Odisha news

ଗୋପାଳପୁର – ରେଢ଼ାଖୋଲ ରେଳପଥ ନିର୍ମାଣ : ବିଧାୟକଙ୍କୁ ଭେଟି ସ୍ମାରକପତ୍ର ଦେଲା ଘୁମୁସର ବିକାଶ ପରିଷଦ

0
ଭଞ୍ଜନଗର,୧୮/୯ : ଘୁମୁସର ବିକାଶ ପରିଷଦ  ଗୋପାଳପୁର – ରେଢାଖୋଲ ରେଳପଥ ନିର୍ମାଣ ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଭେଟି ଆଲୋଚନା କରିବା ସହ ଏସଂପର୍କରେ ସମସ୍ତ ନିର୍ବାଚିତ ବିଧାୟକ ଓ ସାଂସଦମାନେ ମିଶି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଅନୁରୋଧ କରିଛନ୍ତିି। ଏଥିସହ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅନ୍ୟ ପକ୍ଷରେ ଆସନ୍ତା ଆର୍ଥିକ ବଜେଟ୍ ରେ ଏହି ପ୍ରସ୍ତାବିତ ରେଳପଥ ପାଇଁ ନିଶ୍ଚିତ ଭାବେ ଅର୍ଥ ର ପ୍ରାବଧାନ ରହିବ ବୋଲି ବିଧାୟକ ନାୟକ ମଧ୍ୟ ଉପସ୍ଥିତ ସଦସ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେ ଜିଲ୍ଲା ର ପ୍ରମୁଖ ବିଧାୟକ ଗଣ ଓ ସାସଦମାନଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।
   ସୂଚନାଯୋଗ୍ୟ ଯେ ଏହି ପ୍ରସ୍ତାବିତ ରେଳ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଗତିଶୀଳ ଯୋଜନାରେ ସାମିଲ ହୋଇଥିବା ବେଳେ ଫାଇନାଲ ଡିପିଆର ରେ ଫୁଲବାଣୀ ସହର ବାଦ ପଡିବାକୁ ନେଇ ଭିନ୍ନମତ ଆସିଥିଲା। ପରେ ଏଥିରେ ଫୁଲବାଣୀ କୁ ସାମିଲ କରି ଫାଇନାଲ ଡିପିଆର ପ୍ରସ୍ତୁତ କରିବାକୁ ରେଳ ମନ୍ତ୍ରଣାଳୟ ଫେରାଇ ଦେଇଥିଲା। ତେବେ ଏହି ରେଳପଥ ନିର୍ମାଣ ପାଇଁ ଗୋପାଳପୁର ଠାରୁ ମାଧପୁର କାଙ୍କଣମେଣ୍ଡି ଯାଏଁ ପୂର୍ବରୁ ରେଳପଥ ପାଇଁ ସର୍ଭେ ସରିବା ସହ ସ୍ଥାନ ଚିହ୍ନଟ କରି ପଥର ପୋତା କାମ ସାରିଥିବାରୁ ଆସନ୍ତା ଆର୍ଥିକ ବର୍ଷର ବଜେଟରେ ଏହି ରେଳପଥ ର ୧୫୦ କିମି ନିର୍ବିବାଦୀୟ ଟ୍ରାକ୍ ନିର୍ମାଣ ପାଇଁ ବଜେଟ୍ ରେ ଅର୍ଥ ମଞ୍ଜୁର କରାଇବା ପାଇଁ ବିକାଶ ପରିଷଦ ତଥା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି। ଏଦିଗରେ ସେ ନିଶ୍ଚିତ ଭାବେ ତାଙ୍କର ପ୍ରଚେଷ୍ଟା ଜାରୀ ରଖିବେ ବୋଲି ବିଧାୟକ ନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଘୁମୁସର ବିକାଶ ପରିଷଦ ତଥା ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ, ଉପ ସଭାପତି ସନ୍ତୋଷ ତିଆଡି, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଓକିଲ ସଂଘ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଓ ସଂପାଦକ ରାଜେନ୍ଦ୍ର କୁମାର ପ୍ରଧାନ ପ୍ରମୁଖଙ୍କ ସହ ଘୁମୁସର ବିକାଶ ପରିଷଦ ର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ।
Nalco

Leave A Reply