ମଦ ଗୋଟିଏ ଏଭଳି ବସ୍ତୁ ଯାହାକି ବ୍ୟକ୍ତିର ସମ୍ପୂର୍ଣ ପରିବାର କୁ ନଷ୍ଟ କରିଦିଏ , ଏହାର ସବୁଠୁ ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ l ମଦ୍ୟପାନ କାରଣରୁ ଶରୀରର ଅନେକ ଅଙ୍ଗ ନଷ୍ଟ ହୋଇ ଯାଇଥାଏ, ଯେପରିକି ହାର୍ଟ, ଲିଭର, ବ୍ରେନ ସମେତ କିଡ୍ନୀ ମଧ୍ୟ ନଷ୍ଟ ହୋଇ ଯାଇଥାଏ l ବିଶେଷ ଭାବରେ ସମସ୍ତ ଅଙ୍ଗ ଅପେକ୍ଷା କିଡ୍ନୀ ର ଭୟଙ୍କର କ୍ଷତି ହୋଇଥାଏ l କିଡ୍ନୀ ଆମର ଗୋଟିଏ ମହତ୍ଵପୁର୍ଣ ଅଙ୍ଗ ଅଟେ l ଏହାର ମୁଖ୍ୟ କାର୍ଯ୍ୟ ହେଲା ଶରୀର ର ଟକ୍ସିକ ସବଷ୍ଟାନଶେଷ କୁ ଫିଲ୍ଟର କରି ବାହାରକୁ ବାହାର କରିବା , ଯେଉଁ କାରଣରୁ ଆମେ ରୋଗରେ ପୀଡିତ ହେବା ନାହିଁ l କିନ୍ତୁ ଆବଶ୍ୟକତା ଠାରୁ ଅଧିକ ମଦ୍ୟପାନ ଆମ ଶରୀର ପାଇଁ ମୃତ୍ୟୁ ର କାରଣ ମଧ୍ୟ ହୋଇପାରେ l
– କିଡ୍ନୀ ଫଙ୍କସନ ଉପରେ ପ୍ରଭାବ –
ମଦ୍ୟପାନ କାରଣରୁ କିଡ୍ନୀ ରେ ବ୍ଲଡ଼ ଫ୍ଲୋ ବଢି ଯାଇଥାଏ, ଯେଉଁ କାରଣରୁ କିଡ୍ନୀ ଉପରେ ଏକ୍ସଟ୍ରା ପ୍ରଭାବ ପଡିଥାଏ l ଏବଂ କିଡ୍ନୀ ର କାର୍ଯ୍ୟ କ୍ଷମତା କମି ଯାଇଥାଏ l ଯଦି ଥରେ କିଡ୍ନୀ ଖରାପ ହୋଇଗଲା ଆମେ ଅନେକ ଗୁଡିଏ ରୋଗରେ ପୀଡିତ ହୋଇଥାଉ l
– କିଡ୍ନୀ ଫୁଲି ଯାଏ –
ଯେଉଁ ଲୋକମାନେ ମଦ୍ୟପାନ ଉପରେ ରୋକ ଲାଗନ୍ତି ନାହିଁ, ସେମାନଙ୍କ କିଡ୍ନୀ ଫୁଲି ଯାଇଥାଏ l ଏହାପରେ କିଡ୍ନୀ ରେ ଗଭୀର ଯନ୍ତ୍ରଣା ଅନୁଭୂତ ହୋଇଥାଏ ଯାହାକି ସହିବା କଷ୍ଟକର ହୋଇଥାଏ l
– କିଡ୍ନୀ ନଷ୍ଟ ହେବାର ଭୟ ରହିଥାଏ –
ଯଦି ଏଭଳି ଅସୁବିଧା ସତ୍ୱେ ଜଣେ ବ୍ୟକ୍ତି ମଦ୍ୟପାନ କରିବା ଛାଡି ନଥାଏ ତେବେ ଏହା କିଡ୍ନୀ ନଷ୍ଟର କାରଣ ହୁଏ l ଯେଉଁ ଲୋକ ମାନଙ୍କର ୨ଟି କିଡ୍ନୀ ନଷ୍ଟ ହୋଇଯାଏ ସେମାନେ ଜୀବନ ସାରା ଡାଏଲିସିସ ରେ ରହି ଥାଆନ୍ତି l
– ଏହିସବୁ ରୋଗ କିଡ୍ନୀ ନଷ୍ଟର କାରଣ =
ମଧୁମେହ, ହେଉଛି କିଡ୍ନୀ ନଷ୍ଟର ମୁଖ୍ୟ କାରଣ l ଯେଉଁ ବ୍ୟକ୍ତିମାନେ ଉଚ୍ଚ ମଧୁମେହ ରେ ପୀଡିତ ଅଟନ୍ତି ସେମାନଙ୍କ କିଡ୍ନୀ ଖୁବ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ରହିଥାଏ l
– କିଡ୍ନୀ ସୁରକ୍ଷା ପାଇଁ ପଦକ୍ଷେପ –
– ମଦ୍ୟପାନ ଠାରୁ ଦୁରେଇ ରୁହନ୍ତୁ
– ରକ୍ତଚାପ କୁ ସନ୍ତୁଳିତ ରଖନ୍ତୁ
– ଦିନକୁ ୭ରୁ ୮ ଗ୍ଲାସ ପାଣି ପିଅନ୍ତୁ
– ଏବଂ ଲେମ୍ବୁ ପାଣି ପଇଡ ପାଣି ଦ୍ୱାରା କିଡ୍ନୀ କୁ କ୍ଲିନ ରଖନ୍ତୁ l