Odisha news

ବିଶେଷ ମତଦାତା ସଂଶୋଧନ ସଚେତନତା ପାଇଁ ଆସନ୍ତା ୨୯ ଅକ୍ଟୋବର ରଙ୍ଗୋଲି ଓ ନୃତ୍ୟବାଦ୍ୟ ରେ ଉତ୍ସବ  ମୁଖରିତ ହେବ ସମଗ୍ର ନୂଆପଡ଼ା ସହର

0
ନୂଆପଡ଼ା- ୨୬/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ)  ଭୋଟର ସଚେତନତା ଏବଂ ବିଶେଷ ମତଦାତା ସଂଶୋଧନ  କାର୍ଯ୍ୟକ୍ରମ ପାଇଁ ଆସନ୍ତା ୨୯ ଅକ୍ଟୋବର ୨୦୨୪ ଦିନ ଜିଲ୍ଲା ସଦର ମହକୁମା ର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ,ମୁଖ୍ୟ ରାଜ ରାସ୍ତାରେ ୱାକାଥନ, ପଥୋତ୍ସବ ଏଵଂ ଏକତା ଛକ ରେ ପଥପ୍ରାନ୍ତ ସଭା  ଅନୁଷ୍ଠିତ ହେବ l ଏଥିରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ସ୍ଵୟଂ ସହାୟକ ମହିଳା ଦଳ, ସ୍ୱେଚ୍ଛା ସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ନୂତନ ଭୋଟର୍ ଏଵଂ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେବା ର କାର୍ଯ୍ୟକ୍ରମ ରହିଛି l ସକାଳ ୭:୩୦ ରୁ ୮:୩୦ ମଧ୍ୟରେ ୱାକାଥନ୍ ହେବ l ସଭାରେ ଜିଲ୍ଳାର ସମ୍ମାନିତ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, ମିତା ଦିଦି, ବୁଥ ସ୍ତରୀୟ ଅଧିକାରୀ, ସାବାଳକ, ଏନ୍ ସି ସି, ଏନ୍ ଏସ୍ଏସ୍, ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ଯୋଗଦେଇ ପଥ ଉପରେ ନୃତ୍ୟ ,ସଙ୍ଗୀତ, ବାଦ୍ୟ,ରଙ୍ଗୋଲି , ହୁଳହୁଳି,ଚିତ୍ରାଙ୍କନ, ସାମରିକ କୌଶଳ, ଯୋଗ, କରାଟେ , ପୁଚିଖେଳ , ମ୍ୟୁଜିକ୍ ଚେୟାର ଇତ୍ୟାଦି  ପ୍ରଦର୍ଶିତ କାରିବେ ଏବଂ ସ୍ପଟ୍ କୁଇଜ୍ ରେ ଯେ କୌଣସି ବ୍ୟକ୍ତି ବିଶେଷ ଭାଗ ନେଇ ପାରିବେ ବୋଲି ସୁଚନା ମିଳିଛି l ଏଥି ପାଇଁ ଆଜି ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫିଲ୍ଡ ସର୍ଭେ କରାଯାଇଛି l ଏଥିରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟି କଲେକ୍ଟର ଇଲେକ୍ସନ ଶେଖ୍ ନସିମ୍, ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ, ଡେପୁଟି କଲେକ୍ଟର ଆଲୋକ ଚନ୍ଦ୍ର ଅନୁଗୁଳିଆ, କାର୍ଯ୍ଯନିର୍ବାହୀ ଅଧିକାରି  ଚନ୍ଦନ ଶତପଥୀ ଏନଏସି, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମାହାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ,ପିଏ ପ୍ରଦୀପ ସେଠୀ ଓ ରାଜସ୍ବ ସହାୟକ ଦୁର୍ଯ୍ୟୋଧନ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟକ୍ରମ ର ରୂପରେଖ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଉତ୍ସବରେ ଅଧିକରୁ ଅଧିକ ଜନସାଧାରଣ ତଥା ନୂତନ ମତଦାତା  ଯୋଗଦାନ କରିବା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଛନ୍ତି l

Leave A Reply