ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ବାର୍ଷିକ ସାଧାରଣ ସଭା
ଖାଦ୍ୟଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ଯୋଗାଣ ସହାୟକ ମାନଙ୍କ ଭୂମିକାକୁ ପ୍ରଶଂସା କଲେ ମନ୍ତ୍ରୀ ଶ୍ରୀ ପାତ୍ର
ଭୁବନେଶ୍ୱର(Suvendra Pattanaik) : ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଙ୍ଘ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଇଂଜିନିୟର୍ସ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଣ ସହାୟକ ମାନଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି ।
ରାଜ୍ୟରେ ତୃଣମୂଳ ସ୍ତରରେ ଖାଦ୍ୟଯୋଗାଣ ଓ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କୁ ଠିକଣା ସମୟରେ ରାସନ୍ ପ୍ରଦାନ କରିବାରେ ଯୋଗାଣ ସହାୟକ ମାନେ ସହଯୋଗ କରିଥାନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଞ୍ଚାୟତ ସ୍ତରରେ ଖାଦ୍ୟଯୋଗାଣ କ୍ଷେତ୍ରରେ ସେମାନଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ । ଚଳିତ ଖରିଫ ଋତୁରେ ଧାନସଂଗ୍ରହବେଳ ସରକାରଙ୍କୁ ସହଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସଂଘର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ।
ଆଜିର ଏହି ସାଧାରଣ ପରିଷଦ ବୈଠକରେ ସଂଘର ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ପ୍ରଧାନ ପ୍ରାରମ୍ଭିକ ଉଦ୍ବୋଧନ ଦେଇଥିଲେ । ସେହିଭଳି ସଂଘ ସଭାପତି ଶ୍ରୀ ସଂଜୀବ କୁମାର ଦାଶ ଓ ସାଧାରଣ ସମ୍ପାଦକ ଶ୍ରୀ ଅରୁଣ କୁମାର ବାରିକ ସଂଘର ବିଭିନ୍ନ ଦାବି ସଂପର୍କରେ ଉଲ୍ଲେଖ କରିଥିଲେ ।