୍ତି କୁକିଙ୍ଗ ଅଏଲ ରୁ କ୍ୟାନ୍ସର ମଧ୍ୟ କାରଣ ହୋଇପାରେ l ହଁ ଆଜ୍ଞା, ଆମେରିକା ସରକାରଙ୍କ ଦ୍ୱାରା କରାଯାଇଥିବା ଗୋଟିଏ ଷ୍ଟଡି ରେ କୁହାଯାଇଛି ଯେ ଖାଇବା ତେଲ କ୍ୟାନ୍ସର ର କାରଣ ହୋଇପାରେ l ବିଶେଷ ଭାବରେ ଏହା ଯୁବକ ମାନଙ୍କ ପାଖରେ ଅଧିକ ଦେଖା ଯାଉଛି l ଏହି ଷ୍ଟଡି ମେଡିକାଲ ଜର୍ଣ୍ଣାଲ ଗଟ ରେ ପବ୍ଲିସ ହୋଇଛି , ଯେଉଁଥିରେ ସୂର୍ଯ୍ୟମୁଖୀ, ଅଙ୍ଗୁର ମଞ୍ଜି, କେନୋଲ ଓ ମକା ମଞ୍ଜି ରେ ପ୍ରସ୍ତୁତ ତେଲ ଦ୍ୱାରା ଖାଦ୍ୟ ପ୍ରସ୍ତୁତ କଲେ ଅଧିକ କ୍ୟାନ୍ସର ବିପଦ ରହିଥାଏ l
ଗବେଷଣାରୁ ଖୁଲାସା –
କୋଲନ କ୍ୟାନ୍ସର ରୁ ପୀଡିତ ୮୦ ରୋଗୀଙ୍କ ଉପରେ ଯେତେବେଳେ ରିସର୍ଚ୍ଚ କରାଯାଇ ଥିଲା , ଦେଖିବାକୁ ମିଳିଥିଲା ସେଥିରେ ବାୟୋଆକ୍ଟିଭ ଲିପିଡ଼ ର ସ୍ତର ହାଇ ଥିଲା ଯାହାକି ,ମଞ୍ଜି କୁ ଭାଙ୍ଗିବା ପରେ ତେଲ ପ୍ରସ୍ତୁତ ହୋଇଥାଏ l ଏହି ରିସର୍ଚ୍ଚ ରେ ୩୦ ରୁ ୮୫ ବର୍ଷ ଆୟୁ ବର୍ଗଙ୍କ ଲୋକଙ୍କ ନିକଟରେ ଟ୍ୟୁମର ରେ ଲିପଇଡ଼ ର ସ୍ତର ହାଇ ଥିଲା l
ସିଡ୍ସ ଅଏଲ ଓ କ୍ୟାନ୍ସର ର ସମ୍ବନ୍ଧ –
ପୂର୍ବର ରିସର୍ଚ୍ଚ ରେ ସ୍ୱାସ୍ଥ୍ୟ ଉପରେ ସିଡ୍ସ ଅଏଲ ର ହାନିକାରକ ପ୍ରଭାବ ଥିବାର ଜଣା ପଡିଥିଲା l ଏହା ଶରୀରକୁ ଅଧିକ ଫୁଲାଇ ଦେଇଥାଏ l ସିଡ୍ସ ଅଏଲ ବ୍ରେକ ଡାଉନ ହୋଇ ପ୍ରସ୍ତୁତ ହେବା ଦ୍ୱାରା କୋଲନ କ୍ୟାନ୍ସର ର କାରଣ ହୋଇଥାଏ l ଏବଂ ଶରୀରରେ ଟ୍ୟୁମର ବିକଶିତ ର ମଧ୍ୟ କାରଣ ହୋଇପାରେ l ସିଡ୍ସ ଅଏଲ ରେ ଓ଼ମେଗା 6 ଓ ପୋଲିଅନସେଚୁରେଟେଡ଼ ଫ୍ୟାଟି ଏସିଡ ରହିଥାଏ l ରିସର୍ଚ୍ଚ ଅନୁସାରେ ସିଡ଼ସ ଅଏଲ ଓ ଅତ୍ୟଧିକ ସେବନ ଦ୍ୱାରା ହେଉଥିବା କ୍ୟାନ୍ସର ଅଧିକ ବୃଦ୍ଧି ହୋଇଥାଏ l
କୁକିଙ୍ଗ ଅଏଲ ବାଛିବେ କିପରି –
– ସ୍ୱାସ୍ଥ୍ୟ ପାଇଁ – ଯଦି ଆପଣ ହେଲଦି ଡାଏଟ ପ୍ଲାନ ପାଳନ କରୁଛନ୍ତି, ତେବେ କୌଣସି ପତଳା ତେଲ ବ୍ୟବହାର କରନ୍ତୁ l ସେଥିପାଇଁ ସୂର୍ଯ୍ୟମୁଖୀ ତେଲ କିମ୍ବା ଅଲିଭ ଅଏଲ ବାଛିବା ଜରୁରୀ l
– କିପରି ରୋଷେଇ କରିବେ –
ଛଣା ଛାଣି ପାଇଁ ବାଦାମ ତେଲ କିମ୍ବା ସୋୟାବିନ ତେଲ ଖୁବ ଉତ୍ତମ ଅଟେ, ଏବଂ ଅନ୍ୟ ରୋଷେଇ ପାଇଁ ଅଲିଭ ଅଏଲ ଖୁବ ଉତ୍ତମ ଅଟେ l
– ସ୍ୱାଦ ପାଇଁ –
ଯଦି ଆପଣଙ୍କ ସ୍ୱାସ୍ଥ୍ୟ ସହିତ ସ୍ୱାଦ କୁ ଦେଖିବେ ତେବେ ରାଶି ତେଲ କିମ୍ବା ନଡ଼ିଆ ତେଲ ରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ ପ୍ରଭାବଶାଳୀ ଅଟେ l