Odisha news

ନିଶାନିବାରଣ ବ୍ରତ ଅଭିଯାନ 

0
କାକଟପୁର  8/10 କାକଟପୁର ବ୍ଲକ ଅନ୍ତର୍ଗତ ସମେଶ୍ୱର ପୀଠରେ ବ୍ଲକ ର ବିଭିନ୍ନ ପଞ୍ଚାୟତର  ମହିଳା ମାନେ ନିଶାନିବାରଣ ବ୍ରତ ଅଭିଯାନ ରେ  ସାମିଲ ହୋଇ ଏକ ଶୋଭାଯାତ୍ରା କରିଥିଲେ l ନିଶାମୁକ୍ତ ପରିବାର, ନିଶାମୁକ୍ତ ଗାଁ, ନିଶା ମୁକ୍ତ ଓଡ଼ିଶା ପ୍ରଭୃତି ନାରା ଦେଇ ଜନ ସାଧାରଣ ଙ୍କୁ ସଚେତନତା ପତ୍ର ବାଣ୍ଟିଥିଲେ l ନାରୀନେତ୍ରୀ ମିନା କୁମାରୀ ସାହୁ ଓ ବିନି ଲତା କାଣ୍ଡି ଙ୍କ ତତ୍ତ୍ୱବଧାନରେ ଏହି କାର୍ଯ୍ୟକ୍ରମ ରେ ସନ୍ଧ୍ୟାରାଣୀ କାଣ୍ଡି, ରଶ୍ମିତା ରାଉତ, ଝରଣା ପୋଲେଇ, ତନୁବାଳା ସାହୁ, କନକ ସ୍ୱାଇଁ, ପ୍ରତିମା କାଣ୍ଡି, ବାସନ୍ତୀ ଦାସ, ସାବିତ୍ରୀ ଦାସ, ମାଧବୀ ସେଠୀ, ମଞ୍ଜୁ ଦେଇ ଙ୍କ ସମେତ ପଚାଶ ରୁ ଉର୍ଦ୍ଧ  ମହିଳା ସାମିଲ ହୋଇଥିଲେ l
Nalco

Leave A Reply