Odisha news

ଗରୁଡ଼ ପୁରାଣର ରହସ୍ୟ : କାଙ୍ଗାଳକୁ ମଧ୍ୟ ଧନଵାନ କରିଦେବ ଏହି ୫ଟି ଅଭ୍ୟାସ

0

ଆମ ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣର ଅନେକ ମହତ୍ୱ ରହିଛି l ଗରୁଡ଼ ପୁରାଣ ମୃତ ବ୍ୟକ୍ତି ନିକଟରେ ପଢ଼ାଯିବାର ମାନ୍ୟତା ରହିଥିବା ବେଳେ ଏଥିରେ ଏଭଳି କିଛି ରହସ୍ୟ ରହିଛି ଯାହା କି ମଣିଷ ଜୀବନକୁ ସୁଖ ସମୃଧିରେ ଭରି ଦେଇଥାଏ l ତେଣୁ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ ପ୍ରତ୍ୟେକ ବ୍ୟକ୍ତି କରିବା ଜରୁରୀ l ଏହାଦ୍ୱାରା ଧନ ବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ l

– ଗରୁଡ଼ ପୁରାଣ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାରର ଗୋଟିଏ ଭାଗ ଧର୍ମ କାର୍ଯ୍ୟରେ ଲଗାଇବା ଜରୁରୀ l ଏହାର ପ୍ରଭାବ ଏଭଳି ଯେ ବ୍ୟକ୍ତିଙ୍କୁ ଧନ ର ଅଭାବ ରହିବ ନାହିଁ l ଏହାର ପ୍ରଭାବରେ ଦରିଦ୍ର ମଧ୍ୟ କୋଟିପତି ହୋଇଯିବ l

– କୁହାଯାଏ ପଇସା ରୋଜଗାର କରିବା ସହଜ କିନ୍ତୁ ସଂଚୟ କରି ରଖିବା କଷ୍ଟକର l ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଧନ ର ଅହଂକାର କରେନାହିଁ, ପଇସା କୁ ନେଇ ଭାଉ ଦେଖାଏ ନାହିଁ, ମାଲକ୍ଷ୍ମୀ ଏଭଳି ବ୍ୟକ୍ତିଙ୍କ ଗୃହରେ ସର୍ବଦା ବାସ କରନ୍ତି l

– ଉଧାର ନେଇଥିବା ପଇସା ସର୍ବଦା ଫେରାଇବା ଜରୁରୀ l ଏହାଛଡା ଗରୁଡ଼ ପୁରାଣ ରେ କୁହାଯାଇଛି ଯେ ଲୋଭି ବ୍ୟକ୍ତି, ଧୋକା ଦେଉଥିବା ବ୍ୟକ୍ତି, ଚୋରି କରୁଥିବା ବ୍ୟକ୍ତି ନିକଟରେ କଦାପି ମାଲକ୍ଷ୍ମୀ ବାସ କରନ୍ତିନାହିଁ l

– ଗରୁଡ଼ ପୁରାଣ ଅନୁସାରେ ମଇଳା ବସ୍ତ୍ର ପିନ୍ଧିଥିବା ବ୍ୟକ୍ତି, ଅଧିକ ଭୋଜନ କରୁଥିବା ବ୍ୟକ୍ତି, ନିଷ୍ଠୁର ବାଣୀ କହୁଥିବା ବ୍ୟକ୍ତି, ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ସମୟ ରେ ଶୋଉଥିବା ବ୍ୟକ୍ତି, ଙ୍କ ନିକଟରେ କଦାପି ମାଲକ୍ଷ୍ମୀ ବାସ କରନ୍ତି ନାହିଁ l

– ଗରୁଡ଼ ପୁରାଣ ଅନୁସାରେ ବିଚାର ରେ ସଂଯମତା ଓ ବାଣୀ ରେ ସଂଯମତା ରଖୁଥିବା ବ୍ୟକ୍ତି ନିକଟରେ ମାଲକ୍ଷ୍ମୀ ସର୍ବଦା ବାସ କରନ୍ତି l ଏବଂ ଯେଉଁ ବ୍ୟକ୍ତି ଉପରେ ପିତୃ ପୁରୁଷ ଙ୍କ ଆଶୀର୍ବାଦ ସର୍ବଦା ରହିଥାଏ ତାଙ୍କ ନିକଟରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ l

Leave A Reply