Odisha news

ନାବାଳିକା ବଳାତ୍କାର ମାମଲା, ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

0
ବ୍ରହ୍ମପୁର,୩୦ା୯: ବ୍ରହ୍ମପୁର ସ୍ବତନ୍ତ୍ର ପୋକସୋ କୋର୍ଟ ଜଜ୍ ପ୍ରଣତି ପଟ୍ଟନାୟକ ଏକ ନାବାଳିକା ବଳାତ୍କାର ମାମଲାର ବିଚାରଣା କରି ଜଣେ ଅଭିଯୁକ୍ତକୁ ୨୦ ବର୍ଷ ​କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ା କାରାଦଣ୍ଡ ସହ ଅଭିଯୁକ୍ତକୁ ୧୨ ହଜାର ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ା ଜୋରିମାନା ଅନାଦେୟ ଅତିରିକ୍ତ ୧୫ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି ା ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗ୍ରାମର ପ୍ରଶାନ୍ତ ନାହାକ(୩୨) ା  ସେହିପରି ପିଡ଼ିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ଜଜ୍ ନିର୍ଦେଶ ଦେଇଛନ୍ତି ା ପ୍ରକାଶଯୋଗ୍ୟଯେ, ଖଲ୍ଲିକୋଟ ଥାନା ଅଞ୍ଚଳର ଏକ ପରିବାର ଓ ତାଙ୍କ ନାବାଳିକା ଝିଅ ଆନ୍ଧ୍ରପ୍ରଦେଶକୁ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ ା ସେହି ସ୍ଥାନ​‌େ​‌ର ଅଭିଯୁକ୍ତ ପ୍ରଶାନ୍ତ ଓ ତାଙ୍କ ପରିବାର ଲୋକେ ମଧ୍ୟ ରହି କାମ କରୁଥିଲେ ା ଯେଉଁଥିପାଇଁ ନାବାଳିକା ଓ ଅଭିଯୁକ୍ତ ମଧ୍ୟରେ ପ୍ରେମସମ୍ପର୍କ ସ୍ଥାପନ ହୋଇଯାଇଥିଲା ା ୨୦୨୨ ମେ ୩ ତାରିଖରେ ଗାଁରେ ନାମଯଜ୍ଞ ହେଉଥିବ​ାରୁ ଉଭୟଙ୍କ ପରିବାର ଲୋକେ ଗାଁକୁ ଆସିଥିଲେ ା ସେହି ଦିନ ନାବାଳିକାଙ୍କ ପରିବାର ଲୋକେ ନାମଯଜ୍ଞ ଦେଖିବାକୁ ଚାଲି ଯାଇଥିବା ବେଳେ ନାବାଳିକା ଘରେ ଏକୁଟିଆ ଥିଲେ ା ଏହା ଜାଣିବା ପରେ ପ୍ରଶାନ୍ତ ନାବାଳିକାଙ୍କ ଘରକୁ ଯାଇଥିଲେ ା ଆଉ ସେଠାରେ ତାଙ୍କୁ ବଳାତ୍କାର କରିଥିଲେ ା ସନ୍ଧ୍ୟାରେ ପରିବାର ଲୋକେ ଘରକୁ ଫେରିବା ପରେ ନାବାଳିକା ଜଣଙ୍କ ନିଜ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ ା ଏହା ପରେ ନାବାଳିକାଙ୍କ ବାପା ଅଭିଯୁକ୍ତ ପ୍ରଶାନ୍ତଙ୍କ ଗାଁକୁ ଯାଇ ଉଭୟଙ୍କ ବିବାହ ପାଇଁ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ା ହେଲେ ପ୍ରଶାନ୍ତଙ୍କ ପରିବାର ଲୋକେ ଧମକ ଦେଇ ବିଦା କରି ଦେଇଥିଲେ ା ଫଳରେ ୨୦୨୨ ଜୁନ ୧ ତାରିଖରେ ଘଟଣାକୁ ନେଇ ନାବାଳିକାଙ୍କ ବାପା ଖଲ୍ଲିକୋଟ ଥାନାକୁ ଯାଇ ଲଖିତ ଅଭିଯୋଗ କରିଥିଲେ ା ସେହିକ୍ରମରେ ପୁଲିସ କେସ ନଂ ୨୯୯/୨୨ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ା ଜୁଲାଇ ୨୮ ତାରିଖରେ ପୁଲିସ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ା ଏହାର ୮ ମାସ ପରେ ତାଙ୍କୁ ଜାମିନ ମିଳିଥିଲା ା ଏହି ମାମଲାର ତଦନ୍ତ ଅଧିକାରୀ ଏସଆଇ ଦେବାଶିଷ ମିଶ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ ା ବିଚାରଣା ବେଳେ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ୍ ଆଜି ଉପରୋକ୍ତ ରାୟ ପ୍ରକାଶ କରିଥିଲେ ା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ

Leave A Reply