Odisha news

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ମଦ ସହିତ ପୋଚ ନଷ୍ଟ

0
ଆଠଗଡ଼ ତା  ୦୨. ୧୧. ୨0୨୪ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଅଳ୍ପ କିଛି ପୋଚ ସହିତ ମଦ ନଷ୍ଟ, କିନ୍ତୁ ମାଫିଆ ଫେରାର। କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ  ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷକ ଶ୍ରୀ ନିମାଇଁ ଚରଣ ସିଂହ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଠଗଡ଼ , ବାଙ୍କୀ ଏବଂ ନରସିଂହପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ତିଗିରିଆ ଥାନା ଅନ୍ତର୍ଗତ , ପଣସପାଟଣା, ପାଇକସାହିରେ   ମିଳିତ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉ ରେ ସର୍ବମୋଟ    ୬୬୫   ଲିଟର ନକଲି ଦେଶୀ ମଦ ସହିତ ୬୯୩୦  ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ  ନଷ୍ଟ କରାଯାଇଛି ଏବଂ ଦୁଇ ଗୋଟି ମାମଲା ରୁଜୁ କରା ଯାଇଛି। ତିନି ଗୋଟି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିଲେ ମଧ୍ୟ ମାଫିଆମାନେ କିଭଳି ଭାବରେ ଅବକାରୀ ବିଭାଗ କୁ ଚକମା ଦେଖାଇ ଖସି ଯାଉଛନ୍ତି ତାହାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମାଫିଆମାନେ ଖସିଯିବା ପଛରେ କିଛି ଅସାଧୁ କର୍ମଚାରୀ ମାନଙ୍କ ହାତ ଥିବା ବୋଲି ଅଭିଯୋଗ ହେଉଛି। ଏହି ଚଢାଉ ଧର୍ମକୁ ଆଖି ଠାର ବୋଲି ମନେ ହେଉଛି। ଆଜିର ଚଢ଼ାଉରେ ଅବକାରୀ ନିରୀକ୍ଷକ ରବିନାରାୟଣ ପ୍ରଧାନ, ଉପ ନିରୀକ୍ଷକ ଅରୁଣ ଭୋଇ, ସୋମ୍ୟରଞ୍ଜନ ମାଝୀ, ସହିତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave A Reply