Odisha news

ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କୁ ଘଣ୍ଟ ଘୋଡାଉଛନ୍ତି ଶିକ୍ଷା ଅଧିକାରୀ।

0
ଆଠଗଡ଼ ତା ୨୮-୦୯-୨୪ ଆଠଗଡ଼ ବ୍ଲକ ରେ ଥିବା ଅନେକ  ଶିକ୍ଷାନୁଷ୍ଠାନ ମାନଙ୍କ ରେ ମଧ୍ୟାହ୍ନ ଭୋଜନ ଚାଉଳ   ଚୋରି କରି ବିକ୍ରୀ ହେଉଛି । କିଛି ସ୍କୁଲ  ଶିକ୍ଷକ ଧରାପଡୁଥିବା  ବେଳେ ଅନେକ ଖସିଜିବାରେ ସକ୍ଷମ ହେଉଛନ୍ତି । ସ୍କୁଲ ରୁ  ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କଲେ ପ୍ରଧାନ ଶିକ୍ଷକ। ସାଧାରଣ ଲୋକମାନେ ଏକଥା ଜାଣିପାରି ସଂପୃକ୍ତ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବା ସହିତ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଙ୍କ ଆଗରେ ମୁକାବିଲା ମଧ୍ୟ ହେଲା।ଚାଉଳ ବିକ୍ରି କଥା   ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଘଟଣା ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ନଜରକୁ ଆସିବା ପରେ ସେ ଏହାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। କେବଳ ସଂପୃକ୍ତ ପ୍ରଧାନ ଶିକ୍ଷକ ଙ୍କୁ ସେଠାରୁ ବଦଳି କରି ଦାଇତ୍ୱ ସାରି ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଆଠଗଡ଼ ବ୍ଲକ ଗୋପୀନାଥ ପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ। ସେଠାରେ ପ୍ରଧାନ ଶିକ୍ଷକ ଦାଇତ୍ୱ ରେ ଥିବା ଗଦାଧର ଲେଙ୍କା ପିଲା ମାନଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଯେଉଁ ଠାରେ ଚାଉଳ ବିକ୍ରି ହୋଇଥିଲା ସେଠାରେ ସାଧାରଣ ଲୋକମାନେ ଯାଇ ବୁଝିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ଲେଙ୍କା ଚାଉଳ ବିକ୍ରି କରିଥିବା ଜଣା ପଡିଥିଲା।ଏ କଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଙ୍କ ଉପସ୍ଥିତି ରେ ସଂପୃକ୍ତ ଶିକ୍ଷକ ଙ୍କୁ ପଚାରିବାର   ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଘଟଣା ପ୍ରଘଟ ହେବା ପରେ ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ଗୋପୀନାଥ ପୁର ରୁ ସଠିଲୋ ପଞ୍ଚାୟତ ତାଳବସ୍ତ ବିଦ୍ୟାଳୟ କୁ ବଦଳି କରି ଦେଇଥିବା ଜଣାପଡିଛି। ଏ ବାବଦରେ ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବିଜୟଲକ୍ଷ୍ମୀ ସାମଲ ଙ୍କୁ ପଚାରିବାରୁ ଏହି ଘଟଣାରେ କେହି ଲିଖିତ ଅଭିଯୋଗ କରି ନ ଥିବା କହିଛନ୍ତି। ଲିଖିତ ଅଭିଯୋଗ ହେଲେ ତଦନ୍ତ ପରେ ତାଙ୍କୁ ନିଲମ୍ବିତ କରାଯିବ ବୋଲି କହିଛନ୍ତି।ଗତ କିଛିଦିନ ତଳେ ମେଘା ବିଦ୍ୟାଳୟ ରେ ସମାନ ଧରଣର ଘଟଣା ରେ ସଂପୃକ୍ତ ପ୍ରଧାନ ଶିକ୍ଷକ ଙ୍କୁ ନିଲମ୍ବିତ କରା ଯାଇଥିବା ବେଳେ ଏହି ଘଟଣାରେ ଅଧିକାରୀ ସଂପୃକ୍ତ ଶିକ୍ଷକ ଙ୍କୁ ଘଣ୍ଟ ଘୋଡାଉଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି।

Leave A Reply