Odisha news

ସମ୍ବାଦ ପ୍ରତିନିଧିଙ୍କ ମାତୃ ବିୟୋଗ

0

ତିହିଡ଼ି, ୨୮/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ସମ୍ବାଦ ପ୍ରତିନିଧି ପ୍ରଭାତ କୁମାର ରାଉଳଙ୍କ ମାଆ ଶଚି ରାଉଳଙ୍କ ଆଜି ସକାଳେ ୮୧ ବର୍ଷ ବୟସରେ ପରଲୋକ ଘଟିଛି । ଗତ କିଛି ଦିନ ହେଲା ସେ ହୃଦଘାତ ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସାଧୀନ ଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପୁଅ, ବୋହୂ, ଝିଅ, ଜ୍ୱାଇଁ ଓ ନାତିନାତୁଣୀ ତଥା ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ । ସେ ଜଣେ ସରଳ, ପରୋପକାରୀ ଓ ଧର୍ମପରାୟଣା ମହିଳା ଭାବେ ଜଣାଶୁଣା ଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ହୋଇ ସ୍ୱର୍ଗତା ରାଉଳଙ୍କ ଅନ୍ତିମ ଦର୍ଶନ କରିଥିଲେ । ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡ ପୁଅ ପ୍ରଭାତ ମୁଖାଗ୍ନି ଦେଇଥିଲେ । ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ସମାଜସେବୀ ଶଚିକାନ୍ତ ନାୟକ, ପାର୍ଥସାରଥୀ ନାୟକ, ଚିନ୍ତାମଣି ଦାସ, କଂଗ୍ରେସ ନେତା ଅଶୋକ ଦାସ, ସରୋଜ ଦାସ, ଅଜୟ ନାୟକ, ଶରତ ଦାସ, ଶରତ କର, ମହେନ୍ଦ୍ର ଓଝା, ବିଷ୍ଣୁ ଦାସ, କୈଳାସ ପାତ୍ର, ବିଜେଡି ସଭାନେତ୍ରୀ କଳ୍ପନା ନାୟ. ସାମ୍ବାଦିକ ବିଭୂତିଭୂଷଣ ଗ୍ରହାଚାର୍ଯ୍ୟ, ସଞ୍ଜିତ କୁମାର ବଳ, ରାଜେଶ କୁମାର ସେଠୀ, ସଞ୍ଜୟ ଦାସ ପ୍ରମୁଖ ବହୁ ବ୍ୟକ୍ତି ସ୍ୱର୍ଗତା ରାଉଳଙ୍କ ମୃତୁ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Nalco

Leave A Reply