Odisha news

ସୁବର୍ଣ୍ଣରେଖା ପ୍ରକୋପ ରେ ୪ ବ୍ଲକର ୩ ଲକ୍ଷ ଜଳବନ୍ଦୀ , ଉପର ମୁଣ୍ଡାରେ କମିଛି ବର୍ଷା : ଜଳସ୍ତର ବିପଦ ସଂକେତ ଉର୍ଦ୍ଧରେ ଥିଲେବି ସ୍ଥିର, ଭୋଗରାଇ – ବାଲିଆପାଳ ସ୍ଥିତି ଉଦବେଗ ଜନକ  l

0
 ଭୋଗରାଇ :  ସୁବର୍ଣ୍ଣରେଖା ବନ୍ୟା ପ୍ରକୋପରେ ଉତ୍ତରବାଲେଶ୍ୱର ଭୋଗରାଇ, ବାଲିଆପାଳ ସ୍ଥିତି ଉଦବେଗ ଜନକ ଥିବାବେଳେ ଜଳେଶ୍ୱର ଓ ବସ୍ତା ବ୍ଲକ ର ବନ୍ୟା ବିପନ୍ନଙ୍କ ଅବସ୍ଥା ଜଟିଳ ହୋଇଛି l ସୁବର୍ଣ୍ଣରେଖା ୪ ବ୍ଲକ ର ୨ ଶହରୁ ଉର୍ଦ୍ଧ ୩ ଲକ୍ଷ ଲୋକଙ୍କୁ ଜଳବନ୍ଦୀ କରିଛି l ଏସମସ୍ତ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବାବେଳେ ବିପନ୍ନ ମାନେ ଭୟଭୀତ ହୋଇ ଘରଦ୍ୱାର ଛାଡି ବାତ୍ୟାଶ୍ରୟ ସ୍ଥଳୀ ଓ  ଉଚ୍ଚ ବିଦ୍ୟାଳୟ ରେ ଆଶ୍ରୟ ନେଇଛନ୍ତି  lରାତି ବଢ଼ୁଥିବାବେଳେ ଘରେଥିବା ବିପନ୍ନ ଲୋକଙ୍କ ଭିତି ମଧ୍ୟ ବଢୁଛି lକେଉଁ ଘରେ ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟେ ପାଣି lବହୁ ଘର ମାଟିକାନ୍ଥ ଭାଙ୍ଗି ଯାଉଥିବା ବେଳେ ଲୋକେ ବନ୍ଧ ରେ ଖୋଲା ଆକାଶତଳେ ପିଲା ଛୁଆଧରି ଆଶ୍ରୟ ନେଉଛନ୍ତି l                ଅପରପକ୍ଷରେ ସୁବର୍ଣ୍ଣରେଖା ଉପରମୁଣ୍ଡାରେ ବର୍ଷା ଥମିଥିଲେ ମଧ୍ୟ ରାଜଘାଟ ଗେଜ ଠାରେ ବନ୍ୟାଜଳ ବିପଦ ସଂକେତ ୧ 0. ୩ ୬ ଉପରେ ପ୍ରବାହିତ ହୋଇ ବୁଧୁବାର ସକାଳ ୮ ଟାରୁ ଖବର ଲେଖାକୁ ଜଳ ସ୍ଥିର ରହି ଥିବାର ସେଚ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ପୂର୍ଣ୍ଣିମା ତିଥିରେ ସମୁଦ୍ର ଜୁଆରିଆ ଥିବାରୁ ବନ୍ୟାପାଣି ସମୁଦ୍ରକୁ ନିଷ୍କାସନ ନହୋଇ ଗାଁ ମୁହାଁ ହେବାରୁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳର ସ୍ଥିତିକୁ  ବିଗାଡି ଦେଇଛି l ଭୋଗରାଇର ୨ ୨ ପଞ୍ଚାୟତର ୮ 0 ରୁ ଉର୍ଦ୍ଧ ଗାଁ ବନ୍ୟାପାଣି ଘେରରେ ରହିଥିବା