Odisha news

ଦିନକୁ ଦିନ ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାସଙ୍କ ପ୍ରଚାର ଜୋର୍ ଧରିବାରେ ଲାଗିଛି

0
ବ୍ରହ୍ମପୁରର ସ୍ବାଧୀନ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାସ ଙ୍କ ପ୍ରଚାର ଦିନକୁ ଦିନ ଜୋର୍ ଧରିବାରେ ଲାଗିଛି । ନିଜ ସମର୍ଥକଙ୍କ ସହ ସହରର ବିଭିନ୍ନ ଅଞ୍ଚଳ କୁ ଯାଇ ଲୋକଙ୍କୁ ଭୋଟ ଭିକ୍ଷା କରିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି । ମଙ୍ଗଳବାର ଶ୍ରୀଯୁକ୍ତ ଦାସ ଚାଞ୍ଚଡା ପଡିଆ ସାହି, ଗୋଷାଣୀନୂଆଁ ଗାଁ ମୁଖ୍ୟ ରାସ୍ତା, ନେହେରୁ ନଗର ସମେତ ବହୁ ବସ୍ତି ଅଞ୍ଚଳ ବୁଲି ନିଜର ପ୍ରଚାର କରିଛନ୍ତି ।  ଉକ୍ତ ଅଞ୍ଚଳବାସୀ ଶ୍ରୀଯୁକ୍ତ ଦାସଙ୍କୁ ପୁଷ୍ପ ବର୍ଷା କରାଇ, ବାଣ ଫୁଟାଇ, ବାଜା ବଜାଇ ଭବ୍ୟ ସ୍ଵାଗତ କରିଥିଲେ । ଏହି ଅବସରରେ ଅଞ୍ଚଳବାସୀଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳିଥିଲା । ଏହାସହ ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ବିଜୟ ହେଲେ ସେ ସୁନିଶ୍ଚିତ ସେ ସବୁ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
Nalco

Leave A Reply