Odisha news

ଜଗତସିଂହପୁର ଜିଲ୍ଲା ଶ୍ରବଣ ବାଧିତ ସଂଘର ବାର୍ଷିକ ଉତ୍ସବ

0
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଶ୍ରବଣ ବାଧିତ ସଂଘ ତରଫରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବରେ  ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ରାଉତ,ସାଧାରଣ ସମ୍ପାଦକ ମିସ ମିନା ଦାସ,ସହ ସମ୍ପାଦକ ଶ୍ରୀକାନ୍ତ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ  ଯୋଗ ଦେଇଥିଲେ ।  ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ଚିତ୍ରାଙ୍କନ, ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ଏହି ଉତ୍ସବ ଅବସରରେ ମୁଖ୍ୟ ଅତିଥୀଙ୍କ ଦ୍ୱାରା ସଂଗଠନ ପତ୍ରିକା ଉନ୍ମୋଚନ କରାଯାଇଥିଲା ।ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଡିଆଇଏସଏଲଆଇ ଦିଲ୍ଲୀପ କୁମାର ପଟେଲ,ଶ୍ରବଣ ବାଧିତ ସଚେତନତା ସଂଘର ରାଜୀବ ମହାନ୍ତି,ଅନ୍ତର୍ଜାତୀୟ ସାଇନ ଲାଙ୍ଗୁଏଜ ଅଫ ଡିଫ ସଂଜୀବ କୁମାର ମଲ୍ଲ,ମୁକ୍ତି ରଂଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଶ୍ରବଣ ବାଧିତ ବ୍ୟକ୍ତି ବିଶେଷଙ୍କ ପାଇଁ ଉନ୍ନତି ଦିଗରେ କି କି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେ ବାବଦରେ ଆଲୋକପାତ କରିଥିଲେ ।ଶେଷରେ ମୁକ, ବଧିର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Nalco

Leave A Reply