Odisha news

ନବରାତ୍ରି ୯ ଦିନ ମାଙ୍କ ନିକଟରେ ଅର୍ପଣ କରନ୍ତୁ ଏହି ୯ଟି ପ୍ରସାଦ, ହିନ୍ଦୁ ଧର୍ମ ରେ ରହିଛି ଏହାର ଅନେକ ମାନ୍ୟତା

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରି ର ଅନେକ ମହତ୍ୱ ରହିଛି l ନବରାତ୍ରି ରେ ଶକ୍ତି ର ଦେବୀ ମା ଦୁର୍ଗା ଙ୍କ ର ଅଲଗା ଅଲଗା ସ୍ୱରୂପ କୁ ଉପାସନା କରାଯାଇ ଥାଏ l ଗୋଟିଏ ବର୍ଷରେ ୪ ଥର ନବରାତ୍ରି ଆସିଥାଏ ମାଘ ମାସ , ଚୈତ୍ର ମାସ , ଆଷାଢ଼ ଓ ଶାରଦୀୟ ନବରାତ୍ରି l ଏହି ୪ ଟି ନବରାତ୍ରି ମଧ୍ୟରୁ ଚୈତ୍ର ଓ ଶାରଦୀୟ ନବରାତ୍ରି ମୁଖ୍ୟ ଅଟେ l

ଚଳିତ ବର୍ଷ ଶାରଦୀୟ ନବରାତ୍ରି ଅକ୍ଟୋବର ୩ ତାରିଖ ଗୁରୁବାର ଦିନଠାରୁ  ରେ ଆରମ୍ଭ ହେବାକୁ ଯାଉଛି l ହିନ୍ଦୁ ମାନ୍ୟତା ଅନୁସାରେ ଏହି ୯ ଦିନ ମା ଙ୍କ ର ୯ଟି  ସ୍ୱରୂପ ନିକଟ ରେ ୯ ପ୍ରକାର ପ୍ରଶାଦ ଅର୍ପଣ କରାଯାଇ ଥାଏ l ଏହି ୯ ଦିନ ମାଙ୍କ ର ବିଭିନ୍ନ ସ୍ୱରୂପ ନିକଟ ରେ ୯ ପ୍ରକାର ପ୍ରସାଦ ଲଗାଇବା ଦ୍ୱାରା ଜୀବନ ରୁ ଦୁଃଖ , ଶୋକ , ଭୟ , କ୍ଳେଶ ର ବିନାଶ ହୋଇଥାଏ ବୋଲି ମାନ୍ୟତା ରହିଛି l

କେଉଁଦିନ କେଉଁ ପ୍ରଶାଦ ଅର୍ପଣ କରିବା -:
୧) ନବରାତ୍ରି ର ପ୍ରଥମ ଦିନ ମା ଶୈଳ ପୁତ୍ରୀ ଙ୍କୁ ପୂଜାର୍ଚନା କରାଯାଇ ଥାଏ l ମା ଶୈଳପୁତ୍ରୀ ଙ୍କୁ ଆରୋଗ୍ୟ ର ଦେବୀ ବୋଲି କୁହାଯାଇ ଥାଏ l ଧାର୍ମିକ ମାନ୍ୟତା ଅନୁସାରେ ଯଦି କୌଣସି ବ୍ୟକ୍ତି ନବରାତ୍ରି ର ପ୍ରଥମ ଦିନ ମା ଶୈଳପୁତ୍ରୀ ଙ୍କ ନିକଟରେ ସୁଧ ଦେଶୀ ଘିଅ ପ୍ରସାଦ ଭାବରେ ଅର୍ପଣ କରିଥାଏ ତାର ସମସ୍ତ ରୋଗ କଷ୍ଟ ଦୂର ହୋଇଥାଏ l

୨) ନବରାତ୍ରି ର ଦ୍ଵିତୀୟ ଦିନ ମା ବ୍ରହ୍ମଚାରିଣୀ ଙ୍କୁ ପୂଜା କରାଯାଏ l ମା ବ୍ରହ୍ମଚାରିଣୀ ଆୟୁ ଦାତ୍ରୀ ଅଟନ୍ତି l ମା ବ୍ରହ୍ମଚାରିଣୀ ଙ୍କ ନିକଟ ରେ ମିଶ୍ରି କିମ୍ବା ଚିନି ପ୍ରସାଦ ଭାବେ ଅର୍ପଣ କରିବା ଦ୍ୱାରା ଅକାଳ ମୃତ୍ୟୁ ଦୂର ହୋଇଥାଏ l

