Odisha news

ଅସ୍ତରଙ୍ଗ ଉପକୂଳ ରେ ବାତ୍ୟା ଆତଙ୍ଗ : ଫସଲ ଓ ଚାଲଘର ନେଇ ଚିତିନ୍ତ୍ ଚାଷୀ

0
ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ   ସମ୍ଭାବ୍ୟ ବାତ୍ୟା “ଦାନା” କୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଜାଇ ଅଛି । ସମୁଦ୍ରକୁ ମାଛ ମାରିବାକୁ ଧୀବର ମାନଙ୍କୁ ବାରଣ କରା ଯାଇଥିବା ବେଳେ,ଯେଉଁମାନ ଯନ୍ତ୍ର ଚାଳିତ ନୌକା ଦ୍ଵାରା  ଗଭୀର ସମୁଦ୍ର କୁ ମାଛ ଧରିବା ପାଇଁ ଜାଇ ଛନ୍ତି ସେମାନେ ନୂଆଗଡ ମାଛଧରା ବନ୍ଦର କୁ ୨୧ତାରିଖ ସୁଦ୍ଧା ଫେରି ଆସିବାକୁ ବାର୍ତ୍ତା ଦିଆ ଜାଇ ଅଛି । ସେହିପରି,ଆସନ୍ତା ୨୩ରୁ ୨୫  ପର୍ଯ୍ୟନ୍ତ ତିବ୍ରରୁ ତୀବ୍ରତର ବର୍ଷା ହେବାକୁ ଥିବା ବେଳେ,ପବନ ବେଗ ୧୦୦ ରୁ ୧୨୫ ପର୍ଯ୍ୟନ୍ତ ବହିପାରେ ବୋଲି ଆକଳନ କରାଯାଇ ଅଛି । ଅସ୍ତରଙ୍ଗ ଅଞ୍ଚକରେ ଥିବା ସମସ୍ତ ବାତ୍ୟା ଆଶ୍ରୟ ସ୍ଥିଳୀ କୁ ସଜାଗ ରଖାଯାଇଥିବା ବେଳେ, ଗର୍ଭବତି ମହିଳାଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରିଯିବ ବୋଲି ଜଣା ପଡିଛି । ବାତ୍ୟା  ସମୟ ରେ ପାନୀୟଜଳ ବିଦ୍ୟୁତ୍  ଓ ଅତ୍ୟାବସକ ଜିନିଷ ଯେପରି ବ୍ୟାଘାତ ନ ଘଟେ ସେଥିପାଇଁ ପ୍ରଶାସନ ତରଫରୁ ନଜର ରଖା ଜାଇ ଅଛି । ଅସ୍ତରଙ୍ଗ ଅଞ୍ଚଳର  ପ୍ରାକୃତିକ ବିପର୍ଯ୍ୟୟ ଚିର ସାଥୀ ହୋଇଥିବା ବେଳେ,୧୯୯୯ ମହାବାତ୍ୟା,୨୧୧୪ ରେ ହୁଡୁ ହୁଦୁ ଓ ୨୦୧୭ ର ରେ ତିତିଲି ର ତାଣ୍ଡବ ଅଦ୍ୟାବଧି ଭୁଲି ପାରି ନାହାଁନ୍ତି ଅସ୍ତରଙ୍ଗ ବାସି ।
Nalco

Leave A Reply