Odisha news

ସିକ୍ରେଟ ଆପ୍ସ ଯୋଗେ ମିଟିଂ କରି ହିଜବ -ଉତ-ତହରିନ ଭାରତରେ ନିର୍ମାଣ କରିବ ସରିଆ ଆଧାରିତ ଇସ୍ଲାମିକ ରାଷ୍ଟ୍ର :  ସୁରକ୍ଷା ଏଜେନ୍ସି ଆଲର୍ଟ

0

ନୂଆଦିଲ୍ଲୀ : ଭାରତର ସୁରକ୍ଷା ଏଜେନ୍ସି ଗୁଡିକ ଆତଙ୍କବାଦୀ ସଂଗଠନ ହିଜବ ଉତ ତାହାରୀର କୁ ନେଇ ଆଲର୍ଟ ମୋଡ଼ ରେ l ସରକାର ଙ୍କ ସହିତ ଜଡିତ ଅଧିକାରୀ ମାନେ କହିଛନ୍ତି NIA ଗତ ସପ୍ତାହ ରେ ଦୁଇଦିନ ଆତଙ୍କବାଦ ବିରୋଧୀ ସମିଳନୀ ରେ ଭାରତରେ ‘ହିଜବ -ଉତ – ତାହରିନ ର ବିକାଶ କୁ ବିସ୍ତାର ଭାବରେ କଥା ହୋଇଛନ୍ତି l ଏହି ମିଟିଂ ରେ ତେଲେଙ୍ଗାନା, ତାମିଲନାଡୁ, ଗହ୍ବlଟି ପୋଲିସ, ନର୍କଟିକସ କଣ୍ଟ୍ରୋଲ ବ୍ୟୁରୋ ଓ ବିଏସଏଫ ର ଆତଙ୍କବାଦ ନିରୋଧକ ଏକ୍ସପର୍ଟ ମଧ୍ୟ ସାମିଲ ରହିଛନ୍ତି l

ଲେବାନନ ସ୍ଥିତ କତରପନ୍ଥୀ ସମୂହ ହିଜବ -ଉତ-ତହରିନ ପଶ୍ଚିମ ଦେଶ ଗୁଡିକରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହୁଁଚି l ଗତବର୍ଷ ବ୍ରିଟେନ ରେ ଏହି ସମୂହ ସହିତ ଜଡିତ ଲୋକ ମାନେ ପାଲେଷ୍ଟାଇନ ସମର୍ଥକ ଭାବରେ ରାଜରାସ୍ତା କୁ ଓଲ୍ହାଇ ପ୍ରଦର୍ଶନ କରିଥିଲେ l ଏହାପରେ ବ୍ରିଟେନ ରେ ଏହି ସମୂହ ଉପରେ ପ୍ରତିବନ୍ଧକ ଲାଗିଥିଲା l

ଚାରିଟି ରାଜ୍ୟରେ ରହିଛି ସ୍ଲିପର ସେଲ –
ଭାରତରେ ମଧ୍ୟ ହିଜବ -ଉତ-ତହରିନ ସମୂହ ନିଜର କାୟା ବିସ୍ତାର କରିବାକୁ ଚାହୁଁଚି, ଏବଂ ସେଥିପାଇଁ ଚେଷ୍ଟା ଚଳାଇଛି l ଏହି ସମୂହ ର ସ୍ଲିପର ସେଲ ମଧ୍ୟ ପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ରେ ମିଳିଛନ୍ତି l

NIA ପକ୍ଷରୁ ଚାଲିଛି ଯାଞ୍ଚ –
ମିଳିଥିବା ସୂଚନା ଅନୁସାରେ ଦୁଇ ଦିବସୀୟ ସମ୍ମିଳନୀ ଅବସରରେ ହିଜବ -ଉତ-ତହରିନ ଉପରେ ଧ୍ୟାନ ରଖିବାକୁ ନେଇ ଚର୍ଚା ହୋଇଥିଲା l ଚଳିତ ବର୍ଷ ଆରମ୍ଭ ରେ ହିଜବ -ଉତ-ତହରିନ ଧରାପଡ଼ି ଥିବା ସଦସ୍ୟ ମାନଙ୍କୁ ନେଇ ଚର୍ଚା ହୋଇଥିଲା l  କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏହି ମାମଲାକୁ NIA  କୁ ହସ୍ତାନ୍ତର କରିଥିଲା l ଏହି ମାମଲାରେ NIA ପକ୍ଷରୁ ୧୭ ଜଣଙ୍କ ବିରୋଧରେ ଆରୋପ ପତ୍ର ଦାଖଲ ହୋଇଛି l

NIA ର ଯାଞ୍ଚ ଅନୁସାରେ ଜଣାପଡିଛି ଯେ ଏହାର ସଦସ୍ୟ ମାନେ ସାରା ଦେଶରେ ରହିଛନ୍ତି l ଏମାନେ ମଧ୍ୟପ୍ରଦେଶ ରେ ଗୁପ୍ତ ଭାବରେ ନିଜ କ୍ୟାଡର ର ଭର୍ତି କରାଉଥିଲେ ଏବଂ ତାହାକୁ ମଜବୁତ କରିବା ପାଇଁ ଚେଷ୍ଟା ଚାଲିଛି l

ସିକ୍ରେଟ ଆପ ଯୋଗେ ଚାଲିଥିଲା ମିଟିଙ୍ଗ
NIA ର ଜଣେ ଅଧିକାରୀ ଙ୍କ ମତ ଅନୁସାରେ ହିଜବ -ଉତ-ତହରିନ ସୋସିଆଲ ମିଡ଼ିଆର ବ୍ୟବହାର ଓ ସିକ୍ରେଟ ଆପ୍ସ ଜରିଆରେ ଆତଙ୍କବାଦ କୁ ଏହି ସମୂହ ପ୍ରୋତ୍ସାହନ ଦେଉଛି l ଯୁବକ ମାନଙ୍କୁ ଭଡକାଇବା ପାଇଁ ଏହି ଆପ୍ସ ରେ ମିଟିଂ କରାଯାଉଛି l ହିଜବ -ଉତ-ତହରିନ ୧୯୫୩ ରେ ଜେରୁଜେଲମ ରେ ଅଫିସିଆଲି ତିଆରି ହୋଇଥିଲା l ଏହାର ପାଲେଷ୍ଟାଇନ ରେ ହଜାରହଜାର ସଦସ୍ୟ ରହିଛନ୍ତି l ଏହି ଗୋଷ୍ଠୀ ର ମୁଖ୍ୟ ଉଦେଶ୍ୟ ହେଲା ଭାରତ ରେ ଶରୀୟl ଆଧାରିତ ଇସ୍ଲାମିକ ରାଷ୍ଟ୍ର ନିର୍ମାଣ କରିବା l

Leave A Reply