୩) ନବରାତ୍ରି ର ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟା ଙ୍କୁ ପୂଜାର୍ଚନା କରାଯାଇ ଥାଏ l ମା ଚନ୍ଦ୍ରଘଣ୍ଟା ଦୁଃଖ ନାଶିନୀ ଅଟନ୍ତି l ତାଙ୍କ ନିକଟ ରେ ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ଜିନିଷ ଅର୍ପଣ କରିବା ଦ୍ୱାରା ଜୀବନ ର ସମସ୍ତ ଦୁଃଖ ଦୂର ହୋଇଥାଏ l

୪) ନବରାତ୍ରି ର ଚତୁର୍ଥ ଦିନ ମା କୁଷ୍ମଣ୍ଡା ଙ୍କୁ ପୂଜା କରାଯାଏ l ମା କୁଷ୍ମାଣ୍ଡା ବୁଦ୍ଧି ଦାତ୍ରୀ ଅଟନ୍ତି l ତାଙ୍କ ନିକଟ ରେ ମାଲପୁଆ ଭୋଗ ଲଗାଯାଇ ଥାଏ l

୫) ନବରାତ୍ରି ର ପଞ୍ଚମ ଦିନ ମା ସ୍କନ୍ଦମାତା ଙ୍କୁ ପୂଜା କରାଯାଏ l ମା ଙ୍କ ନିକଟ ରେ ପାଚିଲା କଦଳୀ ସହିତ ଅନ୍ୟ ଫଳ ଅର୍ପଣ କରିବା ଦ୍ୱାରା ରୋଗ ମୁକ୍ତ ହୋଇ ଥାଆନ୍ତି l

୬) ନବରାତ୍ରି ର ଷଷ୍ଠ ଦିନ ମା କତ୍ୟାୟାନି ଙ୍କୁ ପୂଜା କରାଯାଏ l ମାଙ୍କ ନିକଟ ରେ ମହୁ ଅର୍ପଣ କରିବା ଦ୍ୱାରା ଜୀବନ ରେ ଆକର୍ଷଣ ବୃଦ୍ଧି ହୋଇଥାଏ l

୭) ନବରାତ୍ରି ର ସପ୍ତମ ଦିନ ମା କଲରାତ୍ରି ଙ୍କୁ ପୂଜା କରାଯାଇ ଥାଏ l ମାଙ୍କ ନିକଟ ରେ ଗୁଡ଼ ର ପ୍ରଶାଦ ଅର୍ପଣ କରାଯାଇ ଥାଏ ଏହାଦ୍ୱାରା ଆକସ୍ମିକ ବିପଦ ରୁ ରକ୍ଷା ମିଳିଥାଏ l

୮) ନବରାତ୍ରି ର ଅଷ୍ଟମ ଦିନ ମା ମହାଗୌରୀ ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ଲୋକେ କନ୍ୟାପୁଜନ ମଧ୍ୟ କରି ଥାଆନ୍ତି l ଏହିଦିନ ମାଙ୍କ ନିକଟ ରେ ନଡ଼ିଆ ଅର୍ପଣ କରାଯାଏ ଏହାଦ୍ୱାରା ସନ୍ତାନ ସମସ୍ୟା ଦୂର ହୋଇଥାଏ l

୯ ) ନବରାତ୍ରି ର ଶେଷ ଦିନ ବା ନବମ ଦିନ ମା ସିଦ୍ଧି ଦାତ୍ରୀ ଙ୍କୁ ପୂଜା କରାଯାଏ l ମାଙ୍କ ନିକଟ ରେ ରାଶି ର ଭୋଗ ଲଗାଯାଇ ଥାଏ ଏହାଦ୍ୱାରା ସମସ୍ତ ବିପଦ ଦୂର ହୋଇ ଥାଏ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

Nalco

Leave A Reply