ବେଳେ ଜୟରାମପୁର ପଞ୍ଚାୟତର ନାନକର, ଠାକୁର ଭଉଁରୀ, କାଠକାଟା, ଖଡ଼ିକାବାଡି, କୁମ୍ଭୀରଗଡ଼ି ପଞ୍ଚାୟତର  କୁମ୍ଭୀରଗଡ଼ି,ଅଡଙ୍ଗ ପନ୍ତେଇ, ପନ୍ତେଇ,ମାଟିଖଣା, କୁହ୍ଲା, ରସଲପୁର, ଖଳାବାଡିଆଏବଂ ନଦୀକୁଳିଆ ଗାଁ ରସଲପୁର,ହୁଡ଼ାପାଳ, ମନୁନଗର, ମମ୍ମଦ ନଗର ପାଟଣା, ହରିଣକୁଳି, ଆରୁହାବୃତ୍ତି, ଦହମୁଣ୍ଡା, ଉଲୁଡ଼ା ଗାଁ ଗୁଡିକର ଲୋକେ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି l କପାସିଆ ସୁଲିସ ଗେଟ କବାଟ ଭାଙ୍ଗି ଯାଇଥିବାରୁ ପସରବିନ୍ଧା, ଜୟରାମପୁର,ନିମାତପୁର ପ୍ରଭୃତି ପଞ୍ଚାୟତର ହେକ୍ଟର ହେକ୍ଟର ଧାନ ଚାଷଜମି କ୍ଷତି ଗ୍ରସ୍ତ ହୋଇଥିବାର ସରପଞ୍ଚ ସୁମନ୍ତ ବେହେରା ଅଭିଯୋଗ କରିଛନ୍ତି l କଚୁଆଡ଼ି ପଞ୍ଚାୟତ କଟିସାହି ଉଚ୍ଚ ବିଦ୍ୟାଳୟରେ ଶତାଧିକ ବିପନ୍ନ ଙ୍କୁ ରଖାଯାଇଛି ଖାଦ୍ୟ, ଜଳ ଯୋଗାଇ ଦିଆ ଯାଉଥିବାର  ସରପଞ୍ଚ ଜ୍ୟୋତ୍ସ୍ନା ରାଣୀ ମହାନ୍ତି କହିଛନ୍ତି l ଅପରପକ୍ଷରେ ଖରିଦ ପିମ୍ପଳ, କୁସୁଡା,ଗବଗାଁ, ନାଛିନ୍ଦା, ପୁଟିଣା,କଚୁଆଡ଼ି, ଦାରୁହା, ମହାଗବ, ଦାହୁଣଦା, କୁଳିଦା, ପ୍ରଭୃତି ପଞ୍ଚାୟତରେ ୬ 0 ରୁ ଅଧିକ ଗାଁ ବନ୍ୟାପାଣି ପଶି ରାସ୍ତା ଗୁଡିକ ପାଣିର ସ୍ରୋତ ଛୁଟୁଛି l ବିପନ୍ନଙ୍କୁ ଉଦ୍ଧାର ନିମନ୍ତେ ଏକ ଏନ. ଡି. ଆର ଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ମୁତୟନ ହୋଇଥିବାବେଳେ ବିଭିନ୍ନ ଗାଁ କୁ ଗମନାଗମନ ନିମନ୍ତେ ସ୍ପିଡି ବୋଟ, ଭୁଟଭୁଟି ର ବ୍ୟବସ୍ଥା କରାଯାଇଥିବାବେଳେ ୩ ହଜାର ବିପନ୍ନଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳରେ ରଖାଯାଇଛି ଖାଦ୍ୟ, ପାନୀୟଜଳ ଓ ଔଷଧର ବ୍ୟବସ୍ଥା ହୋଇଛି ବୋଲି ଭୋଗରାଇ ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ହିମାଂଶୁ ଶେଖର ଗିରି ସୂଚନା ଦେଇଛନ୍ତି l
Nalco

Leave A Reply