Odisha news

ଆଦ୍ୟାଂଶା  “ଷ୍ଟାର ମିସ୍ ଟିନ୍ ଇଣ୍ଡିଆ” ପ୍ରତିଯୋଗିତାରେ ସଫଳ

0
ନୂଆପଡ଼ା- ୪/୮  ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା କୋମନା ବ୍ଲକର ଭେଳା ଗାଁର ୧୮ ବର୍ଷୀୟ ଆଦ୍ୟାଂଶା ପାଣିଗ୍ରାହୀ ଓଡ଼ିଶା ରାଜ୍ୟ ଓ ଗାଁକୁ ଗର୍ବିତ କରି  “ଷ୍ଟାର୍ ମିସ୍ ଟିନ୍ ଇଣ୍ଡିଆ” ୨୦୨୪ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି। ସେ ବେଙ୍ଗଲୁରୁ ଅଡିଶନରେ ପ୍ରଥମେ ଅଂଶ ଗ୍ରହଣକରିଥିଲେ  ଓ ପ୍ରଥମ ଚୟନରେ ସ୍ଥାନ ପାଇଥିଲେ। ପରେ ସେ ତାଙ୍କର ପରିବାରର ଅସୀମ ସମର୍ଥନ ସହିତ  ରାଜସ୍ଥାନର ରାଜଧାନୀ  ପିଙ୍କ୍ ସିଟି ଜୟପୁରରେ କ୍ଲାର୍କସ୍ ଏମେର୍ ରେ ମିସ୍ ଇଣ୍ଡିଆ ଫାଇନାଲ୍ ପାଇଁ ପ୍ରସ୍ଥାନ କରିଥିଲେ।ଆଦ୍ୟାଂଶାଙ୍କର ଏହି ସଫଳତା ଏକ ଅସାଧାରଣ ମାଇଲସ୍ଟୋନ୍ ଓ ଏକ ନୂତନ ଇତିହାସର ଅଧ୍ୟାୟ ରୂପେ ପ୍ରସିଦ୍ଧ। ସେ ଜୟପୁରର କ୍ଲାର୍କସ୍ ଏମେର୍ ରେ ଆୟୋଜିତ “ସ୍ଟାର୍ ମିସ୍ ଟିନ୍ ଇଣ୍ଡିଆ” ୨୦୨୪ ଫାଇନାଲ୍ ଆପେକ୍ଷା କରାଯାଇଥିଲା, ୩୫ ଭିନ୍ନ ଭିନ୍ନ  ସହର ର ପ୍ରତିଯୋଗୀଙ୍କ ସହ ଆଦ୍ୟାଂଶା ପ୍ରତିଯୋଗିତା କରି, ଆକର୍ଷଣୀୟ ମିସ୍ ରାଭିଶିଂ ଉପାଧି ଏବଂ ବିଶେଷ କ୍ରାଉନ୍ ଜିତିଛନ୍ତି। ଏହି ସଫଳତା କେବଳ ତାଙ୍କର ପରିଶ୍ରମ ଓ ସାଧନାର ପ୍ରମାଣ ନୁହେଁ ବରଂ ଏହା ଓଡ଼ିଶାର କୋମନା ବ୍ଲକ ଓ ଭେଳା ଗ୍ରାମକୁ ଗର୍ବ କରିଛି। ଅଦ୍ୟାଂଶାଙ୍କର ସଫଳତାରେ ତାଙ୍କର ପିତା ସୁଧାଂଶୁ ଶେଖର ପାଣିଗ୍ରାହୀ ଓ ମାତା ନବୀତା ପାଣିଗ୍ରାହୀଙ୍କର ଅପାର ସମର୍ଥନ, ପ୍ରେରଣା ଓ ଆଶୀର୍ବାଦ  ରହିଛି। ସେ ତାଙ୍କର ସମ୍ପୂର୍ଣ୍ଣ ପରିବାର ସହ ଏହି ଅନୁଷ୍ଠାନରେ ସାକ୍ଷୀ ହୋଇଥିବାରୁ ତାଙ୍କର ଖୁସି ଓ ଗର୍ବ ସର୍ବସାଧାରଣ ଅନୁଭବ କରାଇଛି। ଷ୍ଟାର୍ ଏଣ୍ଟରଟେନମେଣ୍ଟ ପ୍ରୋଡକ୍ସନ ଦ୍ୱାରା ସଂଗଠିତ ଏହି ପ୍ରତିଯୋଗିତା ପ୍ରସିଦ୍ଧ ପ୍ଲାଟଫର୍ମ ଯାହା ଅନ୍ତର୍ଜାତୀୟ ସ୍ତରରେ ଅତି ସମ୍ମାନିତ। ଆଦ୍ୟାଂଶାଙ୍କର ସଫଳତା ପ୍ରକୃତ ରୂପରେ ତାଙ୍କର ଅଦ୍ଭୁତ କୁଶଳତା, ଶିଳ୍ପ ଓ ମୌଳିକତାର ପ୍ରମାଣ ପ୍ରତିପାଦିତ କରିଛି।ଏହି ସଫଳତା ପରେ ସମଗ୍ର ଅଞ୍ଚଳ ରେ ଲୋକ ଖୁସି ଓ ପ୍ରସଂଶା ର ସୁଅ ଛୁଟିଛି। ଆଦ୍ୟାଂଶା   ସମସ୍ତ ଦର୍ଶକ ଓ ପ୍ରଶଂସାକାରୀଙ୍କର ଭଲପାଇବା ପ୍ରତି ଶ୍ରଦ୍ଧା ବ୍ୟକ୍ତ କରି ଭବିଷ୍ୟ ରେ ମଧ୍ୟ ଏଭଳି ଭଲ ପାଇ ମୋତେ ଉତ୍ସାହିତ କରୁଥିବେ ବୋଲି ପ୍ରକାଶ କରିଛନ୍ତି।

Leave A Reply