Odisha news

ଜିଲ୍ଲାପାଳ ଏବଂ ଏସ.ପି.ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

0
ନୂଆପଡ଼ା – ୨୮/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ସିନାପାଲି ବ୍ଲକ ସଭାଗୃହ ଠାରେ  ଜିଲ୍ଲାପାଳ ମଧୁସୁଦନ ଦାଶ ଓ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ  ହୋଇଯାଇଛି। ଉକ୍ତ ଶିବିରରେ ନୂଆପଡା ର ସମସ୍ତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି  ଅଭିଯୋଗ ଶୁଣାଣିରେ ସାମିଲ ହୋଇ ଥିବା ବେଳେ ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗୁଡିକରୁ ୮୬ ଗୋଟି ବିଭିନ୍ନ ସମସ୍ୟା ସମ୍ବଳିତ ଅଭିଯୋଗ ଗୁଡ଼ିକର ଶୁଣାଣି ହୋଇଥିଲା। ଏଥିରୁ ୬୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୧୮ ଗୋଟି ସାମୁହିକ ଅଭିଯୋଗ ଥିଲା l ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଜଣେ ବ୍ୟକ୍ତି ଙ୍କୁ ରେଡକ୍ରସ୍ ପାଣ୍ଠି ରୁ ଦୁଇ ହଜାର ଟଙ୍କା ତତ୍କାଳିନ ସହାୟତା ଜିଲ୍ଲାପାଳ ଶ୍ରୀ ଦାଶ ଯୋଗାଇ ଦେଇଥିଲେ l ଉପରୋକ୍ତ ଶିବିରରେ  ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ଲାକ୍ରା, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ତହସିଲଦାର ପ୍ରମୁଖଙ୍କ ସମେତ ଜିଲ୍ଳା ତଥା ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ଶିବିର ପ୍ରାରମ୍ଭରୁ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତ ଅଧିକାରୀ ମାନଙ୍କୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସାଧୁତାର ଶପଥ ପାଠ କରାଇଥିଲେ l ଜିଲ୍ଲାପାଳ ଙ୍କ ସ୍ଵତନ୍ତ୍ର ନିର୍ଦେଶ କ୍ରମେ ବ୍ଲକ୍ ପରିସରରେ ଗୋଟିଏ ରକ୍ତଦାନ ଶିବିର ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ସଫଳ ଆୟୋଜନ ହୋଇଥିଲା l ଅପରାହ୍ନ ରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଭରୁଆ ମୁଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭାର ଆୟୋଜନ ହୋଇଥିଲା l

Leave A Reply