Odisha news

ଦୁନିଆର ଗୋଟିଏ ଅଦ୍ଭୁତ ଦେଶ ଯେଉଁଠି ସ୍ୱାମୀ-ସ୍ତ୍ରୀ ଶୁଅନ୍ତି ନାହିଁ ଏକ ସଙ୍ଗରେ , ଏହା ପଛର କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0

ଏହା ତ ଆମେ ସମସ୍ତେ ଜାଣିଛୁ ଯେ ବିବାହ ପରେ ଜୀବନ ରେ ଅନେକ ପରିବର୍ତ୍ତନ ଆସିଥାଏ, ଭାରତ ସମେତ ଅନେକ ଦେଶରେ ବିବାହ ପରେ ସ୍ୱାମୀ-ସ୍ତ୍ରୀ ଗୋଟିଏ ଛାତ ତଳେ ରହି ଥାଆନ୍ତି l ଏବଂ ପୂର୍ବରୁ ଯେପରି ଉଭୟଙ୍କ ଜୀବନଶୈଳୀ ଥାଏ ସେଥିରେ ଅନେକ ପ୍ରକାରର ପରିବର୍ତ୍ତନ ମଧ୍ୟ ହୋଇଯାଇ ଥାଏ l ରମିତିରେ ଦେଖିବାକୁ ଗଲେ ପ୍ରତ୍ୟେକ ଦେଶର ସଂସ୍କୃତି ଆଉ ଗୋଟିଏ ଦେଶ ଠାରୁ ସମ୍ପୂର୍ଣ ଅଲଗା, କିନ୍ତୁ ଗୋଟିଏ ଦେଶ ଏଭଳି ରହିଛି ଯାହାର ବିଚାରଧାରା ସମ୍ପୂର୍ଣ ଅଲଗା ଅଟେ l ହଁ ଆଜ୍ଞା ସବୁଠୁ ବଡ଼ କଥାଟି ହେଲା ଏହି ଦେଶର ଲୋକେ ସ୍ୱାମୀ-ସ୍ତ୍ରୀ ହୋଇ ମଧ୍ୟ ଏକାଠି ଶୋଇ ନଥାଆନ୍ତି l ଆସନ୍ତୁ ଜାଣିବା ଏହି ଦେଶ ବିଷୟରେ l

ଏହା ହେଉଛି ସେହି ଅଦ୍ଭୁତ ଦେଶ –
ଆମେ ଯେଉଁ ଦେଶ ବିଷୟରେ କହୁଚୁ , ତାହା ହେଉଛି ଜାପାନ l ଯଦି ଆପଣ ଭାବୁଛନ୍ତି ସ୍ୱାମୀ ସ୍ତ୍ରୀ କେହି କାହାକୁ ଭଲ ପାଆନ୍ତି ନାହିଁ ତେବେ ଏହା ଆପଣଙ୍କ ଭୁଲ ଧାରଣା l ଏଠାରେ ସ୍ୱାମୀ ସ୍ତ୍ରୀ ଉଭୟ ଉଭୟ ଙ୍କୁ ଖୁବ ଭଲ ପାଇଥାଆନ୍ତି କିନ୍ତୁ ଅଲଗା ଶୋଇ ଥାଆନ୍ତି l

ରହିଛି ଏହି ଅଦ୍ଭୁତ କାରଣ –
ଏହା ପଛର କାରଣ ଖୁବ ଅଦ୍ଭୁତ ଅଟେ l କୁହାଯାଏ ଯେ ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିବିଡ଼ତା ବୃଦ୍ଧି ପାଇଥାଏ l ଜାପାନ ରେ ସ୍ୱାମୀ-ସ୍ତ୍ରୀ କେହି କାହାରି ନିଦ୍ରାରେ ଅସୁବିଧା ସୃଷ୍ଟି କରିବାକୁ ଚାହାଁନ୍ତି ନାହିଁ l ଯଦି ରାତିରେ ଶୋଇବା ସମୟ ରେ ଜଣଙ୍କର ନିଦ୍ରା ଭାଙ୍ଗିଥାଏ ତାହା ଦ୍ୱାରା ଅନ୍ୟଜଣେ ପ୍ରଭାବିତ ହୋଇଥାଏ , ଯାହାକି ଭାରତୀୟ ସମାଜରେ ଘଟିଥାଏ l

ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଜରୁରୀ –
ଜାପାନ ଲୋକଙ୍କର ଏହା ପଛର ମତ ରହିଛି ଯେ ଭଲ ନିଦ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ l ହଁ ଯଦି ଆପଣ ଭାବୁଥିବେ ଯେ ଅଲଗା ଅଲଗା ଶୋଇବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ରହି ନଥାଏ , କିନ୍ତୁ ଜାପାନରେ ନିଦ କୁ ସର୍ବ ପ୍ରଥମେ ପ୍ରାଧାନ୍ୟ ଦିଆଯାଇ ଥାଏ l ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଶୋଇବା ଅଭ୍ୟାସ ଅଲଗା ଅଲଗା ହୋଇଥାଏ l ଗୋଟିଏ ସର୍ଭେ ଅନୁସାରେ କେବଳ ୨୯.୨ ପ୍ରତିଶତ ସ୍ୱାମୀ ସ୍ତ୍ରୀ ଏକ ସାଙ୍ଗରେ ଶୋଇ  ଥାଆନ୍ତି l ଗୋଟିଏ ରିପୋର୍ଟ ଅନୁସାରେ ସମସ୍ତଙ୍କର ସ୍ଲିପିଂ ପ୍ୟାଂଟର୍ନ ଅଲଗା ହୋଇଥାଏ l

ଜାପାନ ରେ ଅଧିକାଂଶ ଛୁଆ ମା ସହିତ ଶୋଇ ଥାଆନ୍ତି l କୁହାଯାଏ ଯେ ଏହାଦ୍ୱାରା ଶିଶୁ ମାନଙ୍କର ହୃଦୟ ଗତି ସନ୍ତୁଳିତ ରହିଥାଏ l ଏହି ସମୟ ରେ ଗୋଟିଏ ସ୍ୱାମୀ ର ନିଷ୍ପତି ରହିଥାଏ ଯେ ସେ ସ୍ତ୍ରୀ ଓ ପିଲା ମାନଙ୍କ ସହିତ ଶୋଇବାକୁ ଚାହୁଁଛି ନା ଅଲଗା ଶୋଇବାକୁ ଚାହୁଁଛି l

Leave A Reply