Odisha news

କଂଗ୍ରେସ କାଉଁସିଲର ରାଜସ୍ବ ନିରୀକ୍ଷକଙ୍କୁ ଧମକ :  ଥାନାରେ ଦୁଇଟି ମାମଲା

0
ବାସୁଦେବପୁର  : ବାତ୍ୟା ଦାନାର କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ  ବାସୁଦେବପୁର ସଦର ରାଜସ୍ବ ନିରୀକ୍ଷକ ଶରତଚନ୍ଦ୍ର ଦାଶ ଦେଉଳି (୨୧ ନମ୍ବର ୱାର୍ଡ) ଯାଇଥିବା ବେଳେ କଂଗ୍ରେସ କାଉଁସିଲର ମଧୁସ୍ମିତା ସେଠୀ ପହଞ୍ଚି ସମସ୍ତଙ୍କୁ ସମ୍ପୂର୍ଣ୍ଣ ଘର ଭଙ୍ଗା ଦେବ । ନଚେତ ରାଜସ୍ବ ନିରୀକ୍ଷକ ପକେଟରୁ ଦେବ ବୋଲି ଧମକ  ଦେଇଥିଲେ । ଏହାକୁ ନେଇ  ଆରଆଇ ଓ କାଉଁସିଲରଙ୍କ ମଧ୍ଯରେ କଥା କଟାକଟି ଲାଗିବାରୁ ବାସୁଦେବପୁର ଥାନାର କାଉଁସିଲର ରାଜସ୍ବ ନିରୀକ୍ଷକଙ୍କ  ନାମରେ ଏକ  ଲିଖିତ ଅଭିଯୋଗ କରିଥିବା ବେଳେ ସରକାରୀ କାର୍ଯ୍ଯରେ ବ୍ୟାଘାତ ସୃଷ୍ଟି କରି ଧମକଚମକ ଦେବା ଅଭିଯୋଗ କରି ରାଜସ୍ବ ନିରୀକ୍ଷକ ଏକ ଅଭିଯୋଗ କ୍ରମେ ତହସିଲଦାର ଥାନାକୁ ଲିଖିତ ଅଭିଯୋଗ ପଠାଇ ଦେଇଛନ୍ତି । ବାତ୍ୟାର କ୍ଷତିଗ୍ରସ୍ତଙ୍କୁ ସରକାରୀ ସ୍ତରରେ  ତଦନ୍ତ କରି ପ୍ରକୃତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବାକୁ ସରକାର ବିଚାର କରି କର୍ମଚାରୀଙ୍କ ଦ୍ବାରା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ କୁହାଯାଇଛି । କାହାରି ଦ୍ବାରା ପ୍ରଭାବିତ ନହୋଇ ନିରପେକ୍ଷ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ । ଯଦି କେହି ବାଦ ପଡନ୍ତି ତହସିଲଦାରଙ୍କ  ଠାରେ ଅଭିଯୋଗ କରିପାରିବେ । ବାସୁଦେବପୁର ପୌରପାଳିକାର ୨୧ ନମ୍ବର ୱାର୍ଡରେ  ଘର ଭଙ୍ଗା ତଦନ୍ତ କରିବାକୁ ରାଜସ୍ବ ନିରୀକ୍ଷକ ଶରତଚନ୍ଦ୍ର ଦାଶ ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ  ଲଳିତ ବାରିକ ଯାଇଥିଲେ । ରମେଶ ଚନ୍ଦ୍ର ସେଠୀଙ୍କ ଘର ତଦନ୍ତ ଚାଲିଥିବା ସମୟରେ କାଉଁସିଲର ମଧୁସ୍ମିତା ସେଠୀ  ପହଞ୍ଚି କହିଥିଲେ ଯଦି ଫୁଲ ଡେମେଜ  ନଦେଖେଇବ ତୁମ ହାତରୁ ଟଙ୍କାର ଦେବ ବୋଲି ଧମକ ଦେଇଥିଲେ । ସରକାରଙ୍କ ନିତି ନିୟମରେ ଯାହା ପଡିବ ତାହା କ୍ଷତିପୂରଣ ପାଇବ । ଏହିକଥାକୁ  ନେଇ କଥା କଟାକଟି ଲାଗିବା  ପରେ ରାଜସ୍ବ ନିରୀକ୍ଷକ ତଦନ୍ତ ଛାଡି ପଳାଇ ଆସିଥିଲେ । ଏହାକୁ ନେଇ ବାସୁଦେବପୁର ଥାନାର  କାଉଁସିଲର ଆଗୁଆ ଏକ ମାମଲା କରିଥିବା ବେଳେ ରାଜସ୍ବ ନିରୀକ୍ଷକ ଶରତଚନ୍ଦ୍ର ଦାଶ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବା ପରେ ତହସିଲଦାର ବାସୁଦେବପୁର ଥାନାର ଲିଖିତ ଅଭିଯୋଗ ପଠାଇ ଦେଇଛନ୍ତି । କାଉଁସିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ କୌଣସି ରାଜସ୍ବ ନିରୀକ୍ଷକ କ୍ଷତିଗ୍ରସ୍ତ ଅଞ୍ଚଳ କ୍ଷୟକ୍ଷତି ଅଞ୍ଚଳ ଗ୍ରସ୍ତ କରି ତଦନ୍ତ କରି ରିପୋର୍ଟ ଦେବେନାହିଁ  ବୋଲି ଧମକ ଦେଇଛନ୍ତି ।

Leave A Reply