Odisha news

ବୈକୁଣ୍ଠ  ଚତୁର୍ଦଶୀ ରେ ଶ୍ରୀହରୀ ବିଷ୍ଣୁ ଓ ମହାଦେବଙ୍କୁ ମିଳିତ ଭାବରେ କାହିଁକି ପୂଜା କରାଯାଇ ଥାଏ ଏବଂ ଏହାର ମହତ୍ୱ କଣ

0

କାର୍ତିକ ମାସ ଶୁକ୍ଲପକ୍ଷ ର ଚତୁର୍ଦଶୀ କୁ ବୈକୁଣ୍ଠ ଚତୁର୍ଦଶୀ ବୋଲି କୁହାଯାଇ ଥାଏ, ଏହିଦିନ ଭଗବାନ ବିଷ୍ଣୁଙ୍କ ସହିତ ମହାଦେବ ଙ୍କୁ ମଧ୍ୟ ପୂଜାର୍ଚନା କରାଯାଇ ଥାଏ l ବିଷ୍ଣୁଙ୍କୁ ହରୀ ଓ ମହାଦେବଙ୍କୁ ହର କୁହାଯାଇଥାଏ l

ଶିବ ପୁରାଣ ଅନୁସାରେ ଏହା ପଛରେ ରହିଛି ଦୁଇଟି କାରଣ l ପ୍ରଥମ କାରଣଟି ହେଲା  ଭଗବାନ ବିଷ୍ଣୁ ରାମ ଅବତାରରେ କାର୍ତିକ ଶୁକ୍ଲପକ୍ଷ ଚତୁର୍ଦଶୀ ଦିନ ବାରଣାସୀ ଯାଇଥିଲେ, ଏବଂ ସେଠାରେ ସେ ମହାଦେବଙ୍କୁ ପୂଜା କରିଥିଲେ l ଏବଂ ପୂଜନ ସମୟ ରେ ଶ୍ରୀହରୀ ଏକ ସହସ୍ର କମଳ ପୁଷ୍ପ ଅର୍ପଣ କରିବାର ସଂକଳ୍ପ ନେଇଥିଲେ l କିନ୍ତୁ ଗୋଟିଏ ଅନ୍ତିମ ପୁଷ୍ପ ତାଙ୍କୁ ମିଳି ନଥିଲା, ଏବଂ ସେ ନିଜର ଚକ୍ଷୁ କୁ ମହାଦେବଙ୍କ ନିକଟରେ ବାହାରକରି ଅର୍ପଣ କରିଥିଲେ l ଏବଂ ମହାଦେବ ପ୍ରସନ୍ନ ହୋଇ ତାଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ l

ଅନ୍ୟ କାରଣଟି ହେଲା ଚତୁର୍ମାସ ରେ ଶ୍ରୀହରୀ ବିଷ୍ଣୁ ଯୋଗ ନିଦ୍ରାରେ ଯାଇ ଥାଆନ୍ତି, ଏହି ସମୟ ରେ ସୃଷ୍ଟିର ଦାୟିତ୍ୱ ମହାଦେବଙ୍କ ଉପରେ ରହିଥାଏ l ଚାରିମାସ ପରେ ଦେବ ଉତ୍ଥାନ ଏକାଦଶୀ ଦିନ  ଯୋଗ ନିଦ୍ରାରୁ ଶ୍ରୀହରୀ ବିଷ୍ଣୁ ଉଠିବା ପରେ ମହାଦେବ  ତାଙ୍କୁ  ସୃଷ୍ଟିତ ଦାୟିତ୍ୱ ପୁନର୍ବାର ଦେଇଥିଲେ l ଏହି କାରଣରୁ ବୈକୁଣ୍ଠ ଚତୁର୍ଦଶୀ ରେ ଉଭୟ ମହାଦେବ ଏବଂ ବିଷ୍ଣୁ ଙ୍କୁ ପୂଜାର୍ଚନା କରାଯାଇ ଥାଏ l

– ବୈକୁଣ୍ଠ ଚତୁର୍ଦଶୀ ରେ ଭଗବାନ ବିଷ୍ଣୁ ଙ୍କ ପୂଜା ନିଶିଥକାଳରେ କରାଯାଇ ଥାଏ, ଅର୍ଥାତ ମଧ୍ୟରାତ୍ରି ସମୟ ରେ l
– ଶ୍ରୀହରୀ ବିଷ୍ଣୁ ଓ ମହାଦେବ ଙ୍କୁ ପୂଜା କରିବା ସମୟ ରେ ବ୍ରତଧାରୀ ପୂର୍ବ ଦିଗକୁ ମୁଖ କରି ପୂଜା କରିବା ଜରୁରୀ l
– ପୂଜାରେ ବିଶେଷ ଭାବରେ ଜଳ, ପୁଷ୍ପ, ଦୁଗ୍ଧ, ଦହି , ପଦ୍ମଫୁଲ ଅର୍ପଣ କରି ଅଭିଷେକ କରାଯାଏ l
– ମିଳିତ ଭାବରେ ଶ୍ରୀହରୀ ବିଷ୍ଣୁ ଓ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ, ଦୁଃଖ ଦୂର ହୋଇଥାଏ l

Leave A Reply