Odisha news

‘ସମ୍ପର୍କ ରେ ଅନେକ ବୁଝାମଣା କରିବାକୁ ପଡିଥାଏ ‘ ଅଭିଷେକ ବଚନ ଙ୍କ ସହିତ ବିବାହ ବିଛେଦ ଗୁଜବ କୁ ନେଇ ଐଶ୍ୱର୍ଯ୍ୟା ରାୟ କହିଗଲେ ଏମିତି କିଛି

0

ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚନ ଙ୍କ ବୈବାହିକ ଜୀବନ ରେ ଚାଲିଥିବା ଝଡ଼ କୁ ନେଇ ଗଣମାଧ୍ୟମ ରେ ଲଗାତାର ବିଭିନ୍ନ ଖବର ସାମ୍ନାକୁ ଆସୁଛି l ନିକଟରେ ଐଶ୍ୱର୍ଯ୍ୟl ରାୟ ଙ୍କ ଜନ୍ମଦିନ ଯାଇଥିଲେ ସୁଧା ଅଭିଷେକ ତାଙ୍କୁ ଶୁଭକାମନା ଜଣାଇ ନଥିଲେ l ଯାହାକୁ ନେଇ ବିବାହ ବିଛେଦ କୁ ନେଇ ଚାଲିଥିବା ଖବର କୁ ଅଧିକ ଗୁରୁତ୍ୱ ମିଳିଯାଇ ଥିଲା l

କିନ୍ତୁ କିଛିଦିନ ପୂର୍ବରୁ ଐଶ୍ୱର୍ଯ୍ୟା ଗୋଟିଏ ଇଣ୍ଟରଭିୟୁ ରେ ନିଜର ଓ ଅଭିଷେକ ଙ୍କର ସମ୍ପର୍କ କୁ ନେଇ  ମନ କଥା ଖୋଲି କହିଥିଲେ l ଯେଉଁଥିରେ ସେ କହିଥିଲେ ସମ୍ପର୍କ ରେ ଅନେକ ବୁଝାମଣା କରିବାକୁ ପଡିଥାଏ l ଐଶ୍ୱର୍ଯ୍ୟା ଙ୍କର ଏହି ମନ୍ତବ୍ୟ ପ୍ରଶଂସକ ଙ୍କର ମନରେ ଅନେକ ସଂଶୟ ଭରିଥିଲା l

ଫିଲ୍ମ ଫେୟାର ସହିତ ସାକ୍ଷାତ କରି ଅଭିନେତ୍ରୀ ପ୍ରଥମ ଥର ପାଇଁ ନିଜର ବୈବାହିକ ଜୀବନ କୁ ନେଇ ମନଖୋଲି କଥା ହୋଇଥିଲେ l ଐଶ୍ୱର୍ଯ୍ୟା କହିଥିଲେ ଯେ ଯେ କୌଣସି ସମ୍ପର୍କ ହୋଇଥାଉ ସେଥିରେ କୌଣସୀନା କୌଣସି ବୁଝାମଣା କରିବାକୁ ପଡିଥାଏ l ବହୁତ କିଛି ଗିଭ ଏଣ୍ଡ ଟେକ ହୋଇଥାଏ, ଅନେକ ସମୟ ରେ ଆପଣ ରାଜି ନଥିଲା ବେଳେ କେତେବେଳେ ସମୁଖ ବ୍ୟକ୍ତି ରାଜି ନଥାଏ l କିନ୍ତୁ ସ୍ଥିତି ଯାହାବି ହୋଇଥାଉନା କାହିଁକି ଉଭୟ ସବୁବେଳେ ନିଜ ମଧ୍ୟରେ ସବୁ ସ୍ଥିତିକୁ ନେଇ କଥାବାର୍ତା ହେଉଥିବା ଆବଶ୍ୟକ l

ଏବଂ ସେ ଆହୁରି କହିଥିଲେ ଯେ – ଅଭିଷେକ ସବୁବେଳେ ଏହାକୁ ସମ୍ମାନ କରି ଥାଆନ୍ତି, ମୁଁ ସେମାନଙ୍କ ମଧ୍ୟରେ ନୁହେଁ ଯିଏ କହି ଥାଆନ୍ତି କି ଛାଡ଼ ଯାହା ହେଇଗଲା ତାକୁ ଏଇଠି ସମ୍ପର୍କ ଛିଡ଼ାଇ ଦିଅ, ଉଭୟ ଉଭୟଙ୍କ ସହିତ ପ୍ରତ୍ୟେକ କ୍ଷେତ୍ରରେ କଥା ହେବା ଜରୁରୀ ଓ ଉଭୟ ଉଭୟଙ୍କୁ ସମ୍ମାନ କରିବା ଜରୁରୀ l

Leave A Reply