Odisha news

ଛତୁ କାରଖାନାରୁ ନିର୍ଗତ ଦୁର୍ଗନ୍ଧ ଗ୍ୟାସରେ ଅଣନିଶ୍ୱାସି  ଲୋକେ : ଶୋଇ ପଡିଛି ପ୍ରଶାସନ

0
ଚଣ୍ଡିଖୋଲ/ଛତିଆ :  ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ସମିଆ ପଞ୍ଚାୟତରେ ରହିଥିବା ଛତୁ ପ୍ଳାଣ୍ଟରୁ ନିର୍ଗତ ଦୁର୍ଗନ୍ଧଯୁକ୍ତ ପାଣି ଓ ଗ୍ୟାସ ଯୋଗୁଁ ଏବେ ସ୍ଥାନୀୟ ଅଞ୍ଚଳବାସୀ ଅଣ ନିଶ୍ୱାସି ହୋଇପଡିଛନ୍ତି! କୋଲ୍ଡ ଚେନ୍ ଆଣ୍ଡ୍ ଆଗ୍ରୋ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀ ଦୀର୍ଘ ୬/୭ ବର୍ଷ ତଳେ ଛୋଟ କରି ଏଠାରେ ଛତୁ ଚାଷ ଆରମ୍ଭ କରିଥିଲା! ଯାହା ଏବେ ବୃହତ ବ୍ୟବସାୟୀକ ପେଣ୍ଠସ୍ଥଳୀ ପାଲଟିଛି. ମାତ୍ର ଏହି ଚାଷ ଯେଉଁ ପ୍ରଣାଳୀରେ ହେବା କଥା ସେପରି ନକରି ଅଧିକ ଲାଭ ପାଇବା ଲକ୍ଷରେ ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ଛତୁ ଉତ୍ପାଦନ କରୁଥିବା ଅଭିଯୋଗ ହେଉଛି! ସାଧାରଣତଃ ଛୁତୁ ମଞ୍ଜି, ନଡା ତଥା ପାଳରେ ପ୍ରାକୃତିକ ଭାବେ ଛତୁ ଉତ୍ପାଦିତ ହେବାକୁ ଥିବା ବେଳେ ଏବି କୋଲ୍ଡ ଚେନ୍ ଆଣ୍ଡ୍ ଆଗ୍ରୋ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ବିଭିନ୍ନ ରାସାୟନିକ ପଦାର୍ଥ ବ୍ଯବହାର କରୁଛି. ଏପରିକି ବ୍ୟବହୃତ କୁକୁଡ଼ା ଦାନାକୁ ଏଠାରେ ବ୍ୟବହାର କରାଯାଉଛି. ଫଳରେ କମ୍ ସମୟରେ କମ୍ ଖର୍ଚ୍ଚରେ ଏହି କମ୍ପାନୀ ଅଧିକ ଛତୁ ଉତ୍ପାଦନ କରି ବଜାରକୁ ଛାଡ଼ୁଛି. ଯେଉଁ ଛତୁ ଖାଇବା ଦ୍ବାରା ମଣିଷ କ’ଣ ଜୀବଜନ୍ତୁଙ୍କ ପାଇଁ କ୍ଷତିକାରକ ହେଉଥିବା ଅଭିଯୋଗ ହୋଇଛି! ଏହା ବାଦ୍ କମ୍ପାନୀରୁ ନିର୍ଗତ ଦୁର୍ଗନ୍ଧ ଗ୍ୟାସ୍ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବା ଯୋଗୁଁ କୌଣସି ଲୋକଙ୍କୁ ସହଜରେ ଚଳ ପ୍ରଚଳି କରିଦେଉନି! ଏନେଇ ଅଭିଯୋଗ କଲେ କିଛି ସ୍ଥାନୀୟ ବ୍ୟକ୍ତିଙ୍କୁ ମଦ ମାଂସ ଦେଇ କମ୍ପାନୀ ଅଭିଯୋଗକାରୀଙ୍କ ମୁହଁ ଚୁପ୍ କରିଦେଉଛି! ଫଳରେ କମ୍ପାନୀ ତଥା କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ସ୍ବାର୍ଥ ଆଗରେ ଏଠାରେ ବସବାସ କରୁଥିବା ହଜାର ହଜାର ସାଧାରଣ  ଆଦିବାସୀ ଲୋକ ଏବଂ ଜୀବଜନ୍ତୁଙ୍କ ଜୀବନ ତୁଛ ହେଇ ଯାଉଛି! ଏପରିସ୍ଥଳେ କମ୍ପାନୀର ମନମୁଖୀ କାର୍ଯ୍ଯ କଳାପ ଆଗରେ ପ୍ରଶାସନ ଓ ପ୍ରଦୁଷଣ ବିଭାଗ ମଧ୍ୟ ନୀରବ ରହିବା ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି. ତେଣୁ ଏହି ବିଷାକ୍ତ ଛତୁ ଉତ୍ପାଦନ କରୁଥିବା ଏବି କୋଲ୍ଡ ଚେନ୍ ଆଣ୍ଡ୍ ଆଗ୍ରୋ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡର ପ୍ରକୃତ ରହସ୍ୟ ଉନ୍ମୋଚନ କରିବା ସହ କାରଖାନା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପ୍ରଦୂଷଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ଲୋକେ ଦାବୀ କରିଛନ୍ତି.
Har Ghar Tiranga

Leave A Reply