ଦଶପଲ୍ଲା ୨୬/୫ : ରାଜ୍ୟ ସରକାର ବିକାଶ ର ନାରା ଦେଉଥିବା ବେଳେ ଦଶପଲ୍ଲା ବ୍ଲକ ର ବିଭିନ୍ନ ଗ୍ରାମକୁ ଏବେବି ରାସ୍ତା ନାହିଁ । ଫଳରେ ଗ୍ରାମର ଲୋକ ମାନେ ନାନା ହଇରାଣ ର ସମ୍ମୁଖୀନ ହେଉଥିବା ବେଳେ ଗାଁ କୁ ଯାଇପାରୁନି ଆମ୍ବୁଲାନ୍ସ ଫଳରେ ଚିକିତ୍ସ| ରେ ବିଳମ୍ବ ପାଇଁ ଚାଲି ଯାଉଛି ଗର୍ଭବତୀଙ୍କ ଜୀବନ । ଏଭଳି ଘଟଣା ଘଟିଯାଇଛି ଦଶପଲ୍ଲା ବ୍ଳକ ବାଣୀଗୋଛା ଥାନା ଅନ୍ତର୍ଗତ କଣାପାଯୁ ଗ୍ରାମରେ । ଏହି ଗ୍ରାମର ସବିତା ମଲ୍ଲିକ ଙ୍କ ପ୍ରସବ ଜନିତ ଯନ୍ତ୍ରଣା ହେବା ପରେ ଫୋନ ଯୋଗେ ଆମ୍ବୁଲାନ୍ସ କୁ ଡକାଯାଇଥିଲା । ମାତ୍ର ଗାଓଁ କୁ ରାସ୍ତା ନଥିବାରୁ ଗାଓଁ ଠାରୁ ୧ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ । ପରେ ସବିତା ଙ୍କୁ ଖଟରେ ବୁହାଜାଇ ଆମ୍ବୁଲାନ୍ସ ନିକଟକୁ ଅଣା ଯାଇ ଆମ୍ବୁଲାନ୍ସ ରେ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଉଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପୂର୍ବରୁ ସବିତା ଏକ ଶିଶୁ ଜନ୍ମ ଦେଇଥିଲେ । ଉଭୟ ସବିତା ଓ ଶିଶୁକୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ ସବିତାଙ୍କର ମୃତ୍ୟୁ ହୋଇଥିଲା । ଏଭଳି ଘଟଣା ସବିତା ଙ୍କ ପରିବାର ମଧ୍ୟରେ ଶୋକାର ଛାୟା ଖେଳି ଯାଇଛି । ଦଶପଲ୍ଲା ବ୍ଲକ ରେ ଗ୍ରାମକୁ ରାସ୍ତା ନଥିବାରୁ ଅଧାବାଟରେ ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଘଟୁଥିବା ବେଳେ ବ୍ଳକ ପ୍ରଶାସନ ର ନିଦ ଭାଙ୍ଗୁନାହିଁ । ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟିଦେଇ ରାସ୍ତା ନଥିବା ଗ୍ରାମକୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ସାଧାରଣ ରେ ଦାବି ହେଉଛି ।