Odisha news

ବରିଷ୍ଠ ଫଟୋ ସାମ୍ବାଦିକ ଅନିଲ ପ୍ରସାଦ ମିଶ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

0

ଭୁବନେଶ୍ୱର, ତା.୨୧/୦୮: ବରିଷ୍ଠ ଫଟୋ ସାମ୍ବାଦିକ ଅନିଲ ପ୍ରସାଦ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତୁ୍ୟବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ସ୍ୱର୍ଗତଃ ମିଶ୍ର ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିର ପ୍ରତିଷ୍ଠାତା ତଥା ସାପ୍ତାହିକ ପତ୍ରିକା “ଇପିଏ”ର ମୁଖ୍ୟ ସମ୍ପାଦକଭାବେ କାର୍ଯ୍ୟ କରିଥିଲେ । ସ୍ୱର୍ଗତଃ ମିଶ୍ରଙ୍କ ବିୟୋଗରେ ଓଡ଼ିଶା ବିଜେପି ତରଫରୁ ଶୋକ ପ୍ରକାଶ କରାଯାଇଅଛି । ସ୍ୱର୍ଗତଃ ମିଶ୍ରଙ୍କ ମୃତୁ୍ୟ ଓଡ଼ିଶାରେ ଫଟୋ ସାମ୍ବାଦିକ କ୍ଷେତ୍ରରେ ଏକ ଅପୂରଣୀୟକ୍ଷତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ସ୍ୱର୍ଗତଃ ମିଶ୍ରଙ୍କ ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

 

Har Ghar Tiranga

Leave A Reply