Odisha news

ମଙ୍ଗଳବାର ଦିନ ପାଠ କରନ୍ତୁ ସଙ୍କଟ ମୋଚନ ହନୁମାନଙ୍କର ଏହି ଦିବ୍ୟ ମନ୍ତ , ଜୀବନ ରେ ପ୍ରତ୍ୟେକ କ୍ଷେତ୍ରରେ ପାଇବେ ସଫଳତା

0

ଶ୍ରୀରାମ ଭକ୍ତ ହନୁମାନ ଙ୍କ ପାଇଁ ମଙ୍ଗଳବାର ଦିନଟି ପୂଜା କରାଯାଏ l ମାନ୍ୟତା ରହିଛି ଯେ ପବନପୁତ୍ର ହନୁମାନ ଚିର ସତ୍ୟ ଓ ଅମର ଅଟନ୍ତି l ଏବେ ମଧ୍ୟ ସେ ଏହି ପୃଥିବୀ ପୃଷ୍ଠ ରେ ଆବିର୍ଭାବ ହୋଇ ରହିଛନ୍ତି l ଆଧୁନିକତା ର ରଙ୍ଗରେ ମାନବ ସମାଜ ଯେତେ ନିଜକୁ ସଜାଇଲେ ମଧ୍ୟ ଭଗତବିଶ୍ୱାସୀ ସେତେ ଅଧିକ ହେଉଛି l

ପ୍ରତି ମଙ୍ଗଳବାର ଦିନ ପ୍ରତ୍ୟେକ ହିନ୍ଦୁ ବାୟୁ ପୁତ୍ର ହନୁମାନଙ୍କୁ ବିଧିବଦ୍ଧ ଭାବରେ ପୂଜା କରନ୍ତି l ମାନ୍ୟତା ଅନୁସାରେ ପ୍ରତ୍ୟେକ ଭକ୍ତ ସୁନ୍ଦରକାଣ୍ଡ ଓ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ହନୁମାନ ତାଙ୍କର ସମସ୍ତ ସଙ୍କଟ ଦୂର କରି ଥାଆନ୍ତି , ସେଥିପାଇଁ ତାଙ୍କୁ ସଙ୍କଟ ମୋଚନ କୁହାଯାଇ ଥାଏ l

ମଙ୍ଗଳବାର ଦିନ ଏହିସବୁ କାର୍ଯ୍ୟ କରିବାରୁ ବର୍ଜିତ ରୁହନ୍ତୁ :-
* ଯଦି ଆପଣ ମଙ୍ଗଳବାର ରେ ହନୁମାନ ଙ୍କ ବ୍ରତ କରୁଛନ୍ତି ତେବେ କଦାପି ଲୁଣ ଖାଆନ୍ତୁ ନାହିଁ l
* ମଙ୍ଗଳବାର ଦିନ ପଶ୍ଚିମ ଓ ଉତ୍ତର ଦିଗରେ ଯାତ୍ରା କରିବା ବର୍ଜନୀୟ ଅଟେ l
* ମଙ୍ଗଳବାର ଦିନ ମଦିରା ପାନ କରିବା ବର୍ଜନୀୟ ଅଟେ l
* ମଙ୍ଗଳବାର ଦିନ କଦାପି କାହାକୁ ଋଣ ଦେବା ଉଚିତ ନୁହେଁ l
* ମଙ୍ଗଳବାର ଦିନ କଦାପି ଅପସବ୍ଦ ଓ କ୍ରୋଧ ବ୍ୟବହାର କରନ୍ତୁ ନାହିଁ  l
* ଏହିଦିନ ଲୁହା ଜିନଷ କିଣିବା ଉଚିତ ନୁହେଁ  l

ମଙ୍ଗଳବାର ଦିନ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର :-
* ଯଦି ମଙ୍ଗଳବାର ବ୍ରତ କରୁଛନ୍ତି ତେବେ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର ” ଓଂ କ୍ରାଙ୍ଗ୍ କ୍ରିଙ୍ଗ କୋଙ୍ଗ ସହଃ ଭୌମାୟ ନମଃ ” l
– ଏହି ଦିବ୍ୟ ମନ୍ତ୍ରକୁ ପ୍ରତି ମଙ୍ଗଳବାର ଦିନ ୧୦୮ ଥର ପାଠ କରିବେ l ଏହାଦ୍ୱାରା ଜୀବନ ହୋଇଥାଏ ସୁଖମୟ l
– ଏହି ମନ୍ତ୍ର ଟିକୁ ମଙ୍ଗଳବାର ସନ୍ଧ୍ୟା ସମୟରେ ପାଠ କରିବା ସମୟରେ ଗୋଟିଏ ସୋରିଷ ତେଲ ଦୀପ ଜଳାନ୍ତୁ l ଏହାଦ୍ୱାରା ହନୁମାନ ପ୍ରସନ୍ନ ହୋଇ ଥାଆନ୍ତି l
– ପ୍ରତି ମଙ୍ଗଳବାର ଦିନ ଏହି ମନ୍ତ୍ର କୁ ପାଠ କରିବା ଦ୍ୱାରା ରୋଗ ବ୍ୟାଧି ଦୁଃଖ ଦୂର ହୋଇଥାଏ l
– ଶତ୍ରୁ ନାଶ କରିବା ପାଇଁ ପ୍ରତି ମଙ୍ଗଳବାର ଦିନ ଏହି ମନ୍ତ୍ର ଟି କୁ ପାଠ କରନ୍ତୁ l
– ଆର୍ଥିକ ଅନାଟନ ଦୂର କରିବା ସହ ବ୍ୟବସାୟ ରେ ଉନ୍ନତି ହୋଇଥାଏ l
– ସନ୍ତାନ ମାନଙ୍କ ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l

Har Ghar Tiranga

Leave A Reply