Odisha news

ନିଜ ମାଟି ଓ ମଣିଷ ପାଇଁ ଆଜୀବନ ସମର୍ପିତ ଥିଲେ ବିଷ୍ଣୁ ସେଠୀ ; ମୁଖ୍ୟମନ୍ତ୍ରୀ

0

ତିହିଡି, ୧୯/୦୯(ଯଦୁମଣି ପାଣିଗ୍ରାହୀ): ନିଜ ମାଟି ଓ ମଣିଷ ପାଇଁ ଆଜୀବନ ସମର୍ପିତ ଥିଲେ ସ୍ୱର୍ଗତ ବିଷ୍ଣୁ ସେଠୀ । ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା ସ୍ୱର୍ଗତ ସେଠୀ ସଦା ସର୍ବଦା ନିଜ ଅଞ୍ଚଳର ବିକାଶ ସହିତ ଏକ ସମୃଦ୍ଧ ଓଡିଶା ଗଠନର ସ୍ୱପ୍ନରେ ବିଭୋର ରହୁଥିଲେ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଛାତ୍ର ଜୀବନରୁ ସଂଘର୍ଷ କରି ନିଜକୁ ଜଣେ ଜଣେ ଦକ୍ଷ ଓ ଜନପ୍ରିୟ ରାଜନେତା ଭାବରେ ଗଢି ପାରିଥିବା ସ୍ୱର୍ଗତ ସେଠୀ ଲୋକଙ୍କ ସମସ୍ୟାକୁ ବେଶ ଶାଣିତ ଢଙ୍ଗରେ ଉପସ୍ଥାପିତ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ବକ୍ତବ୍ୟରେ କହିଥିଲେ । ପ୍ରାକ୍ତନ ବିଧାୟକ, ବିଧାନସଭାରେ ବିରୋଧୀ ଦଳ ଉପନେତା, ଘାସଫୁଲର ସମ୍ପାଦକ, ସୁବକ୍ତା ତଥା କବି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଜନ୍ମମାଟି ତିହିଡି କାଳୀପଡିଆ ଠାରେ ତାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳନ ଉତ୍ସବରେ ଯୋଗଦେଇ ସେ ଏହି ମତପ୍ରକାଶ କରିବା ସହ ଉଭୟ ଦୁଇ ଦୁଇ ଥର ଏକସଙ୍ଗେ ବିଧାୟକ ଥିବା ବେଳେ ସମୃଦ୍ଧ ଓଡିଶା ଗଠନର ପରିକଳ୍ପନା ନେଇ ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଆଲୋଚନା, ପ୍ରସ୍ତାବନା, ପରାମର୍ଶ, ଯୋଜନା ଆଦି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ମୃତି ଚାରଣ କରିଥିଲେ । ବିଷ୍ଣୁ ସେଠୀ ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପିର ଓଡିଶା ପ୍ରଦେଶ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ଭଦ୍ରକ ସାଂସଦ ଅଭିମନୁ୍ୟ ସେଠୀ ପ୍ରମୁଖ ଯୋଗଦେଇ ଜନ ଜୀବନ ସହିତ ଆତ୍ମୀୟତା ନିଭାଇବାରେ ସ୍ୱର୍ଗତ ବିଷ୍ଣୁ ସେଠୀ କିପରି ଜଣେ ସଫଳ ପୁରୁଷ ଥିଲେ ସେ ସମ୍ପର୍କରେ ସ୍ମୃତିଚାରଣ କରି ବିଷ୍ଣୁପଥରେ ପଥିକ ହେବାକୁ ଆହ୍ୱାନ ଦେଇଥିôଲେ । ଏହି ଅବସରରେ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଧର୍ମପତ୍ନୀ ଉର୍ମିଳା ପାଣିଗ୍ରାହୀ ଓ ଚିତ୍ରଶିଳ୍ପୀ ଚୂଡାମଣି ଦାସଙ୍କ ଉପସ୍ଥିତିରେ ସ୍ୱର୍ଗତ ସେଠୀଙ୍କ ପୁସ୍ତକ’ନଈ ପାଣି ନଈକୁ ଯା’ଲୋକାର୍ପିତ ହୋଇଥିଲା । ଭଦ୍ରକ ମାଟିର କିଶୋରୀ ଚିତ୍ରଶିଳ୍ପୀ ପ୍ରତିଭା ସ୍ନେହା ଦାସ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଚ୍ଛବିର ଏକ ପଟ୍ଟଚିତ୍ର ମୁଖ୍ୟମନ୍ତୀଙ୍କୁ ଉପହାର ପ୍ରଦାନ କରିଥିଲେ । ସେହିପରି ‘କବିତାରେ କବିତାରେ କବି ବିଣ୍ଣୁ ସେଠୀ’ ନାମକ ଅନ୍ୟ ଏକ ପୁସ୍ତକ ମଧ୍ୟ ଲୋକର୍ପିତ ହୋଇଥିଲା । ମୃତୁ୍ୟଞ୍ଜୟ ରଥ ରଥ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସ୍ୱର୍ଗତ ସେଠୀଙ୍କ ପୁତ୍ର ତଥା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଡ. ଲକ୍ଷ୍ମୀଧର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ସୀତାଂଶୁ ମହାପାତ୍ର, ବିଜୟ ଦଳ ବେହେରା, ପ୍ରାକ୍ତନ ସାଂସଦ ଖାରବେଳ ସ୍ୱାଇଁ, ଦୀନବନ୍ଧୁ ପତି, ମାଧବାନନ୍ଦ ମଲ୍ଲିକ, ବୀରେନ୍ଦ୍ର ପଣ୍ଡା, ବଦ୍ରୀ ନାରାୟଣ ଧଳ, ହେମନ୍ତ ପାଢୀ, ଡ. ପ୍ରଦୀପ ନାୟକ,ବସନ୍ତ ରାଉତ, ପ୍ରକାଶ ରଥ, ସଂଗ୍ରାମ ଆଚାର୍ଯ୍ୟ, ପ୍ରଫୁଲ୍ଲ ଜେନା, ବୈକୁଣ୍ଡ ସାହୁ, ଅଶୋକ ପୁହାଣ, ମନୋଜ ମଲ୍ଲିକ, ରଞ୍ଜିତା ସ୍ୱାଇଁଙ୍କ ସମେତ ବହୁ ବିଧାୟକ, ସାଂସଦ ଓ ବିଭିନ୍ନ ଦଳର ନେତାମାନେ ଯୋଗଦେଇ ବିଷ୍ଣୁ ସେଠୀଙ୍କ ସ୍ମୃତିଚାରଣ କରିଥିଲେ ।

Har Ghar Tiranga

Leave A Reply