ଗୋଟିଏ ସୁସ୍ଥ ଜୀବନ ପାଇଁ ଗୋଟିଏ ବାଲାନ୍ସ ଡାଏଟ ର ଆବଶ୍ୟକତା ରହିଛି , ସକାଳ ର ଜଳଖିଆ ଠାରୁ ନେଇ ରାତ୍ରି ଭୋଜନ ପର୍ଯ୍ୟନ୍ତ ସବୁକିଛି ମଣିଷ ର ସ୍ୱାସ୍ଥ୍ୟ ସମସ୍ୟା କୁ ପ୍ରଭାବିତ କରିଥାଏ l କେବଳ ସେଥିପାଇଁ ଖାଦ୍ୟ ନୁହେଁ, ଖାଦ୍ୟ ଖାଇବା ର ସମୟ , ଖାଦ୍ୟ ର ଶୈଳୀ ସବୁକିଛି ମଣିଷ ର ସ୍ୱାସ୍ଥ୍ୟ କୁ ପ୍ରଭାବିତ କରିଥାଏ l ସକାଳର ଜଳଖିଆ ଡେରିରେ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ଏବଂ ରାତ୍ରି ଭୋଜନ ଡେରିରେ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ l ମଧ୍ୟାହ୍ନ ଭୋଜନ ଠିକ ସମୟରେ ନକଲେ ଗ୍ୟାସ, ଏସିଡ଼ିଟି, ଭଲଇସମାସ୍ୟା ଦେଖାଯାଇ ଥାଏ l
ନିକଟରେ ଆମେରିକାର ଲସ ଏଞ୍ଜେଲେସ ରେ ହୋଇଥିବା ଗୋଟିଏ ଅଧ୍ୟୟନ ରେ କିଛି ଭାରତୀୟ ଙ୍କୁ ସାମିଲ କରାଯାଇ ଥିଲା , ଯେଉଁଥିରେ ଦେଖିବାକୁ ମିଳିଥିଲା ଅଧିକ ଭାରତୀୟ ନିଜର ଖାଦ୍ୟ ଶୈଳୀ ଓ ସମୟ ଯୋଗୁଁ ରୋଗରେ ପୀଡିତ ଅଟନ୍ତି l ବିଶେଷ ଭାବରେ ଏହି ଅଧୟନ ରେ ରାତ୍ରି ଭୋଜନ କୁ ଗୁରୁତ୍ୱ ଦିଆଯାଇ ଥିଲା ଏବଂ ଏକ୍ସପର୍ଟ ଙ୍କ ମତରେ ଯେଉଁ ବ୍ୟକ୍ତିମାନେ ରାତି ରେ ୧୦ ରୁ ୧୧ ମଧ୍ୟରେ ଶୋଉଚନ୍ତି ସେମାନେ ରାତ୍ରି ଭୋଜନ ସନ୍ଧ୍ୟା ୭ଟା ରୁ ସାଢେ ୭ଟା ମଧ୍ୟରେ କରିବା ଜରୁରୀ l ନଚେତ ଯେତେ ହେଲଦି ଡାଏଟ ଗ୍ରହଣ କଲେ ସୁଧା ଶରୀର କୁ କୌଣସି ଲାଭ ମିଳି ନଥାଏ l
– ଏହି ଅଧ୍ୟୟନ ଅନୁସାରେ ମଣିଷ ଶରୀର ଗୋଟିଏ ବିଶେଷ ପ୍ରକାର ସରକେଡିଅନ ସ୍ଥିର ହୋଇଥାଏ, ଯାହା ଅନୁସାରେ ସୂର୍ଯ୍ୟ ଙ୍କ ଆଲୋକ ସହିତ ଆମ ଶରୀର ରେ ଏନର୍ଜି ବୃଦ୍ଧି ହୋଇଥାଏ ଓ ଆଲୋକ ସମାପ୍ତ ହେବା ସହିତ ଏହା ଶେଷ ହୋଇଥାଏ l ଏହି କାରଣରୁ ସକାଳେ ଆମେ ଏନର୍ଜିଟିକ ଫିଲ କରିଥାଉ ଓ ରାତ୍ରି ହେବା ମାତ୍ରକେ ଥକା ଅନୁଭବ କରୁ l ରାତ୍ରି ଭୋଜନ ସନ୍ଧ୍ୟା ୭ଟା ରୁ ସାଢେ ୭ଟା ମଧ୍ୟରେ କରିବା ଦ୍ୱାରା ଶରୀରରେ ସରକେଡିଏନ ବାଲାନ୍ସ ଠିକ ରହିଥାଏ l ଭାରତୀୟ ଜୀବନ ଶୈଳୀ ଓ ଜଳବାୟୁ ଅନୁସାରେ ବିଳମ୍ବିତ ରାତିରେ ଭୋଜନ କରିବା ଶରୀର ପକ୍ଷରେ ଠିକ ନୁହେଁ l
