ଆଜି ହେଉଛି ନଭେମ୍ବର ୨୧ ତାରିଖ ଗୁରୁ ପୁଷ୍ୟା ନକ୍ଷେତ୍ର ଯୋଗ : ମାତ୍ର ୬ଟି ମୁଦ୍ରା ବଦଳାଇ ଦେବ ଆପଣଙ୍କ ଭାଗ୍ୟ, କରନ୍ତୁ ଏହି ଉପାୟ
ନଭେମ୍ବର ୨୧ ତାରିଖ ସକାଳ ସୂର୍ଯ୍ୟ ଉଦୟ ଠାରୁ ନେଇ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଗୋଟିଏ ବିଶେଷ ଯୋଗ ଘଟୁଛି , ଯାହାକି ଗୁରୁ ପୁଷ୍ୟା ଯୋଗ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୁଷ୍ୟା ନକ୍ଷତ୍ର ର ଦେବତା ଗୁରୁ ବୃହସ୍ପତି ଅଟନ୍ତି ଏବଂ ଏହାର ସ୍ୱାମୀ ଗ୍ରହ ଶନି ଦେବ ଅଟନ୍ତି l ତେଣୁ ଏହି ଦୁଇଟି ଗ୍ରହର କୃପା ପୁଷ୍ୟା ନକ୍ଷତ୍ର ଉପରେ ରହିଥାଏ l
– ଏହି ଯୋଗ ସେହି ଲୋକଙ୍କ ପାଇଁ ଉତ୍ତମ ଅଟେ ଯେଉଁମାନେ ଆର୍ଥିକ ଅସୁବିଧା ଦେଇ ଯାଉଛନ୍ତି, ଋଣ ଭାରରେ ଅସୁବିଧା ଦେଖା ଦେଇଛି l
– ଯେଉଁମାନେ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ଅସୁବିଧାର ସମୁଖୀନ ହେଉଛନ୍ତି, ଏବଂ ଯେତେ ପରିଶ୍ରମ କଲେ ମଧ୍ୟ କୌଣସି ସଫଳତା ପ୍ରାପ୍ତି ହେଉନାହିଁ l
– ଧନ ସମ୍ବନ୍ଧିତ ଅସୁବିଧା ପାଇଁ ପାରିବାରିକ କଳହ ନିୟମିତ ଦେଖା ଯାଉଛି l
– ବିଶେଷ ଭାବରେ ଏହି ଉପାୟ ସେହି ବ୍ୟକ୍ତିଙ୍କ ପାଇଁ ଯେଉଁମାନେ ଆର୍ଥିକ ଅସୁବିଧା ରେ ଗତି କରୁଛନ୍ତି l
ସେଥିପାଇଁ କରିବା ପଡିବ ମାତ୍ର ଗୋଟିଏ ଛୋଟିଆ ଉପାୟ ଯାହା ବଦଳାଇ ଦେବ ଆପଣଙ୍କ ଭାଗ୍ୟ –
– ମାତ୍ର ୬ଟି ଏକ ଟଙ୍କିଆ ମୁଦ୍ରା ନିଅନ୍ତୁ l
– ଏବଂ ନିଜ ଡାହାଣ ହାତର ଅନାମିକା ଆଙ୍ଗୁଳି ରେ ସେହି ମୁଦ୍ରା ଉପରେ ହଳଦୀ ଲଗାଇ ନିଅନ୍ତୁ l
– ଏବଂ ମୁଦ୍ରା ଗୁଡିକ ଶନିଙ୍କ ସୂଚକ ଏବଂ ହଳଦୀ ହେଉଛି ଗୁରୁଙ୍କ ସୂଚକ l
– ଏହାପରେ ଏହି ୬ଟି ମୁଦ୍ରା କୁ ଲକ୍ଷ୍ମୀ ନାରାୟଣ ଙ୍କ ନିକଟରେ ରଖି ଦିଅନ୍ତୁ l
– ଏବଂ ଘିଅ ଦୀପ ଟିଏ ଲଗାଇ ଓଂ ଲକ୍ଷ୍ମୀ ନାରାୟଣ ନମୋ ନମଃ ୧୦୮ ଥର ପାଠ କରନ୍ତୁ l
– ଏହାପରେ ପାଞ୍ଚଟି ମୁଦ୍ରା ନେଇ ତାହାକୁ ନିଜ ଆଲମାରୀ ରେ ରଖନ୍ତୁ ଏବଂ ସେଥିରୁ ଗୋଟିଏ ମୁଦ୍ରା ନିଜ ପର୍ସ ରେ ରଖନ୍ତୁ l
ଏହି ଉପାୟ ଆପଣଙ୍କୁ ସମସ୍ତ ଆର୍ଥିକ ଅସୁବିଧାରୁ ଦୂରେଇ ରଖିବ ଏବଂ ଜୀବନ ରେ ସୌଭାଗ୍ୟ ପ୍ରାପ୍ତି ହେବ l