Odisha news

ଅଁଳା ଓ ବଡ଼ ଏକାଦଶୀ ନିମନ୍ତେ ପ୍ରସ୍ତୁତି 

0

ସାକ୍ଷୀଗୋପାଳ : ପବିତ୍ର  କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ଓ ଏକାଦଶୀ ତିଥି ଅର୍ଥାତ  ଆସନ୍ତା  ୧୦ ତାରିଖରେ ସାକ୍ଷୀଗୋପାଳ ମନ୍ଦିରରେ ପବିତ୍ର ଅଁଳା ନବମୀ ଓ ରାଧାପାଦ ଦର୍ଶନ   ଏବଂ  ୧୨ ତାରିଖରେ ବଡ଼ ଏକାଦଶୀ ଓ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ଅନୁଷ୍ଠିତ ହେବ  ।  ଏହି ପର୍ବ  ଅବସରରେ ସାକ୍ଷୀଗୋପାଳରେ  ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ  ଦର୍ଶକଙ୍କ ସମାଗମ ହେବ l ଭକ୍ତ ଓ ଶ୍ରଦ୍ଧାଳୁଙ୍କ  ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ନିମନ୍ତେ  ପୁରୀ ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ  ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ରାଜ୍ୟରେ ସରକାର ଓ ସତ୍ୟବାଦୀରେ ବିଧାୟକ ପରିବର୍ତ୍ତନ ହୋଇଥିବାରୁ ଚଳିତ ବର୍ଷ ଏହି ପର୍ଵ  କିଭଳି ପୂର୍ବ ବର୍ଷ ଅପେକ୍ଷା ସରସ ସୁନ୍ଦର ହେବ ସେଥିପାଇଁ  ବିଧାୟକ ଓମ ପ୍ରକାଶ ମିଶ୍ର ଘନ ଘନ ସତ୍ୟବାଦୀ ଗସ୍ତ  କରି ସମସ୍ତ ପ୍ରସ୍ତୁତି  କାର୍ଯ୍ୟର ଦୈନିକ ସମୀକ୍ଷା କରିଛନ୍ତି ।  ପୂର୍ବାହ୍ନରେ ବିଧାୟକ ମିଶ୍ର ସାକ୍ଷୀଗୋପାଳ ମନ୍ଦିର  ଗସ୍ତ  କରି ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଥିଲେ । ଚନ୍ଦନ ପୋଖରୀ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଆଲୋକୀ କରଣ କରାଯିବ ସହ ଏକ ସୁଦୃଶ୍ୟ ଓ  ମନୋରମ ଗେଟ ନିର୍ମାଣ କରାଯିବ l  । ଭକ୍ତଙ୍କ ନିମନ୍ତେ ବାରିକେଡ ପ୍ରସ୍ତୁତ କରାଯିବ । ବାରିକେଡରେ ଗରମ କିମ୍ବା ଖାରରୁ ରକ୍ଷା ପାଇବା ନିମନ୍ତେ  ଉପରେ କପଡ଼ାରେ ସିଲିଂ କରାଯିବ ।  ବାରିକେଡ ମଧ୍ୟରେ ଥିବା ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଉପରେ ସୁଗନ୍ଧିତ ଜଳ ସିଞ୍ଚନ କରାଯିବ । ସୁମଧୁର ସାଉଣ୍ଡ ଦ୍ୱାରା ଭଜନ ଜଣାଣ ବାରିକେଡ ଭିତରେ ଥିବା ଲୋକମାନେ ଶ୍ରବଣ କରିପାରିବେ । ଚଳିତ ବର୍ଷ ସମ୍ପୂର୍ଣ୍ଣ ମନ୍ଦିର ଓ ବାହାର ପରିସର ରଙ୍ଗିନ ଅଲୋକ ଓ ରଙ୍ଗ ବେରଙ୍ଗ ଫୁଲ ସଜ୍ଜା କରାଯିବ l ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ଓ ଦର୍ଶକଙ୍କୁ ଆକୃଷ୍ଟ କରିବ ସେଥିପାଇଁ ବିଧାୟକ ମିଶ୍ର ଦାୟିତ୍ୱ   ନେଇଛନ୍ତି । ଆସନ୍ତା  ୯ ତାରିଖ ଅର୍ଥାତ ଗୋଷ୍ଠାଷ୍ଟମୀ  ଠାରୁ ମନ୍ଦିରରେ  ଏକ ସ୍ୱତନ୍ତ୍ର  ଆଧ୍ୟାତ୍ମିକ ପରିବେଶକୁ ଭକ୍ତ ଓ  ଦର୍ଶକ ମନେ ଚଳିତ ବର୍ଷ ପ୍ରଥମ କରି ଉପଭୋଗ କରିବେ । ସେହିପରି  ସତ୍ୟବାଦୀ ମୁକ୍ତାକାଶ ରଙ୍ଗମଞ୍ଚରେ  ତିନିଦିନ ବ୍ୟାପୀ ପ୍ରସିଦ୍ଧ କଳାକାରଙ୍କୁ ନେଇ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ବିଧାୟକ ମିଶ୍ର ପ୍ରକାଶ କରିଛନ୍ତି । ଆଜି  ଅପରାହ୍ନରେ ବ୍ଲକ ପ୍ରଶାସନ ପକ୍ଷରୁ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ , ଥାନା ଅଧିକାରୀ ଉମେଶ କୁମାର ସାହୁ , ବିଡ଼ିଓ ଲିପ୍ସା ରାୟ , ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶୀ , ସାକ୍ଷୀଗୋପାଳ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ବାଣୀକାନ୍ତ ଖଟୁଆ ,ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ,  ପରିଚାଳନା ପରିଷଦ ସଭ୍ୟ ପ୍ରତାପ ମହାପାତ୍ର ପ୍ରମୁଖ ମନ୍ଦିରରେ  ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ନିମନ୍ତେ ସମସ୍ତ ଦିଗକୁ ସମୀକ୍ଷା କରିଥିଲେ । ପ୍ରଭୁ ସାକ୍ଷୀଗୋପାଳଙ୍କ ଏହି ଯାତ୍ରା ନିମନ୍ତେ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କିଭଳି ଏକ ଉତ୍ତମ ଓ ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସମୀକ୍ଷା କରୁଥିବା ଅଧିକାରୀ ମାନେ ପ୍ରକାଶ  କରିଥିଲେ

Leave A Reply