Odisha news

ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା ହଜାର ହଜାର ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ପତ୍ର ଦାଖଲ।।

0
ବ୍ରହ୍ମପୁର  :  ଆଜି ଗଞ୍ଜାମ ଜିଲ୍ଲାର କଂଗ୍ରେସ ବିଧାନସଭା ଆସନ ସାନଖେମୁଣ୍ଡିରୁ ବିଧାୟକ ପ୍ରାର୍ଥୀ ଭାବେ ବିଧାୟକ ରମେଶ ଚନ୍ଦ୍ର ଜେନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଧାୟକ ରମେଶ ଚନ୍ଦ୍ର ଜେନା ଆଜି ଗମ୍ଭାରିଗୁଡ଼ା ଗ୍ରାମର ସମସ୍ତ ମନ୍ଦିର କଙ୍କୋରଡ଼ା ଗ୍ରାମର ମାଁ ନାରାୟଣୀଙ୍କ ମନ୍ଦିର ଏବଂ ପଥରପୁଞ୍ଜି ଗ୍ରାମର ମାଁ ଦକ୍ଷିଣକାଳୀଙ୍କୁ ଦର୍ଶନ କରି  କଙ୍କୋରଡ଼ା,ପଥରପୁଞ୍ଜି ରମୁଣି ଛକ,ଆଡପୋଡା, ଖଲିଙ୍ଗି ଛକ-ନିସ୍ତିପୁର ଛକ,ବାଲିପୋଡ଼ା, ଦକ୍ଷିଣପୁର ଦେଇ ବ୍ରହ୍ମପୁର ଫାଷ୍ଟଗେଟ, ଆସ୍ଥା ରୋଡ, ଟାଟା ବେଞ୍ଜ ଛକ,କମାପଲ୍ଲୀ ଓ ବାଇପାସ ଦେଇ ଛତ୍ରପୁର-ଜିଲ୍ଲାପାଳ କାର୍ଯ୍ୟାଳୟରେ ସାନଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା,ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ସଭାପତି ଦୀପକ ପଟ୍ଟନାୟକ  ଙ୍କ ସହ ବ୍ରହ୍ମପୁର ନଗର ପରିକ୍ରମା କରି ହଜାର ହଜାର ସମର୍ଥକଙ୍କ ଗହଣରେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଠାରେ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ ସମର୍ଥକ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ ପିତା ଅରକ୍ଷିତ ଜେନାଙ୍କ ସମେତ ହଜାର ହଜାର ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ବ୍ରହ୍ମପୁର ସହରରେ ସମେତ ଛତ୍ରପୁର ପୂର୍ବରୁ ବାଇପାସ ଉପରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ଗହଳି ଦେଖିବାକୁ ମିଳୁଛି।
Nalco

Leave A Reply