Odisha news

ଚନ୍ଦ୍ରଭାଗl ରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ  ଦିବସ ପାଳିତ

0
କୋଣାର୍କ,,,, ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର କୋଣାର୍କ ସ୍ଥ ଚନ୍ଦ୍ରଭାଗା ଠାରେ ଶନିବାର ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଓଡ଼ିଶା ପଲୁସନ୍ ବୋର୍ଡ, ପରିବେଶ ମନ୍ତ୍ରଣାଳୟ, ଓ ପୁରୀ ଜିଲ୍ଲା ଶିକ୍ଷ୍ୟା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ
 ଅନ୍ୟମାନଙ୍କ ମଧ୍ୟରେ ଡି ଇ ଏସ ରଶ୍ମୀ ରେଖା ପ୍ରଧାନ , ଏ ଇ ଏସ ସ୍ମୃତିରଞ୍ଜନ ପ୍ରଧାନ, ସୌମ୍ୟ ରଞ୍ଜନ ମଲ୍ଲିକ, ସଞ୍ଜୀବ କୁମାର କୁଆଁର, କର୍ତିକେଶ୍ୱର୍ ବେହେରା, ବିଷ୍ଣୁ ନାରାୟଣ ସେନାପତି, ପରିବେଶ ମନ୍ତ୍ରଣାଳୟର ପ୍ରଶାନ୍ତ ନାୟକ, ସ୍ୱାଗତିକା ମିଶ୍ର, ଜାତୀୟ ସବୁଜ ବାହିନୀର ସଂଯୋଜକ ତଥା ଆର୍ତ୍ତତ୍ରାଣ କର୍ତିକେଶ୍ୱର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି, ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା, ସମାଜସେବୀ ରଶ୍ମିରଞ୍ଜନ ବିଶ୍ଵାଳ ପ୍ରମୁଖ ଉଦବୋଧନ ଦେଇ ଆମ ବେଳାଭୂମି ର ସୁରକ୍ଷା ଆମେ ନବା ପାଇଁ ପରାମର୍ଶ ଦେଇଥିଲେ। ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ଶପଥ ପାଠ କରାଇଥିଲେ। ଆର୍ତ୍ତତ୍ରାଣ କlର୍ତିକେଶ୍ଵର୍ ବିଦ୍ୟାପୀଠ,ନୂଆଗାଁ, କୋଣାର୍କ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, କୋଣାର୍କ, ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ, କୋଣାର୍କ ବାଳିକା ଉଚ୍ଚ ବିଦ୍ୟାଳୟ, ରୁଦ୍ରଣୀ ଉଚ୍ଚ ବିଦ୍ୟାଳୟ, କୋଚିଲେଶ୍ୱର୍ ଉଚ୍ଚ ବିଦ୍ୟାଳୟ, ର ଶତାଧିକ ଛାତ୍ରଛାତ୍ରୀ ଶୋଭାଯାତ୍ରା ରେ ଯାଇ ବେଳାଭୂମି ସଫେଇ କରିଥିଲେ।
Har Ghar Tiranga

Leave A Reply