* ମିଳିଥାଏ ଏହିସବୁ ଲାଭ -:
= ସକାଳ ଜଳଖିଆ ଓ ରାତ୍ରି ଭୋଜନ ଠିକ ରଖିବା ଦ୍ୱାରା ଇନ୍ସୁଲିନ ସେଂସିଂବିଟି ବଢ଼ିବାରେ ସାହାଯ୍ୟ ମିଳିଥାଏ l ଏହାଦ୍ୱାରା ବ୍ଲଡ଼ ସୁଗାର ଲେବୁଲ ମଧ୍ୟ କଣ୍ଟ୍ରୋଲ ହୋଇଥାଏ l ଶରୀରରେ ଇନ୍ସୁଲିନ ଠିକ ରହିଲେ ମଧୁମେହ ସମସ୍ୟା ମଧ୍ୟ ଦୂର ହୋଇଥାଏ l
= ସକାଳୁ ଶଯ୍ୟା ତ୍ୟାଗ କରିବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ନିଜ ନିତ୍ୟ କର୍ମରୁ ନିବୃତ ହୋଇ ଭୋଜନ କରିବା ଜରୁରୀ ଏବିନ୍ନ ରାତିରେ ଶୋଇବାର ତିନିଘଂଟା ପୂର୍ବରୁ ଭୋଜନ କରିବା ମଧ୍ୟ ଆବଶ୍ୟକ l ଏହାଦ୍ୱାରା ଭଲ ନିଦ ହୋଇଥାଏ l
= ରାତିରେ ଡେରିରେ ଖାଇବା ଦ୍ୱାରା ବିଶେଷ ଭାବରେ ହାଇ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ l ତେଣୁ ରାତି ସମୟ ରେ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଓ ଫ୍ୟାଟ ଯୁକ୍ତ ଖାଦ୍ୟ କଦାପି ଖାଇବା ଉଚିତ ନୁହେଁ l
= ଶରୀରର ହର୍ମୋନ, ଯେପରିକି ଇନ୍ସୁଲିନ ଓ କାର୍ଟିସୋଲ ଗୋଟିଏ ରୁଟିନ କୁ ଫଳ କରି ଥାଆନ୍ତି l ରାତିରେ ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା ଶରୀରର ନେଚୁରାଲ ହର୍ମୋନ ପ୍ୟାଟର୍ନ ସହିତ ମେଳ ଖାଇଥାଏ l ଏହାଦ୍ୱାରା ଉନ୍ନତ ମେଟାବୋଲିଯିମ ଓ ହର୍ମୋନ ବାଲାନ୍ସ ରହିଥାଏ l
= ବିଶେଷଜ୍ଞ ଙ୍କ ମତ ଅନୁସାରେ ଭାରତୀୟ ମାନେ ଠିକ ସମୟ ରେ ଭୋଜନ କରିବା ଦ୍ୱାରା ଅନେକ ପ୍ରକାର ରୋଗରୁ ଦୂରେଇ ରହିପାରିବେ l
– ଅତ୍ୟଧିକ ତୈଳ ଯୁକ୍ତ ଖାଦ୍ୟ, ମିଠା ଖାଦ୍ୟ, ଆମିଷ ଖାଦ୍ୟ ଖାଇବା ଉଚିତ ନୁହେଁ l
– ଅଧିକ ମାତ୍ରାରେ ସାଲାଡ଼ ଫାଇବର ଯୁକ୍ତ ଖାଦ୍ୟ ଏବଂ ଶସ୍ୟ ଜାତୀୟ ଖାଦ୍ୟ ଖାଆନ୍ତୁ l
– ଭୋଜନ କରିବାର ଅଧଘଣ୍ଟା ପୂର୍ବରୁ ଓ ଅଧଘଣ୍ଟା ପରେ ପାଣି ପିଅନ୍ତୁ l