Odisha news

ମଦ୍ୟପାନ ପରେ ପାଚିଲା କଦଳୀ ଖାଇବା ଦ୍ୱାରା ମିଳିଥାଏ ଏହି ଲାଭ

0

ମଦ୍ୟ ପାନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତି କାରକ, ତଥାପି କିଛି ଲୋକ ଏହାକୁ ରୀତିମତ ସେବନ କରି ଥାଆନ୍ତି l ଗୋଟିଏ ଅଧ୍ୟୟନ ରେ କୁହାଯାଇଛି ଯେ ମଦ୍ୟପାନ ପରେ ଶରୀରରୁ ପୋଟାସିୟମ ର ମାତ୍ରା ହ୍ରାସ ହୋଇଥାଏ l ପୋଟାସିୟମ ଶରୀର ରେ ଥିବା ଗୋଟିଏ ପ୍ରକାରର ଇଲେକ୍ଟ୍ରୋଲାଇଟ୍ସ ଅଟେ l ଏବଂ ଯଦି ଜଣେ ବ୍ୟକ୍ତି ମଦ୍ୟପାନ ପରେ କଦଳୀ ଖାଇଥାଏ ତେବେ ତାକୁ ମହତ୍ଵପୁର୍ଣ ଇଲେକ୍ଟ୍ରୋଲାଇଟ୍ସ ମୀଥେ l

ଜଣେ ବ୍ୟକ୍ତି ମଦ୍ୟପାନ କରିବା ପରେ ୩ରୁ ୫ଟି କଦଳୀ ଖାଇ ପାରିବ , କିନ୍ତୁ ଏହାକୁ ତୁରନ୍ତ ଖାଇବା ଜରୁରୀ l ମଦ୍ୟପାନ ଦ୍ୱାରା ଅବିଶ୍ୱସନୀୟ ଭାବରେ ଭୋକ ବୃଦ୍ଧି ହୋଇଥାଏ, ଏହା ଲୁଣ ଓ ଫାଇବର ଯୁକ୍ତ ଭୋଜନ ପ୍ରତି ଲାଳସା ବୃଦ୍ଧି କରିଥାଏ l ଯାହାକି ଶରୀର ପାଇଁ ଠିକ ନୁହେଁ l ଫାଇବର ଯୁକ୍ତ ଭୋଜନ କରିବା ଉଚିତ କିନ୍ତୁ ମଦ୍ୟପାନ ପରେ ନୁହେଁ l ଏବଂ ମଦ୍ୟପାନ ଦ୍ୱାରା ରକ୍ତଚାପ ବୃଦ୍ଧି ହୋଇ ରହିଥାଏ ତେଣୁ ଲୁଣ ଯୁକ୍ତ ଭୋଜନ କରିବା ଦ୍ୱାରା ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମିଳିଥାଏ l

ବିନା ଖାଦ୍ୟ ରେ ମଦ୍ୟପାନ କରିବା ଶରୀର ପାଇଁ କ୍ଷତି କାରକ, ତେଣୁ କଦାପି ଖାଲି ପେଟରେ ମଦ୍ୟପାନ କରନ୍ତୁ ନାହିଁ l ମଦ୍ୟପାନ ସମୟ ରେ ଶରୀରରେ ପୋଟାସିୟମ ର ସ୍ତର ହ୍ରାସ ହୋଇଯାଇ ଥାଏ, ତେଣୁ ଏହାକୁ ଠିକ ରଖିବା ରଖିବା ନିହାତି ଜରୁରୀ l ତେଣୁ ପାଚିଲା କଦଳୀ ଖାଇବା ଆବଶ୍ୟକ l ପାଚିଲା କଦଳୀ ଖାଇବା ଦ୍ୱାରା ଶରୀର ଶିଥିଳ ମଧ୍ୟ ଲାଗି ନଥାଏ , ଆକ୍ଟିଭ ଲାଗିଥାଏ l

Nalco

Leave A Reply