Odisha news

ବିତ୍ତୀୟ ସାକ୍ଷରତା ଶିବିର ଅନୁଷ୍ଠିତ

0
ନୂଆପଡା- ୧୯/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ଗ୍ରାମ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆଜି ଉତ୍କଳ ଗ୍ରାମୀଣ ବ୍ୟାଙ୍କ କରଙ୍ଗାମାଲ ର ବ୍ୟାଙ୍କ  ମିତ୍ର ସବିତା ବାଗଙ୍କ  ଅଧ୍ୟକ୍ଷତାରେ ବିତ୍ତିୟ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ୍ ମିତ୍ର ସବିତା ବାଗ ଓ ଏମ.ବି.କେ. ଚମ୍ପା ବାଗ ମଞ୍ଚାସିନ ଥିଲେ ।ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଯୋଜନାରେ ମହିଳାମାନେ ସାମିଲ ହୋଇ କିପରି ସ୍ବାବଲମ୍ବୀ ହୋଇପାରିବେ ସେ ଉପରେ ଏମ.ବି.କେ. ପୁଙ୍ଖାନୁପୁଙ୍ଖ  ଆଲୋକଚନା କରି ବିଶଦ ରୁପେ ବୁଝାଇ ଥିବା ବେଳେ ବ୍ୟାଙ୍କ୍ ମିତ୍ର ବିଭିନ୍ନ ଋଣ, ସ୍ଵୟଂ ସହାୟିକା ଗୋଷ୍ଠୀର ବ୍ୟାଙ୍କ୍ ଲିଙ୍କେଜ୍, ଏନ୍.ପି.ଏ. ରିକଭରି, ଜୀବନ ବୀମା ଯଥା ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନା ଉପରେ ବିସ୍ତୃତ  ଆଲୋଚନା କରିଥିଲେ।ପ୍ରତ୍ୟେକ ମହିଳାଙ୍କ ଆର୍ଥିକ ସ୍ଥିତି କେମିତି ସୁଦୃଢ ହୋଇ ସ୍ୱାବଲମ୍ବୀ ହୋଇ ପାରିବ ଉତ୍ସାହିତ କରି ମାର୍ଗ ଦର୍ଶନ କରିଥିଲେ । ଉପରୋକ୍ତ ଶିବିରରେ ବି.ଏଲ.ଏଫ୍. ମେମ୍ବର, ଜି.ପି.ଏଲ.ଏଫ୍. ସଭାନେତ୍ରୀ ଓ ସମ୍ପାଦିକା, ଇ.ସି. ମେମ୍ବର, ସି.ଆର୍.ପି. , କୃଷି ମିତ୍ର, ପ୍ରାଣୀ ମିତ୍ର, ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ତଥା ବ୍ୟାଙ୍କ୍ ଷ୍ଟାଫ  ପ୍ରମୂଖ ଉପସ୍ଥିତ ଥିଲେ ।
Nalco

Leave A Reply