Odisha news

ଅଗ୍ନିକାଣ୍ଡରେ ଗୟାବନ୍ଧ ଜଙ୍ଗଲ ପୋଡ଼ିଲା

0
ନିରାକାରପୁର, ୩୦/୪: ଖୋର୍ଦ୍ଧା ଜିଲ୍ଲା ଗୟାବନ୍ଧ ଜଙ୍ଗଲରେ ଆଜି ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କ ଜଙ୍ଗଲ ପୋଡିଯାଇଥିବା ସୂଚନା ମିଳିଛି। ଆଜି ଦିନ ବେଳା ଗୟାବନ୍ଧ ଦଲକ ନିକଟ ଜଙ୍ଗଲରେ କୌଣସି ବ୍ୟକ୍ତି ନିଆଁ ଲଗାଇଦେବାରୁ ଗ୍ରାମର ଶିଖର ଭୁଜବଳ ଓ ଗଜି ଭୂଜବଳଙ୍କ  ଜଙ୍ଗଲରେ ପୋଡ଼ିଯାଈ ଅନେକ ଗଛ ଜଳିଯାଇଛି। ଖବର ପାଇ ଖୋରଧା ଅଗ୍ନିଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଚେଷ୍ଟା କରି ନିଆଁ କୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ ୫ ଏକର ଜଙ୍ଗଲ ପୋଡ଼ି ଯାଇଥିବାବେଳେ ଉପସ୍ଥିତ ପଦକ୍ଷେପ ଯୋଗୁ ଅନେକ ରକ୍ଷା ହୋଇଯାଇଥିବା ଜଣାପଡ଼ିଛି।
Nalco

Leave A Reply