Odisha news

ଶାରଦୀୟ ଦୁର୍ଗାପୂଜାରେ କାତ୍ୟାୟନୀ ବେଶରେ ମା ବନଦୁର୍ଗା

0
ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥି ତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ଶାରଦୀୟ ଦୁର୍ଗାପୂଜାର ପଞ୍ଚଦଶ ଓ ନବରାତ୍ରର ଷଷ୍ଠ ଦିବସରେ କାତ୍ୟାୟନୀ ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ପରେ ମା’ଙ୍କର ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ମହାପ୍ରସାଦ ମା’ଙ୍କୁ ଅର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଛି। ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଏହି ଅବସରରେ ପୁରୀ ଶ୍ରୀକ୍ଷେତ୍ରର ବେଦବିତ୍ ପଣ୍ଡିତ ଗୋପାଳ ଚନ୍ଦ୍ର ମହାପାତ୍ର, ରବିନାରାୟଣ ପଣ୍ଡା, ମନୋରଞ୍ଜନ ପଣ୍ଡିତ, ସଞ୍ଜୟ କୁମାର ସାହୁଙ୍କ ସପରିବାର ଅଂଶଗ୍ରହଣ କରିଥିଲେ ଏବଂ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା’ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।
Nalco

Leave A Reply